Videos
|
International

Airport Attack / ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦରରେ ବଡ଼ ଆକ୍ରମଣ

Rashmita Mishra
Browse all articles by Rashmita Mishra
·15 mins ago·2 min read
ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦରରେ ବଡ଼ ଆକ୍ରମଣ
Airport Attack

Key Points

ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦରରେ ବଡ଼ ଆକ୍ରମଣ । 
ଜଣଙ୍କର ମୃ*ତ୍ୟୁ ୮ ଜଣ ଆହତ ।
ବିମାନବନ୍ଦରର କିଛି ଅଂଶରେ ବ୍ୟାପକ କ୍ଷତି ।
ଆକ୍ରମଣ ପରେ ବିମାନବନ୍ଦରରୁ ସମସ୍ତ ବିମାନ ଚଳାଚଳ ବାତିଲ । 

ସାଉଦି ଆରବର ପୂର୍ବାଞ୍ଚଳ ଦମ୍ମାମସ୍ଥିତ କିଙ୍ଗ ଫାହଦ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃ*ତ୍ୟୁ ହୋଇଥିବାବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ବୁଧବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଥିବା ନେଇ ଗୁରୁବାର ସକାଳେ ସାଉଦି ସିଭିଲ୍ ଏଭିଏସନ୍ ଅଥରିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଆକ୍ରମଣ ଯୋଗୁଁ ବିମାନବନ୍ଦରର କିଛି ଅଂଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସୁରକ୍ଷା ଦୃଷ୍ଟିରୁ ବିମାନବନ୍ଦରରୁ ବିମାନ ଚଳାଚଳ ବାତିଲ କରାଯିବା ସହ କେତେକ ବିମାନକୁ ଅନ୍ୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିବା ସୂଚନା ମିଳିଛି । ଅନ୍ତର୍ଜାତୀୟ ଫ୍ଲାଇଟ୍ ଟ୍ରାକିଂ ସେବା ଫ୍ଲାଇଟ୍ ରାଡାର୍ ୨୪ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛି ।

ପୂର୍ବରୁ ସାଉଦି ଆରବକୁ ଲକ୍ଷ୍ୟ କରି ହୁତି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିବାରୁ ଏହି ଘଟଣା ପଛରେ ସେମାନଙ୍କ ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଆକ୍ରମଣର ପ୍ରକୃତ କାରଣ ଏବଂ ଏଥିରେ କେଉଁ ଗୋଷ୍ଠୀର ସମ୍ପୃକ୍ତି ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସାଉଦି ମିଳିତ ସେନା ପୂର୍ବାଞ୍ଚଳରେ ଚାରିଟି ଡ୍ରୋନ୍ ଆକ୍ରମଣକୁ ପଣ୍ଡ କରିଥିବା ମଧ୍ୟ ଜଣାପଡ଼ିଛି ।

ଅନ୍ୟପଟେ, ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାକୁ ନେଇ ଆମେରିକା ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ସାଉଦି ଆରବ ସମେତ ସଂଯୁକ୍ତ ଆରବ ଏମିରେଟ୍ସ, ଜୋର୍ଡାନ, କାତାର ଓ ବାହାରିନରେ ଅବସ୍ଥାପିତ ଆମେରିକୀୟ ଦୂତାବାସ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ସେହି ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣା ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: