ପାକିସ୍ତାନ ନୁହେଁ ବାଂଲା ଜଳିବା ପଛରେ ଆମେରିକା ?

Key Points
- ପାକିସ୍ତାନ ନୁହେଁ ବାଂଲା ଜଳିବା ପଛରେ ଆମେରିକା ?
- ସାଙ୍ଘାତିକ ଅଭିଯୋଗ ଆଣିଲେ ହସିନା
ଅର୍ଗସ ବ୍ୟୁରୋ : ବାଂଲାକୁ ନେଇ ଏବେ ପୁରା ବିଶ୍ଵରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆମେରିକା ବିରୋଧରେ ଯେଉଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ଶେଖ ହସିନା ନିଜ ସରକାରର ପତନ ପଛରେ ଆମେରିକାର ହାତ ଥିବା ଦାବି କରିଛନ୍ତି । ଅଭିଯୋଗ କରିଛନ୍ତି, ଆମେରିକାକୁ ସେଣ୍ଟ ମାର୍ଟିନ୍ ଦ୍ୱୀପ ହସ୍ତାନ୍ତର ନକରିବା କାରଣରୁ ଆମେରିକା ଷଡଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିଦେଇଛି ଏବଂ ବାଂଲାରେ ଅଶାନ୍ତ ସୃଷ୍ଟି କରିଛି । ଏହାସହ ସେଣ୍ଟ ମାର୍ଟିନ ଦ୍ୱୀପ ପଶ୍ଚିମବଙ୍ଗ ନିକଟବର୍ତ୍ତୀ ଓ ଏହି ଦ୍ୱୀପକୁ ଆମେରିକା ଦଖଲ କରି ଭାରତରେ ତା'ର ପ୍ରଭୁତ୍ୱ ଜାହିର କରିବାକୁ ଚାହୁଁଥିବା କଥା ହସିନା କହିଛନ୍ତି । ଏହାସହ ଶେଖ ହସିନା ବାଂଲାଦେଶୀ ନାଗରିକମାନଙ୍କୁ କଠୋରପନ୍ଥୀଙ୍କ କଥାରେ ଭାସି ନଯାଇ ଦେଶରେ ଶାନ୍ତି ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।
ସଂରକ୍ଷଣକୁ ନେଇ ବାଂଲାରେ ଅଶାନ୍ତ ସୃଷ୍ଟି ହୋଇଛି । ଆନ୍ଦୋଳନ ଏତେ ଉଗ୍ର ଥିଲା ଯେ ସେନାର ମାତ୍ର ୪୫ ମିନିଟ୍ର ନୋଟିସ ପାଇ ଢାକା ଛାଡିଥିଲେ ହସିନା । ସଙ୍ଗେ ସଙ୍ଗେ ଢାକା ଛାଡି ଭାରତ ପଳାଇ ଆସିଥିଲେ ବାଂଲାର ପୂର୍ବତନ ପ୍ରଧାନମନ୍ତ୍ରୀ । ପ୍ରଥମେ କୁହାଯାଇଥିଲା, ଏହି ଅଶାନ୍ତି ପଛରେ ପାକିସ୍ତାନ ଓ ଚୀନର ଷଡଯନ୍ତ୍ର ରହିଛି । ହେଲେ ଏବେ ହସିନାଙ୍କ ବୟାନକୁ ନେଇ ଗଣମାଧ୍ୟମରେ ଯେଉଁ ଖବର ସାମ୍ନାକୁ ଆସିଛି ତାହାକୁ ନେଇ ଏବେ ଚର୍ଚ୍ଚା । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ନିଜ ନକଟତମ ବନ୍ଧୁଙ୍କ ସହ ପଠାଇଥିବା ଏକ ଚିଠିରେ ହସିନା କହିଛନ୍ତି , ମୁଁ ଏହି କାରଣରୁ ଇସ୍ତଫା ଦେଲି କି ମୁଁ ଦେଶରେ ଶବ ଶୋଭାଯାତ୍ରା ଦେଖିବାକୁ ଚାହୁଁନଥିଲି । ଆଉ ଆମେରିକା ବି ଯେଉଁ ଷଡଯନ୍ତ୍ର କଲା ତାହା ଆଦୌ ଠିକ୍ ନୁହେଁ ବୋଲି ସେ କହିଛନ୍ତି ।
ବାଂଲାଦେଶର ରାଜନୈତିକ ଅସ୍ଥିରତା ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବେ ଭାରତରେ ଶରଣ ନେଇଛନ୍ତି । କିନ୍ତୁ ଏହାପରେ ସେ କେଉଁଠି ରହିବେ ? ହାସିନା ନିଜ ଭଉଣୀ ଏବଂ କିଛି ସହଯୋଗୀଙ୍କ ସହିତ ୟୁରୋପ ଯିବେ ନା ପୁଣି ବାଂଲାଦେଶ ଫେରିଯିବେ ? ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଭାରତ ସରକାର ମଧ୍ୟ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ହସିନା କେଉଁଠି ଆଶ୍ରୟ ପାଇ ନାହାନ୍ତି ସେ ଭାରତରେ ରହି ପାରିବେ ।
📱 Get Argus News App
✨ମୋଟ୍ ଉପରେ, ବାଂଲାଦେଶରେ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଆସିଥିବା ଶେଖ ହସିନା ଏବେ ମଧ୍ୟ ଗାଜିଆବାଦର ହିଣ୍ଡନ ଏୟାରବେସରେ ଅଛନ୍ତି । ଏଠାରେ ତାଙ୍କୁ ସୁରକ୍ଷିତ ଘରେ ରଖାଯାଇଛି । ଯଦିଓ ଶେଖ ହାସିନା ବାଂଲାଦେଶ ଛାଡିବା ପୂର୍ବରୁ ନିଜ ସହ ଅଧିକ କିଛି ଆଣିପାରିନଥିଲେ, ତଥାପି ସେ ତାଙ୍କ ସହ କିଛି ସୁଟକେସ ଏବଂ ବ୍ୟାଗ ଆଣିଥିବା କୁହାଯାଉଥିଲା। ଏହି ସମୟରେ କିଛି ଜରୁରୀ ଜିନିଷ ହିଣ୍ଡନ ଏୟାରବେସରେ ଶେଖ ହାସିନା କିଣିଛନ୍ତି । ଶେଖ ହାସିନା ହିଣ୍ଡନ ବାୟୁସେନା ଷ୍ଟେଶନର ଶପିଂ କମ୍ପ୍ଲେକ୍ସରୁ ତାଙ୍କ ଭଉଣୀ ଏବଂ ନିଜ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିଛନ୍ତି । କୁହାଯାଉଛି ଯେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ୩୦,୦୦୦ ଟଙ୍କା ମୂଲ୍ୟର ଜିନିଷ କିଣିଛନ୍ତି। ଏହି ପେମେଣ୍ଟକୁ ଭାରତୀୟ ମୁଦ୍ରାରେ କରିଥିଲେ, କିନ୍ତୁ ତାଙ୍କ ପାଖରେ ଟଙ୍କା ସର୍ଟ ପଡ଼ିଲା । ଏହା ପରେ ସେ ଏହାକୁ ବାଂଲାଦେଶୀ ନୋଟ ଦେଇଥିଲେ ଏବଂ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

