ୟୁକ୍ରେନ ଉପରେ ଋଷର ସବୁଠୁ ବଡ ବିମାନର ଆକ୍ରମଣ

Key Points
ଶନିବାର ଓ ରବିବାର ରାତିରେ ଋଷ ୟୁକ୍ରେନ ଉପରେ ସବୁଠାରୁ ବଡ ବିମାନ ଆକ୍ରମଣ କରିଛି। ଆକ୍ରମଣରେ ଋଷ କିଭ ଉପରେ ମୋଟ ୪୭୭ ଡ୍ରୋନ୍ ସହିତ ୬୦ କ୍ଷେପଣାସ୍ତ୍ର ମାଡ଼ କରିଛି। ସେପଟେ ୟୁକ୍ରେନୀୟ ସେନା ଡ୍ରୋନ ଗୁଡ଼ିକ ମଧ୍ୟରୁ ୨୪୯ଟିକୁ ଖସାଇ ଦେଇଥିବା ଦାବି କରିଛି ।
ୟୁକ୍ରେନ୍ ଉପରେ ଋଷର ସବୁଠାରୁ ବଡ ଆକ୍ରମଣ । ଏହାକୁ ଗତ ୩ ବର୍ଷ ମଧ୍ୟରେ ଯୁଦ୍ଧରେ ଋଷିଆର ସବୁଠାରୁ ବଡ଼ ଆକ୍ରମଣ କୁହାଯାଉଛି । ଶନିବାର ଓ ରବିବାର ରାତିରେ ଋଷ ୟୁକ୍ରେନ ଉପରେ ସବୁଠାରୁ ବଡ ବିମାନ ଆକ୍ରମଣ କରିଛି। ଆକ୍ରମଣରେ ଋଷ କିଭ ଉପରେ ମୋଟ ୪୭୭ ଡ୍ରୋନ୍ ସହିତ ୬୦ କ୍ଷେପଣାସ୍ତ୍ର ମାଡ଼ କରିଛି। ସେପଟେ ୟୁକ୍ରେନୀୟ ସେନା ଡ୍ରୋନ ଗୁଡ଼ିକ ମଧ୍ୟରୁ ୨୪୯ଟିକୁ ଖସାଇ ଦେଇଥିବା ଦାବି କରିଛି । ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ଚାଲିଥିବା ଆମେରିକାର ପ୍ରୟାସକୁ ବଡ଼ ଝଟକା ଲାଗିଛି ।ଋଷଋ
ପ୍ରାଥମିକ ରିପୋର୍ଟ ଅନୁଯାୟୀ ଖେରସନରେ ଡ୍ରୋନ୍ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଚେରକାସି ଅଞ୍ଚଳରେ ଜଣେ ଶିଶୁ ସମେତ ୬ ଜଣ ଆହତ ହୋଇଛନ୍ତି । ଅନେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି ଏବଂ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଶୁକ୍ରବାର ଦିନ ମସ୍କୋ ଇସ୍ତାନବୁଲରେ ନୂଆ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଥିଲେ ।