Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପାକ୍‌ ପିଏମଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ଦ୍ଵିପାକ୍ଷିକ ଆଲୋଚନା ପାଇଁ ମନା କରିଦେଲେ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ପାକ୍‌ ପିଏମଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ଦ୍ଵିପାକ୍ଷିକ ଆଲୋଚନା ପାଇଁ ମନା କରିଦେଲେ

Key Points

  • ପାକିସ୍ତାନ ଗସ୍ତରେ ଜୟଶଙ୍କର
  • ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ସହ ହେବନି ଦ୍ଵିପାକ୍ଷିକ ଆଲୋଚନା
  • ଶେହବାଜଙ୍କ ସହ ହାତ ମିଳାଇଲେ, ହେଲେ...

ଅର୍ଗସ ବ୍ୟୁରୋ: ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୯ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯାଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସାଂଘାଇ ସହଯୋଗ ସଂଗଠନର ସରକାର ମୁଖ୍ୟମାନଙ୍କ ପରିଷଦର ୨୩ତମ ବୈଠକରେ ଯୋଗ ଦେବାକୁ ଜୟଶଙ୍କର ପାକିସ୍ତାନରେ ପହଞ୍ଚିଥିଲେ । ପାକ୍‌ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଏମିତିକି ଏହି ମୌକାରେ ଭାରତ ସହ ଆଲୋଚନା କରିବାକୁ ସଜବାଜ ହେଉଥିଲା ପାକିସ୍ତାନ । ହେଲେ ଭାରତ ସ୍ପଷ୍ଟ କରିଥିଲା କି ଯେପର୍ଯ୍ୟନ୍ତ ସୀମାପାର୍‌ରେ ଆତଙ୍କୀକୁ ସହଯୋଗ କରାଯାଉଥିବ ସେପର୍ଯ୍ୟନ୍ତ କୌଣସି ଦ୍ଵିପାକ୍ଷିକ ଆଲୋଚନା ସମ୍ଭବ ନୁହେଁ । ସେପଟେ ଉଭୟ ଦେଶ ପରବର୍ତ୍ତୀ ସମୟରେ ଦ୍ଵିପାକ୍ଷିକ ଆଲୋଚନାକୁ ପ୍ରତ୍ୟାଖ୍ୟାନ ବି କରିଛନ୍ତି । କିନ୍ତୁ ଭାରତର ମନ୍ତ୍ରୀଙ୍କ ଗସ୍ତକୁ ନେଇ ଏବେ କିନ୍ତୁ ଭାରି ଚର୍ଚ୍ଚା ।

ଆତଙ୍କୀକୁ କେମିତି ପାକିସ୍ତାନ ପ୍ରୋତ୍ସାହନ ଦେଉଛି ତାହା କାହାକୁ ବି ଅଛପା ନାହିଁ । ବାରମ୍ବାର ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଜାତିସଂଘରରେ କାଶ୍ମୀର କଥା ଉଠାଇ ଭାରତକୁ ବଦନାମ କରିବାକୁ ବି ପଛାଉନାହିଁ ପାକିସ୍ତାନ । ଆଉ ପାକିସ୍ତାନର ଏହି ହୀନ ହରକତ, ଦୃଢ ଜବାବ ଦେଇଛି ଭାରତ । ସେଇଥି ଲାଗି ତ ପଡୋଶୀ ରାଷ୍ଟ୍ର ସହ ସବୁପ୍ରକାର ବାଣିଜ୍ୟିକ କାରବାର ସହ ଦ୍ଵିପାକ୍ଷିକ ଆଲୋଚନା ବନ୍ଦ କରିଛି । ଯାହାର ଅବସ୍ଥା ଭୋଗୁଛି ପାକିସ୍ତାନ । ହେଲେ ଏସିସିଓ ବୈଠକ ଏଥର ପାକିସ୍ତାନରେ ହେଉଛି ଆଉ ଭାରତର ମନ୍ତ୍ରୀ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି । ଅତିଥୀଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ଇସଲାମାବାଦ ଓ ଏହାର ପଡ଼ୋଶୀ ସହର ରାୱଲପିଣ୍ଡିର ପ୍ରମୁଖ ମାର୍ଗ ଓ ବ୍ୟବସାୟ କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି । କଶ୍ମୀର ପ୍ରସଙ୍ଗ ଓ ସୀମାପାର ଆତଙ୍କବାଦକୁ ନେଇ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିବା ବେଳେ ପାଖାପାଖି ୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତ କରିଛନ୍ତି ।

