Cyclone Update / ଭୟଙ୍କର ବାତ୍ୟା - ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର
·4 months ago·2 min read

Key Points
ଭୟଙ୍କର ବାତ୍ୟା - ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର
ଫିଲିପାଇନ୍ସ ଉପକୂଳରେ ମାଡ଼ ହେବ ଆଉ ଏକ ସୁପର ଟାଇଫୁନ୍
ପ୍ରବଳ ଝଡ଼ ପବନ ସହ ବର୍ଷା ଓ ଉଚ୍ଚ ଜୁଆର ଉଠିବା ଆଶଙ୍କା
୧୮୫ରୁ ୨୩୦ କିଲୋମିଟର ବେଗରେ ପବନ ବୋହିବା ଆଶଙ୍କା

ଫିଲିପାଇନ୍ସରେ ମାଡ଼ ହେବ ଆଉ ଏକ ସୁପର ଟାଇଫୁନ୍ । ଦେଶର ପୂର୍ବ ଓ ଉତ୍ତର ଭାଗରୁ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୦୦ରୁ ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ । ପ୍ରବଳ ଝଡ଼ ପବନ ସହ ବର୍ଷା ଓ ଉଚ୍ଚ ଜୁଆର ଉଠିବା ଆଶଙ୍କା କରାଯାଇଛି । ଗତ ସପ୍ତାହରେ ଟାଇଫୁନ୍ କାଲମାଗୀ ଫିଲିପାଇନ୍ସରେ ନେଇଥିଲା ୨୦୦ରୁ ଅଧିକ ଲୋକଙ୍କ ଜୀବନ । ଗତ ସପ୍ତାହରେ ଫିଲିପାଇନ୍ସରେ ମାଡ଼ ହୋଇଥିବା ସୁପର ଟାଇଫୁନ୍ କଲମାଗୀ ଯୋଗୁଁ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।
ସୂଚନାନୁଯାୟୀ ଫିଲିପାଇନ୍ସକୁ ପୁଣି ବାତ୍ୟା ଭୟ । ମାଡି ଆସୁଛି ଝଡବାତ୍ୟା ଫୁଙ୍ଗ୍ ଓ୍ୱଙ୍ଗ୍ । କାଲମେଗୀରେ ଛିନଛତ୍ର ହୋଇଥିବା ଫିଲିପାଇନ୍ସ ଏବେ ଆଉ ଏକ ବିପଦର ସାମ୍ନା କରିବାକୁ ଯାଉଛି । ରବିବାର ରାତି ୨ଟାରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗବିତ୍ ଅନୁମାନ କରୁଛନ୍ତି । କୁହାଯାଉଛି ଯେ, ଫୁଙ୍ଗ୍ ଓ୍ୱଙ୍ଗ୍ କାଲମେଗୀଠୁ ଅଧିକ ଭୟଙ୍କର ହେବ । କାରଣ ଏହାର ଆକାର ଏବେ ଯାହା ଅଛି ତାହା ବଳୟରେ ସମ୍ପୂର୍ଣ୍ଣ ଫିଲିପାଇନ୍ସ ଆସିଯାଉଛି । ଫଳରେ କ୍ଷୟକ୍ଷତି ପୂର୍ବାପେକ୍ଷା ଅଧିକ ହୋଇପାରେ ।
ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଦେଶର ପୂର୍ବ ପ୍ରାନ୍ତରେ ଥିବା ଲେଟେ ଓ କେବୁରେ ବାତ୍ୟା ଲ୍ୟାଣ୍ଡଫଲ୍ କରିଥିଲା । ଏହି ଅଞ୍ଚଳରେ ଗତ ମାସରେ ବଡ ଭୂମିକମ୍ପ ମଧ୍ୟ ହୋଇଥିଲା । ଗୋଟିଏ ବିପଦରୁ ଲୋକେ ସମ୍ପୂର୍ଣ୍ଣ ଭାବେ ମୁକୁଳି ନଥିବା ବେଳେ କାଳ ସାଜିଥିଲା ବାତ୍ୟା କାଲମେଗୀ ବା ଟିନୋ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ରହିଥିଲା । ପରେ ଏହା ୧୯୫ କିଲୋମିଟରକୁ ବୃଦ୍ଧି ପାଇଥିଲା । ଯେଉଁଥିରେ ଘର ଭାଙ୍ଗିବା ସହ ଅନେକ ଲୋକ ବନ୍ୟାରେ ଭାସି ଯାଇଥିଲେ । ଏପରି ଭାବେ ୨୪୦ ଜଣ ପ୍ରାଣ ହରାଇଥିଲେ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ୬ ଜଣ ସୁରକ୍ଷାକର୍ମୀ ମଧ୍ୟ ମୃତ୍ୟୁ ମୁଖରେ ପଡିଥିଲେ।
ଏତେ ପରିମାଣରେ ଦୁର୍ଦ୍ଦଶା ଏବଂ କ୍ଷୟକ୍ଷତି କାରଣରୁ ଫିଲିପାଇନ୍ସ ରାଷ୍ଟ୍ରପତି ଫେରଡିନାଣ୍ଡ ମାର୍କୋସ ଜୁରୁରିକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ତେବେ ଫୁଙ୍ଗ୍-ଓ୍ୱଙ୍ଗ୍ ବାତ୍ୟା ପାଇଁ ଆଗକୁ ଅନେକ ଧନଜୀବନ ହାନୀ ହୋଇପାରେ। ଏହାର ମୁକାବିଲା ପାଇଁ ଉପକୂଳର ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ସେମାନଙ୍କୁ ସଚେତନ କରାଯାଉଛି । ଘର ଓ କୋଠା ଭାଙ୍ଗିବାର ସମ୍ଭାବନା ଥିବାରୁ ସରକାରୀ କ୍ୟାମ୍ପରେ ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories