ପାକ୍ରେ ଭୟଙ୍କର ଜଳସଙ୍କଟ

Key Points
ପାକିସ୍ତାନରେ ଜଳସଙ୍କଟର ସାଟେଲାଇଟ୍ ଚିତ୍ର
ପାକ୍ରେ ଭୟଙ୍କର ଜଳସଙ୍କଟ
ପାକିସ୍ତାନରେ ଜଳସଙ୍କଟର ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିଲେ ପାକ୍ରେ ଭୟଙ୍କର ଜଳସଙ୍କଟ ହୋଇଥିବା ଜଳ ଜଳ ଜଣାପଡୁଛି । ଚେନାବ ଓ ଝେଲମ୍ ନଦୀର ଜଳସ୍ତର ଶୁଖି ଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଚେନାବ ଓ ଝେଲମ୍ ନଦୀର ଜଳସ୍ତରକୁ ନିୟନ୍ତ୍ରଣ କରାଯାଇଛି । ଏଥିଯୋଗୁଁ ପାକିସ୍ତାନରେ ଚାଷ ଗୁରୁତର ପ୍ରଭାବିତ ହୋଇଛି । ଚେନାବ ନଦୀରେ ଥିବା ଭାରତର ଶେଷ ଡ୍ୟାମ୍ ବାଗଲିହାର ଡ୍ୟାମ୍ ଓ ପାକିସ୍ତାନର ପ୍ରଥମ ଡ୍ୟାମ୍ ମରାଲା ଡ୍ୟାମରେ ଜଳସ୍ତର କମିବାରେ ଲାଗିଛି । ମାସକ ପୂର୍ବରୁ ଯେଉଁଠି ପ୍ରଖର ଜଳସ୍ରୋତ ପ୍ରଭାବିତ ହେଉଥିଲା ଏବେ ସେ ନଦୀର ସୁଅ ଶୁଖିଯାଇଛି ।
ସିନ୍ଧୁ ଜଳଚୁକ୍ତି ବାତିଲ ପରେ ଭାରତ ପକ୍ଷରୁ ଚେନାବ ଓ ଝେଲମ ନଦୀର ସର୍ବାଧିକ ଜଳ ବ୍ୟବହାର କରିବାକୁ ଯୋଜନା କରୁଛି । ଏଥିପାଇଁ ଆଉ ଏକ ଡ୍ୟାମ୍ ନିର୍ମାଣ ପାଇଁ ଯୋଜନା ଚାଲିଛି । ସେପଟେ ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନ ଭାରତ ସହ ଆଲୋଚନା କରିବାକୁ ଚାହୁଁଛି । କିନ୍ତୁ ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କୀ ପ୍ରୋତ୍ସାହନ ଦେଉଥିବ ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୋକଠୋକ ଶୁଣାଇଦେଇଥିଲେ ।