Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ୍ ସରିଫ

Banajyotshna Ray
Browse all articles by Banajyotshna Ray
·2 years ago
ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ୍ ସରିଫ

ଅର୍ଗସ ବ୍ୟୁରୋ: ଶେହବାଜ ସରିଫ୍ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ । ନିର୍ବାଚନ ଫଳ ଜଣାପଡ଼ିବା ପରେ କିଏ ହେବ ପ୍ରଧାନମନ୍ତ୍ରୀ ତାକୁ ନେଇ ରାଜନୀତି ଜୋର ହୋଇଥିଲା । ଏବେ ପାକିସ୍ତାନରେ ପିଏମ ପଲିଟିକ୍ସ ଉପରେ ପଡ଼ିଲା ପୂର୍ଣ୍ଣଛେଦ। ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ୍ ସରିଫ । ପାକିସ୍ତାନ ମୁସଲିମ ଲିଗ ନୱାଜ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ମଧ୍ୟରେ ଗଠବନ୍ଧନ ସରକାରରେ ଶେହବାଜ୍ ସରିଫ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

୩୩୬ ଆସନରୁ ଉଭୟ ଦଳ ମିଶି ୨୦୧ ଆସନରେ ବିଜୟ ଲାଭ କରିଛନ୍ତି । ଅନ୍ୟପଟେ ଏଥର ନିର୍ବାଚନରେ ଇମ୍ରାନ ଖାନଙ୍କ ଦଳ ପିଟିଆଇ ୯୨ଟି ଆସନରେ ବିଜୟ ଲାଭ କରିଛନ୍ତି । ଆଜ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଶେହବାଜ୍ ସରିଫ୍‌ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shehbaz Sharif voted Pakistan's Prime Minister for a second time | Argus News