ଗତକାଲି ଜୟଶଙ୍କର ପାକିସ୍ତାନରେ ପହଞ୍ଚିବା ପରେ ବିମାନ ବନ୍ଦରରେ ପାକ୍‌ ସରକାରଙ୍କ ପକ୍ଷରୁ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାତ୍ରୀ ଭୋଜନ ପୂର୍ବରୁ ଖୋଦ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୟଶଙ୍କରଙ୍କୁ ସ୍ଵାଗତ କରିଥିଲେ ଏବଂ ହାତ ମିଳାଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ କିଛି ଆଲୋଚନା ବି ହୋଇଥିଲା । ଆଜି ମଧ୍ୟାହ୍ନ ଭୋଜରେ ଉଭୟ ନେତା ଏକାଠି ହେବା ସହିତ ମିଳିବ ପ୍ରେସ ବିବୃତି ମଧ୍ୟ ଜାରି କରିବେ ।  ସେପଟେ, ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସୋମବାର ଇସଲାମାବାଦରେ ପହଞ୍ଚିଛନ୍ତି । ଗତ ୧୧ ବର୍ଷ ମଧ୍ୟରେ ଏହା ହେଉଛି ଚୀନ୍‌ର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପାକିସ୍ତାନ ଗସ୍ତ । ଏହି ଗସ୍ତ ସମୟରେ ଚୀନ୍ ପ୍ରଧାନମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍, ରାଷ୍ଟ୍ରପତି ଆସିଫ୍ ଅଲି ଜର୍ଦାରୀ ଏବଂ ଅନ୍ୟ ପ୍ରମୁଖ ରାଜନୈତିକ ଓ ସାମରିକ ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିବା ସହ ବେଲୁଚିସ୍ତାନରେ ସିପିଇସି ଅନୁଦାନପ୍ରାପ୍ତ ଗ୍ୱାଦର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଦ୍‌ଘାଟନ କରିବେ ବୋଲି ଆଶା କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏସସିଓ ସମ୍ମିଳନୀ ଲାଗି ପାକିସ୍ତାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେମିତି ଅତିଥିଙ୍କ ସ୍ଵାଗତ କରାଯିବ ସେନେଇ ପୂର୍ବରୁ ବିରୋଧୀ ଦଳର ଅନେକ ନେତାଙ୍କୁ ଲୋକ ଦେଖାଣିଆ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଛି । ତେବେ ଏହି ଶିଖର ସମ୍ମିଳନୀରେ ବେଲାରୁସ୍ ପ୍ରଧାନମନ୍ତ୍ରୀ ରୋମାନ୍ ଗୋଲୋଭଚେଙ୍କୋ, କାଜାଖସ୍ତାନ ପ୍ରଧାନମନ୍ତ୍ରୀ ଓଲଝାସ୍ ବେକତେନୋଭ, ରୁଷ୍‌ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନ, ତାଜିକ୍ ପ୍ରଧାନମନ୍ତ୍ରୀ କୋହିର ରସୁଲଜୋଦା, ଉଜବେକ୍ ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ଆରିପୋଭ, କିର୍ଗିଜସ୍ତାନର ମନ୍ତ୍ରିମଣ୍ଡଳ ଅଧ୍ୟକ୍ଷ ଜାପାରୋଭ ଆକିଲବେକ୍ ଏବଂ ଇରାନର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍ ଯୋଗ ଦେଉଛନ୍ତି । ହେଲେ ଭାରତ ଆଲୋଚନା କରିବାକୁ ସଫାସଫା ମନା କରିଦେଇଥିବାରୁ ଏବେ ଅନ୍ତର୍ଜାତୀୟ ସ୍ତରରେ ବି ଚର୍ଚ୍ଚା ଜୋର ।
 

Sponsored
S Jaishankar | Argus News