Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଯୁଦ୍ଧର ପ୍ରଭାବରେ ଖସିଲା ସେନ୍‌ସେକ୍ସ ଓ ନିଫ୍ଟ

Rashmita Mishra
Browse all articles by Rashmita Mishra
·1 year ago·1 min read
ଯୁଦ୍ଧର ପ୍ରଭାବରେ ଖସିଲା ସେନ୍‌ସେକ୍ସ ଓ ନିଫ୍ଟ

Key Points

ଇସ୍ରାଏଲ - ଇରାନ ଯୁଦ୍ଧର ବଡ଼ ପ୍ରଭାବ

୬୦୦ ପଏଣ୍ଟ ଖସିଲା ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ 

ନିଫଟି ସୂଚକାଙ୍କ ୧୮୦ ପଏଣ୍ଟ ହ୍ରାସ

ଏସୀୟ ମାର୍କେଟରେ କାରବାର ହ୍ରାସ 

ଚୀନ, ଜାପାନ, ହଂକଂ ଓ ସିଙ୍ଗାପୁରରେ ଖସିଲା ଷ୍ଟକ 

ଅଶୌଧିତ ତୈଳ ଦର ତିନି ପ୍ରତିଶତ ବୃଦ୍ଧି

ସେୟାର ବଜାରରେ ଇସ୍ରାଏଲ - ଇରାନ ଯୁଦ୍ଧର ବଡ଼ ପ୍ରଭାବ । ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସେନସେକ୍ସ ୬୦୦ ପଏଣ୍ଟ ତଳକୁ ଖସିଛି । ସକାଳୁ ମାର୍କେଟ ଖୋଲିବା ପରେ ୬୦୦ ପଏଣ୍ଟ ଖସିଥିବା ବଳେ ନିଫ୍ଟି ୧୮୦ ପଏଣ୍ଟ ଖସିଛି । କେବଳ ଭାରତରେ ନୁହେଁ ବିଶ୍ବ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଏନର୍ଜୀ ମାର୍କେଟରେ ମଧ୍ୟ ପ୍ରଭାବ । ଚୀନ, ଜାପାନ, ହଂକଂ ଓ ସିଙ୍ଗାପୁରରେ ଖସିଲା ଷ୍ଟକ ମାର୍କେଟ୍ । ଅଶୌଧିତ ତୈଳ ଦର ତିନି ପ୍ରତିଶତ ବୃଦ୍ଧି ।

ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨ ପ୍ରତିଶତ ବଢିଛି । ବିଶ୍ବର ପଞ୍ଚମ କ୍ରୁଡ ଅଏଲ ତଥା ଇରାନ ଷ୍ଟ୍ରେଟ ଅଫ ହାର୍ମୁଜ ବନ୍ଦ କରିବାକୁ ଅଶୋଧିତ ତେଲ ଦର ବଢିଛି । ଇରାନ ହେଉଛି ବିଶ୍ବର ନବମ ତେଲ ଉତ୍ପାଦନକାରୀ ସଂସ୍ଥା । ଏବଂ ଦିନକୁ ପ୍ରାୟ ୩ ଦଶମିକ ୩ ମିଲିୟନ ବ୍ୟାରେଲ କ୍ରୁଡ ଅଏଲ ଉତ୍ପାଦନ କରିଥାଏ । ଯୁଦ୍ଧ ଯୋଗୁ ଏବେ ତେଲ ବଜାରରେ ପ୍ରଭାବ ପଢିଛି । ଆଗାମୀ ଦିନରେ ପେଟ୍ରୋଲ ଓ ଡିଲେଜ ଦର ବଢିବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
sensex-and-nifty-fell-due-to-the-impact-of-the-war | Argus News