Videos
|
International

Sara Khalifa / TVରେ କରୁଥିଲେ କ୍ରାଇମ୍ ଶୋ; ଏବେ କାହିଁକି ମିଳିଲା ମୃତ୍ୟୁ ଦଣ୍ଡ ?

Sushanta Sahoo
Browse all articles by Sushanta Sahoo
·47 mins ago·2 min read
TVରେ କରୁଥିଲେ କ୍ରାଇମ୍ ଶୋ; ଏବେ କାହିଁକି ମିଳିଲା ମୃତ୍ୟୁ ଦଣ୍ଡ ?
TV Anchor Sara Khalifa Gets Death Penalty

Key Points

ସାରା ଜଣେ ଟିଭି ଉପସ୍ଥାପିକା ଭାବେ ବେଶ୍ ଲୋକପ୍ରିୟ । ତଦନ୍ତ ବେଳେ ୭୫୦ କେଜିରୁ ଅଧିକ ସିନ୍ଥେଟିକ୍ ଡ୍ରଗ୍ସ ଏବଂ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସାମଗ୍ରୀ ମିଳିଥିବା କୁହାଯାଉଛି । 
ନୂଆଦିଲ୍ଲୀ: ଇଜିପ୍ଟର ଚର୍ଚ୍ଚିତ ଟିଭି ଆଙ୍କର ସାରା ଖଲିଫା ଏବେ ଏକ ବଡ଼ ଡ୍ରଗ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କାଇରୋର ଏକ ଅଦାଲତ ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ସାରା ଖଲିଫାଙ୍କ ସମେତ ୧୨ ଜଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ତେବେ ଏହି ରାୟ ଅନ୍ତିମ ନୁହେଁ, ଏହା ବିରୋଧରେ ଅପିଲ୍ କରାଯାଇ ପାରିବ ।

ଏବେ ଏହି ମାମଲା ସମସ୍ତଙ୍କୁ ଆକର୍ଷିତ କରିଛି । ସାରା ଜଣେ ଟିଭି ଉପସ୍ଥାପିକା ଭାବେ ବେଶ୍ ଲୋକପ୍ରିୟ । ତଦନ୍ତ ବେଳେ ୭୫୦ କେଜିରୁ ଅଧିକ ସିନ୍ଥେଟିକ୍ ଡ୍ରଗ୍ସ ଏବଂ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସାମଗ୍ରୀ ମିଳିଥିବା କୁହାଯାଉଛି । ତଦନ୍ତକାରୀ ଏଜେନ୍ସ ଅନୁସାରେ, ଦୁଇଟି ଫ୍ଲାଟରେ ଡ୍ରଗ୍ସ ପ୍ରସ୍ତୁତ କରଯାଉଥିଲା ।

ଏଥିସହ ପଢ଼ନ୍ତୁ: ଜାତିସଂଘକୁ ଚେତାବନୀ ଦେଲା ଭାରତ; ମାନଚିତ୍ରକୁ ନେଇ ସତର୍କ ରୁହ 

କାହିଁକି ହେଲା ମୃତ୍ୟୁଦଣ୍ଡ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସରକାରୀ ଅଭିଯୋଗ ଅନୁସାରେ, ସାରା ଖଲିଫା ଓ ଅନ୍ୟ ଅଭିଯୁକ୍ତମାନେ ଏକ ସଂଗଠିତ ଗ୍ୟାଙ୍ଗ ସହ ଜଡ଼ିତ ଥିଲେ । ବିଦେଶରୁ ଡ୍ରଗ୍ସ ତିଆରିରେ ବ୍ୟବହାର ହେଉଥିବା କଞ୍ଚାମାଲ ଆଣି ସିନ୍ଥେଟିକ୍ ଡ୍ରଗ୍ସ ତିଆରି କରୁଥିଲେ ଏବଂ ପରେ ତାହାକୁ ବିକ୍ରି କରାଯାଉଥିବା ଅଭିଯୋଗ ରହିଛି । ଏହା ସହ ବିନା ଲାଇସେନ୍ସରେ ବନ୍ଧୁକ ଓ ଗୁଳି ରଖିବା ଅଭିଯୋଗ ମଧ୍ୟ ଆସିଛି ।

