Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମରୁଭୂମିରେ ବର୍ଷା...

International

ମରୁଭୂମିରେ ବର୍ଷା...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମରୁଭୂମିରେ ବର୍ଷା...

ଅର୍ଗସ ବ୍ୟୁରୋ:  ମରୁଭୂମିରେ ବନ୍ୟା। ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୫୦ ବର୍ଷ ପରେ ଏଭଳି ପରିସ୍ଥିତି ଦେଖାଦେଇଛି। କିନ୍ତୁ ମରୁଭୂମିରେ ପୁଣି ବନ୍ୟା। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ମରୁଭୂମି କଥା ଭାବିଲେ ମନକୁ ଚାଲିଆସେ ବାଲିର ଉଚ୍ଚ ଗଦା। ଯୁଆଡେ ଦେଖିବ ଜଳର ଅଭାବ। ସାହାରା ମରୁଭୂମିରେ ବନ୍ୟା ହୋଇଥିବା ଦେଖିବାକୁ ମିଳିଛି। ସାହାରା ମରୁଭୂମିରେ ଜଳ ପାଇବା ଏକଦା ଅସମ୍ଭବ ଥିଲା। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଏହା ଏବେ ଅତୀତ ହୋଇଯାଇଛି। ୫୦ ବର୍ଷ ପରେ ସାହାରା ମରୁଭୂମିରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାର ଉପଗ୍ରହରୁ କିଛି ଫଟୋ ସେୟାର କରିଛି। ଏହି ଚିତ୍ରଗୁଡ଼ିକୁ ଦେଖି ସାହାରାରେ ବନ୍ୟା ପରିସ୍ଥିତି ଆକଳନ କରାଯାଇଛି। ଉଚ୍ଚ ବାଲୁକା କୂଳ ପାଣିରେ ପରିପୂର୍ଣ୍ଣ। ଏହାର କାରଣ ହେଉଛି ପ୍ରବଳ ବର୍ଷା। ୨ ଦିନର ପ୍ରବଳ ବର୍ଷା ପରେ ସାହାରା ମରୁଭୂମି ଏକ ହ୍ରଦରେ ପରିଣତ ହୋଇଛି।

ସାଧାରଣତଃ ମରୁଭୂମିରେ ଲୋକଙ୍କୁ ପାଣି ଟୋପାଏ ପାଇଁ ଅନେକ କିଲୋମିଟର ଯାତ୍ରା କରିବାକୁ ପଡେ। ତେବେ କଳ୍ପନା କରନ୍ତୁ ଦୁନିଆର ସବୁଠୁ ବଡ ମରୁଭୂମିରେ ଲୋକଙ୍କ ଅବସ୍ଥା କ’ଣ ହେଉଥିବ? ସାହାରା ମରୁଭୂମିରୁ କିଛି ଚମତ୍କାର କଲାପରି ଫଟୋ ସାମନାକୁ ଆସିଛି, ଯାହା ସମସ୍ତଙ୍କ ପାଦ ତଳେ ଭୂମି ଖସିଯାଇଛି।
ଲଗାତାର ୨ ଦିନ ଆଫ୍ରିକୀୟ ଦେଶ ମରକ୍କୋରେ ପ୍ରବଳ ବର୍ଷା ହୋଇଥିଲା। ମରକ୍କୋ ପାଣିପାଗ ବିଭାଗ କହିଛି ଯେ ରାଜଧାନୀଠାରୁ ୪୫୦ କିଲୋମିଟର ଦୂରରେ ଥିବା ଏକ ଗାଁରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।  ଇରିକି ହ୍ରଦର ଫଟୋ ମଧ୍ୟ ନାସାର ଉପଗ୍ରହରେ କଏଦ ହୋଇଛି। ଗତ ୫୦ ବର୍ଷ ଧରି ଶୁଖିଲା ଥିବା ଏହି ହ୍ରଦଟି ପୁଣିଥରେ ପାଣିରେ ପରିପୂର୍ଣ୍ଣ ହୋଇଛି।

ସାହାରା ମରୁଭୂମି ପାଶ୍ଚାତ୍ୟ, ଉତ୍ତର ଏବଂ ମଧ୍ୟ ଆଫ୍ରିକାର ଅନେକ ଦେଶ ପର୍ଯ୍ୟନ୍ତ ବ୍ୟାପିଛି। ବୈଜ୍ଞାନିକଙ୍କ ଅନୁଯାୟୀ, ବିଶ୍ୱ ତାପମାତ୍ରା ହେତୁ ଅନେକ ସ୍ଥାନରେ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଘଟଣାକ୍ରମ ଦେଖିବାକୁ ମିଳେ। ସାହାରା ମରୁଭୂମିରେ ବନ୍ୟା ପରିସ୍ଥିତି ମଧ୍ୟ ଏହାର ଏକ ଜ୍ୱଳନ୍ତ ଉଦାହରଣ। ଯଦିଓ ସାହାରା ମରୁଭୂମି ସମ୍ବାଦରେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ 2022 ମସିହାରେ ସାହାରା ମରୁଭୂମିରେ ତୁଷାରପାତ ଦେଖାଯାଇଥିଲା ଯାହା ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ୩୦-୫୦ ବର୍ଷ ମଧ୍ୟରେ ମରକ୍କୋରେ ଏପରି ବର୍ଷା କେବେ ହୋଇନାହିଁ। ପାଣିପାଗ ବିଭାଗ ଏହି ବର୍ଷାକୁ ଏକ ସ୍ଥାନୀୟ ଝଡ଼ ବା ଏକ୍ସଟ୍ରା ଟେରିଟୋରିଆଲ ଷ୍ଟର୍ମ ବୋଲି କହିଛି, ଯାହାର ପ୍ରଭାବ ବହୁ ବର୍ଷ ପର୍ଯ୍ୟନ୍ତ ଦେଖାଯିବ। ପ୍ରକାଶଥାଉକି ମରକ୍କୋ ଗତ ବର୍ଷ ଠାରୁ ପ୍ରାକୃତିକ ବିପର୍ଯ୍ୟୟ ସହ ସଂଘର୍ଷ କରିଆସୁଛି। ଗତ ବର୍ଷ ଭୂକମ୍ପ ପରେ ଚଳିତ ବର୍ଷ ମରକ୍କୋରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟାରେ ୧୮ ଜଣଙ୍କର ମୃତ୍ୟୁ ଖବର ଆସିଛି। ବର୍ତ୍ତମାନ ସାହାରା ମରୁଭୂମି ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି।

 

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus Whatsapp Channel Mobile Top
Sponsored
Sahara Desert flooded for the first time in 50 years | Argus News