Videos
|
International

Sheikh Hasina / କଣ ଡିସେମ୍ବରରେ ଫେରିଯିବେ ଶେଖ ହସୀନା…? ନୂଆ ପାସପୋର୍ଟ ଆବେଦନକୁ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା

Ritu Das
Browse all articles by Ritu Das
·1 hour ago·2 min read
କଣ ଡିସେମ୍ବରରେ ଫେରିଯିବେ ଶେଖ ହସୀନା…? ନୂଆ ପାସପୋର୍ଟ ଆବେଦନକୁ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା
India

Key Points

ବାଂଲାଦେଶ ଫେରିଯିବେ ଶେଖ୍ ହସିନା!
ନୂଆ ପାସପୋର୍ଟ ପାଇଁ ଆବେଦନ କଲେ ହସିନା
ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନରେ କଲେ ଆବେଦନ
ବାଂଲାଦେଶ ରାଜନୀତିରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଦୀର୍ଘ ଦିନ ଧରି ଭାରତରେ ରହୁଥିବା ହସିନା ଡିସେମ୍ବରରେ ନିଜ ଦେଶକୁ ଫେରି କୋର୍ଟରେ ହାଜର ହେବାକୁ ଯୋଜନା କରୁଥିବା ଖବର ଆସିବା ପରେ ଏହି ପ୍ରସଙ୍ଗକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାରି ମଧ୍ୟରେ ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନରେ ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ପାଇଁ ଆବେଦନ କରିବା ଖବର ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆଲୋଚନାକୁ ଆହୁରି ବଢ଼ାଇଛି। ତେବେ ଏହି ଆବେଦନ ଓ ଫେରିବା ଯୋଜନା ନେଇ ଆସୁଥିବା ରିପୋର୍ଟ ମଧ୍ୟରେ ବାଂଲାଦେଶ ସରକାରଙ୍କ ଆଭିମୁଖ୍ୟ କ’ଣ ରହିଛି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ଲଣ୍ଡନସ୍ଥିତ ଆଇନଜୀବୀ ସଂସ୍ଥା ମାଟ୍ରିକ୍ସ ଚାମ୍ବର୍ସ ପକ୍ଷରୁ ଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନକୁ ଏନେଇ ଚିଠି ଲେଖାଯାଇଛି। ହସିନାଙ୍କ ପୁରୁଣା ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ରଦ୍ଦ ହୋଇଥିବା ଦର୍ଶାଇ ତାଙ୍କ ପାଇଁ ନୂଆ ଦସ୍ତାବିଜ ଯୋଗାଇଦେବାକୁ ଆବେଦନ କରାଯାଇଛି। ତେବେ ଏହି ଆବେଦନ ମଞ୍ଜୁର ହୋଇଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ଦେଶକୁ ଫେରିବା ପାଇଁ ପ୍ରଥମ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନରେ ନୂଆ ପାସପୋର୍ଟ ଓ ପରିଚୟ ପତ୍ର ପାଇଁ ଆବେଦନ କରିଛନ୍ତି । ଡିସେମ୍ବର ମାସରେ ସେ ବାଂଲାଦେଶ ଫେରି ଆଦାଲତରେ ଆତ୍ମସମର୍ପଣ କରିବାକୁ ଯୋଜନା ରଖିଛନ୍ତି । ଶେଖ୍ ହସିନାଙ୍କ ଲଣ୍ଡନସ୍ଥିତ ଆଇନଜୀବୀ ଟିମ୍- ମାଟ୍ରିକ୍ସ ଚାମ୍ବର୍ସ ଦିଲ୍ଲୀରେ ଥିବା ବାଂଲାଦେଶ ଦୂତାବାସକୁ ଚିଠି ଲେଖିଛି । ବାଂଲାଦେଶର ଅନ୍ତରୀଣ ସରକାର ତାଙ୍କର ପୁରୁଣା ପାସପୋର୍ଟ ଓ ଜାତୀୟ ପରିଚୟ ପତ୍ର ରଦ୍ଦ କରିଦେଇଥିବାରୁ ତାଙ୍କୁ ତୁରନ୍ତ ନୂଆ କାଗଜପତ୍ର ଯୋଗାଇଦେବାକୁ ଅନୁରୋଧ କରାଯାଇଛି।

ବାଂଲାଦେଶ ସରକାର ଲଗାତାର ଭାରତକୁ ହସୀନାଙ୍କୁ ଫେରାଇବାକୁ ଦାବି କରିଆସୁଛି। କିନ୍ତୁ ଭାରତ ବାଂଲାଦେଶର ସବୁ ପ୍ରସ୍ତାବକୁ ଖଶରଜ କରିଦେଇଥିଲା। ଯେଉଁଥିରେ କୁହାଯାଇଥିଲା କି, ହସୀନାଙ୍କୁ ଫେରିବାକୁ ହେଲେ ନୂଆ ଦସ୍ତାବିଜ ଆବଶ୍ୟକ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ବାଂଲାଦେଶର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୁମାୟୁନ୍ କବୀର ହସିନାଙ୍କୁ ପାସପୋର୍ଟ ଦେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ ହସିନାଙ୍କୁ ଜଣେ 'ଫେରାର ଅଭିଯୁକ୍ତ' ବୋଲି କହିବା ସହ ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା 'ପ୍ରତ୍ୟର୍ପଣ ସନ୍ଧି' ଅଧୀନରେ ତାଙ୍କୁ ସିଧାସଳଖ ବାଂଲାଦେଶ ହସ୍ତାନ୍ତର କରିବାକୁ ଭାରତ ସରକାରଙ୍କ ନିକଟରେ ଦାବି କରିଛନ୍ତି । ୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ଯୋଗୁଁ ହସିନା କ୍ଷମତାଚ୍ୟୁତ ହୋଇ ଭାରତରେ ଶରଣ ନେଇଥିଲେ। ଏହାପର ଠାରୁ ହିଁ ସେ ଭାରତରେ ଅଛନ୍ତି। ପ୍ରାୟ ଦୁଇବର୍ଷ ହେଲା ସେ ଭାରତରେ ରହୁଛନ୍ତି। ଡିସେମ୍ବର ମାସରେ ଭାରତରୁ ଶେଖ୍ ହସିନାଙ୍କ ପ୍ରସ୍ତାବିତ ପ୍ରତ୍ୟାବର୍ତ୍ତନ ଏବଂ ଏଥି ସହିତ ଏକ ନୂତନ ପାସପୋର୍ଟ ପାଇଁ ତାଙ୍କର ଆବେଦନ, ବାଂଲାଦେଶ ରାଜନୀତିରେ ପୁଣି ଥରେ ଆଲୋଚନାର ବିଷୟ ପାଲଟିଛି।

୨୦୨୫ ନଭେମ୍ବରରେ ବାଂଲାଦେଶର ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇସାରିଛନ୍ତି । ତେବେ ହସିନା ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ହସିନାଙ୍କ ଦଳ 'ଆୱାମୀ ଲିଗ୍'କୁ ବାଂଲାଦେଶରେ ବ୍ୟାନ କରାଯାଇଛି । ସେ ନିଜ ଦେଶକୁ ଫେରି କୋର୍ଟରେ ହାଜର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି, ଯାହା ବାଂଲାଦେଶ ରାଜନୀତିରେ ପୁଣି ଥରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।