Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଋଷିଆରେ ରହିବେ ସେକ୍‌ ହସିନା ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଋଷିଆରେ ରହିବେ ସେକ୍‌ ହସିନା ?

Key Points

  • ଋଷିଆରେ ରହିବେ ସେକ୍‌ ହସିନା ?
  • ବାଂଲା ଅଶାନ୍ତିଙ୍କୁ ନେଇ ବଢିଲା ଚିନ୍ତା
  • ସୁରକ୍ଷା ଅପେକ୍ଷାରେ ୧୯ ହଜାର ପ୍ରବାସୀ

ଅର୍ଗସ ବ୍ୟୁରୋ : ବାଂଲାଦେଶକୁ ନେଇ ଏବେ ପୁରା ବିଶ୍ଵରେ ଚିନ୍ତା ବଢିଛି । କେମିତି ଶାନ୍ତ ହେବ ବାଂଲାଦେଶ ସେନେଇ ଅନେକ ଦେଶର ନେତା ଆଲୋଚନା ବି ଜାରି ରଖିଛନ୍ତି । କିନ୍ତୁ ଏହାରି ଭିତରେ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି କି, ବାଂଲାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଋଷିଆରେ ହିଁ ରହିବେ । ଆଗାମୀ ଦୁଇ ଦିନରେ ସେ ଭାରତ ଛାଡିବେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ କୌଣସି ପକ୍କା ଖବର ମିଳିନଥିଲେ ବି ଚର୍ଚ୍ଚା କିନ୍ତୁ ଜୋର ଧରିଛି ।

ସଂରକ୍ଷଣକୁ ନେଇ ଜଳୁଛି ବାଂଲାଦେଶ । ସ୍ଥିତି ଅଣାୟତ୍ତ ହେବାରୁ ବାୟୁସେନାର ହେଲିକପ୍ଚରରେ ଢାକା ଛାଡି ଭାରତ ଚାଲିଆସିଥିଲେ ପିଏମ । ପରେ ପରେ ଲଣ୍ଡନ ଯିବା ନେଇ ବି ପ୍ଲାନ ହୋଇଥିଲା । ହେଲେ ସ୍ଥାନୀୟ ସରକାରଙ୍କ କିଛି କଟକଣା ଲାଗି ଭାରତ ଛାଡି ଲଣ୍ଡନ ଗସ୍ତ କରିନାହାନ୍ତି ହସିନା । ଆଉ ଏହାରି ଭିତରେ ସୂଚନା ମିଳୁଛି କି, ଭାରତ ଛାଡି ଋଷିଆ ଯିବେ ହସିନା ।

ପଡ଼ୋଶୀ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନେଇ ଭାରତର ଟେନସନ୍ ବଢିଛି । ସେଠାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ଓ ୧୯ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସୁରକ୍ଷାକୁ ନେଇ ନୂଆଦିଲ୍ଲୀ ଚିନ୍ତିତ । ଏମିତିକି ସ୍ଥାନୀୟ ରାଜନୈତିକ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସଂସଦରେ କହିବା ସହ ସୀମାରେ ବି ସୁରକ୍ଷା ଅଧିକ କଡ଼ାକଡ଼ି କରାଯାଇଥିବା ସୂଚନା ଦେଇଛନ୍ତି । ତେବେ ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ଏବଂ ଦେଶବ୍ୟାପୀ ହିଂସାରେ ୩ଶହ ଜଣଙ୍କ ମୃତ୍ୟୁ ହେବା ପରେ, ଅଣାୟତ୍ତ ହୋଇପଡ଼ିଥିଲା ବାଂଲାଦେଶର ଅରାଜକ ସ୍ଥିତି । ତେଣୁ ନିଜ ପଦରୁ ଇସ୍ତଫା ଦେଇ ଜୀବନ ବଂଚାଇବାକୁ ଭାରତ ପଳାଇ ଆସିଥିଲେ ହାସିନା ।  ବାଂଲାଦେଶ ବାୟୁସେନାର C-130 ବିମାନ ଢାକାରୁ ଆସି ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସରେ ଓହ୍ଲାଇଥିଲା । ଶେଖ୍ ହାସିନାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଭାରତ ଆସିଥିବା କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ, ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ବିଦ୍ରୋହ ଭିତରେ ନୋବେଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ସେଠାକାର ଅନ୍ତରୀଣ ସରକାରର ନେତା ଚୟନ କରାଯାଇଛି । ଗତ କିଛି ହେଲା ଜାରି ରାଜନୈତିକ ଛକ୍କା ପଞ୍ଝା ଭିତରେ ବାଂଲାଦେଶରେ ଅନ୍ତରୀଣ ସରକାରର ଗଠନ ହେବ। ନୋବେଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରର ନେତୃତ୍ବ କରିବାକୁ ବଛାଯାଇଛି । ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନଙ୍କ ଅଧ୍ୟକ୍ଷତାରେ ଗତକାଲି ରାତିରେ ବଙ୍ଗା ଭବନ ବା ରାଷ୍ଟ୍ରପତି ଭବନରେ ବସିଥିଲା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକ ପରେ ରାଷ୍ଟ୍ରପତି ଶାହବୁଦ୍ଦିନ ଏହି ନିଷ୍ପତ୍ତି ଘୋଷଣା କରିଥିଲେ।  ପ୍ରଦର୍ଶନକାରୀ ଛାତ୍ରମାନେ ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରର ନେତୃତ୍ବ କରିବାର ପ୍ରସ୍ତାବ ସ୍ବୀକାର କରିଥିଲେ। ବୈଠକରେ ସଂରକ୍ଷଣ ଆନ୍ଦୋଳନର ନେତୃତ୍ବ ନେଉଥିବା ଛାତ୍ରନେତାଙ୍କ ସହ ତିନି ସେନାର ପ୍ରମୁଖ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ।
 

Sponsored
Sheikh Hasina | Argus News