୨୦ ଜଣ ସାକ୍ଷୀଙ୍କ ବୟାନ ସହ ମେସେଜ୍, ଫଟୋ ଓ ଭିଡିଓ ଭଳି ଡିଜିଟାଲ୍ ପ୍ରମାଣ ମଧ୍ୟ ଅଦାଲତରେ ଦାଖଲ ହୋଇଛି । ତଦନ୍ତ ସମୟରେ ୭୫୦ କିଲୋଗ୍ରାମରୁ ଅଧିକ ଡ୍ରଗ୍ସ ଓ ଡ୍ରଗ୍ସ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିବା ରିପୋର୍ଟରେ କୁହାଯାଇଛି ।

ସାରା ଖଲିଫା କିଏ ?

୩୯ ବର୍ଷୀୟ ସାରା ଖଲିଫା ଇଜିପ୍ଟର ଜଣେ ପରିଚିତ ଟିଭି ଆଙ୍କର । ସେ ‘Mission Impossible’ ନାମକ ଏକ କାର୍ଯ୍ୟକ୍ରମର ଉପସ୍ଥାପିକା । ଯେଉଁଥିରେ ଅପରାଧ ଓ ସୁରକ୍ଷା ସମ୍ପର୍କିତ ଘଟଣା ଉପରେ ଆଲୋଚନା ହୁଏ । ସେ ଟିଭି ବ୍ୟତୀତ ଅନ୍ୟ ବ୍ୟବସାୟିକ କାମରେ ମଧ୍ୟ ଜଡ଼ିତ ଥିବା ରିପୋର୍ଟ ରହିଛି।

ଟିଭି ଉପସ୍ଥାପିକା ସହ ସାରା କସମେଟିକ୍ ସର୍ଜରୀ କ୍ଲିନିକ ଚଳାନ୍ତି । ତାଙ୍କ ଇନଷ୍ଟାଗ୍ରାମରେ ୨୫ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ସାରାଙ୍କୁ ୨୦୨୫ ଏପ୍ରିଲରେ କାଇରୋରୁ ଗିରଫ କରାଯାଇଥିଲା । ସେ ନିଜ ବିରୋଧରେ ଆସିଥିବା ଡ୍ରଗ୍ସ ସମ୍ପର୍କିତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ମଝି ଆକାଶରେ ଯାତ୍ରୀଙ୍କ ଅଜବ ଆଚରଣ; ହାତଗୋଡ଼ ବାନ୍ଧି ବସାଇଦେଲେ କ୍ରୁ ମେମ୍ବର 

୨୮ ଅଭିଯୁକ୍ତଙ୍କ ମଧ୍ୟରୁ କାହାକୁ କ'ଣ ଦଣ୍ଡ ?

ଏହି ମାମଲାରେ ମୋଟ ୨୮ ଜଣ ଅଭିଯୁକ୍ତ ଥିଲେ । ସାରା ଖଲିଫାଙ୍କ ସମେତ ୧୨ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ଅନ୍ୟ ୯ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି ଏବଂ ୭ ଜଣଙ୍କୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ମୃତ୍ୟୁଦଣ୍ଡ ମାମଲାରେ ଇଜିପ୍ଟର ଆଇନ ଅନୁସାରେ ଗ୍ରାଣ୍ଡ ମୁଫତିଙ୍କ ମତାମତ ନିଆଯାଇଥିଲା । ତେବେ ଅଦାଲତର ଏହି ରାୟ ବିରୋଧରେ ଉପର କୋର୍ଟରେ ଅପିଲ୍ କରିବାର ସୁଯୋଗ ରହିଛି । ସାରାଙ୍କ ସହ ଅନ୍ୟ କିଛି ଜଣଙ୍କୁ ଜଣେ ଯୁବକଙ୍କୁ ଅପହରଣ ଓ ମାଡ଼ ମାରିବା ମାମଲାରେ ୫ ବର୍ଷ ଜେଲ୍ ଦଣ୍ଡ ଦିଆଯାଇଛି ।