Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନେପାଳରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ, ୧୭୦ ମୃତ

Ritu Das
Browse all articles by Ritu Das
·1 year ago·1 min read
ନେପାଳରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ, ୧୭୦ ମୃତ

ଅର୍ଗସ ବ୍ୟୁରୋ: ନେପାଳରେ ଭୟଙ୍କର ବର୍ଷା ପରେ ବନ୍ୟା ଏବଂ ଭୂସ୍ଖଳନ ଜାରି ରହିଛି। ଯେଉଁଥିରେ ଲଗାତାର ଲୋକଙ୍କ ମୃତ୍ୟୁ ଘଟୁଛି। ପୋଲିସ ଅନୁଯାୟୀ, କାଠମାଣ୍ଡୁ ଘାଟିରେ ବର୍ଷା କାରଣରୁ ଏପର୍ଯ୍ୟନ୍ତ ୪୩ ଲୋକଙ୍କ ପ୍ରାଣହାନି ଘଟିଛି। ବନ୍ୟା,ଭୂସସ୍ଖଳ ଏବଂ ଚାରିଆଡେ ଜଳ ପରିପୂର୍ଣ୍ଣ କାରଣରୁ ୫୫ ଜଣ ଲୋକେ ନିଖୋଜ ଅଛନ୍ତି, ଅନ୍ୟପକ୍ଷେ ୧୦୧ ଜଣ ଆହତ ହୋଇଛନ୍ତି।

ନେପାଳରେ ଭୂସ୍ଖଳନ କାରଣରୁ ଶନିବାର ଦିନ ଜାତୀୟ ରାଜପଥ ଅବରୋଦ୍ଧ ହୋଇଛି ଏବଂ ଶତାଧିକ ଲୋକେ ବିଭିନ୍ନ ରାଜପଥରେ ଫଶିରହିଛନ୍ତି। ହାରାହାରି ୩୨୨ ବିଲ୍ଡିଂ ଏବଂ ୧୬ ସେତୁ କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ୨୦,୦୦୦ରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ପାଖାପାଖି ୩ ହଜାର ୬୨୬ ଜଣଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଯାଇଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ସେମାନେ ୪୦-୪୫ ବର୍ଷରେ କାଠମାଣ୍ଡୁ ଘାଟିରେ ଏପରି ବିନାଶକାରୀ ବନ୍ୟା ଏବଂ ଜଳ ପରିପୂର୍ଣ୍ଣ କେବେ ବି ଦେଖିନାହାନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ, ମୃତକଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଲାଣି। କାଠମାଣ୍ଡୁ ପାଖରେ ଥିବା ଧାଦିଙ୍ଗ ଜିଲ୍ଲାରେ ଶନିବାର ଦିନ ଏକ ବସ ଭୂସ୍ଖଳନର ଶିକାର ହୋଇଥିଲା। ଏଥିରେ ୧୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଭକ୍ତପୁର ସହରରେ ଭୂସ୍ଖଳନରେ ଏକ ଘର ଭୁଶୁଡି ପଡିବାରୁ ୫ଜଣଙ୍କର ମୃତ୍ୟୁ ଘଟିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Sponsored
Severe floods | Argus News