Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଶେଖ ହାସିନାଙ୍କ ବଡ଼ ବୟାନ, କହିଲେ ପାକିସ୍ତାନ ସହ ....

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଶେଖ ହାସିନାଙ୍କ ବଡ଼ ବୟାନ, କହିଲେ ପାକିସ୍ତାନ ସହ ....

Key Points

କ୍ଷମତା ପାଇଁ ନିଆଯାଇଥିଲା ଆତଙ୍କବାଦୀଙ୍କ ସହାୟତା

ମୁକ୍ତ କରାଯାଇଛି ଆତଙ୍କବାଦକୁ

ଖାଲି ପଡ଼ିଛି ବାଂଲାଦେଶର ଜେଲ୍‌

ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ନେଇ ଏକ ବଡ଼ ବୟାନ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ଆସିନା। ସେ ଅଭିଯୋଗ ଆଣିଛନ୍ତି ୟୁନୁସ୍‌ ବାଂଲାଦେଶକୁ ଆମେରିକା ହାତରେ ଟେକି ଦେବାକୁ ଉଦ୍ୟମ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ୟୁନୁସ୍ ଆତଙ୍କବାଦୀ ଗୋଷ୍ଠୀମାନଙ୍କ ସହାୟତାରେ କ୍ଷମତା ଦଖଲ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ ଅନେକ ଆନ୍ତର୍ଜାତୀୟ ସ୍ତରରେ ନିଷିଦ୍ଧ ଅଛନ୍ତି। କ୍ଷମତା ହାସଲ ପାଇଁ ଆତଙ୍କବାଦୀଙ୍କ ସହାୟତା ନେଇଥିଲେ।


ସେ ତାଙ୍କ ବାପାଙ୍କ ଜୀବନୀକୁ ଉଦାହରଣକୁ ନେଇ ଲେଖିଛନ୍ତି- ତାଙ୍କ ବାପା ଥିବା ବେଳେ ଆମରିକା ସେଣ୍ଟ ମାର୍ଟିନ ଦୀପ ଚାହୁଁଥିଲା। ଯାହାକୁ ସ୍ପଷ୍ଟ ଭାବେ ବିରୋଧ କରିଥିଲେ ହସିନାଙ୍କ ବାପା ଶେଖ୍ ମୁଜିବୁର ରହମାନ। ଯେଉଁଥିପାଇଁ ତାଙ୍କ ଜୀବନ ଯାଇଛି। ତଥାପି ସେ କ୍ଷମତାରେ ରହିବାକୁ ଗୋଟେ ଇଞ୍ଚ୍ ମଧ୍ୟ ଜମି ଦେବାକୁ ପ୍ରସ୍ତୁତ ନଥିଲେ। ହେଲେ ଏବେ ୟୁନୁସ୍ ବାଂଲାଦେଶକୁ ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଆମେ ଦେଶର ସୁରକ୍ଷା ପାଇଁ ଯେଉଁ ଆତଙ୍କବାଦୀଙ୍କୁ ଜେଲରେ ରଖିଥିଲୁ, ଏବେ ସେମାନଙ୍କୁ ଛାଡି ଦିଆଯାଉଛି। ବାଂଲାଦେଶର ସବୁ ଜେଲ୍‌ ଖାଲି ପଡ଼ିଛି। ଏବେ ବାଂଲାଦେଶରେ ଆତଙ୍କବାଦୀ ଶାସନ ଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ - ଦୀର୍ଘଦିନ ହେବ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ଦେଶରେ ହିଂସା ଲାଗି ରହିବାରୁ ଶାସନଗାଦି ଛାଡିବାକୁ ପଡ଼ିଥିଲା ଶେଖ୍ ହାସିନାଙ୍କୁ। ସେବେଠାରୁ, ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ଏକ କାମଚଳା ସରକାର ଅଛି। ୟୁନୁସ୍‌ଙ୍କ ନେତୃତ୍ବରେ ବାଂଲାଦେଶ ପାକିସ୍ତାନର ନିକଟତର ହେଉଛି। ଚର୍ଚ୍ଚାହେଉଛି ପାକିସ୍ତାନରେ ପୁଣି ଥରେ ମିଶିପାରେ ବାଂଲାଦେଶ।

Sponsored
Sheikh Hasina said Yunus planned to sell Balandesh to America | Argus News