Videos
|
International

ଫିଲିପାଇନ୍ସରେ ଭୟଙ୍କର ଘୂର୍ଣ୍ଣିଝଡ଼: ୧୩୬ ମୃତ

Ritu Das
Browse all articles by Ritu Das
·1 year ago
ଫିଲିପାଇନ୍ସରେ ଭୟଙ୍କର ଘୂର୍ଣ୍ଣିଝଡ଼: ୧୩୬ ମୃତ

ଅର୍ଗସ ବ୍ୟୁରୋ: ଫିଲିପାଇନ୍ସରେ ବର୍ତ୍ତମାନ ଭୟଙ୍କର ତାଣ୍ଡବ ରଚୁଛି ଘୂର୍ଣ୍ଣିର୍ଝଡ଼ ‘ଟ୍ରାମି’। ପ୍ରବଳ ବର୍ଷା ସହ ଭୀଷଣ ପବନରେ ବେହାଲ ହୋଇଛି ସାରା ସହର। ବର୍ତ୍ତମାନ ସୁଦ୍ଧା ଫିଲିପାଇନ୍ସରେ ମୋଟ ୧୩୬ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । 

ଘୂର୍ଣ୍ଣିଝଡ଼ରେ ଏବେ ପର୍ଯ୍ୟନ୍ତ ୪୦ ଜଣ ନିକୋଜ ଥିବା ମଧ୍ୟ ଜାଣିବାକୁ ମିଳିଛି । ଅନେକ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳି ପାରିନାହିଁ। ତେବେ ଉଦ୍ଧାରକାରୀ ଦଳ ଲୋକମାନଙ୍କୁ ବିପଦରୁ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୧ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରକ୍ରିୟା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଖସିବାରୁ ଅନେକ କ୍ଷୟକ୍ଷତି ଘଟିଯାଇଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Severe cyclone | Argus News