Videos
|
International

ଶେଖ୍ ହସିନାଙ୍କ ମନ୍ତବ୍ୟ,ଖଣ୍ଡନ କଲା ଆମେରିକା

Sangram Tripathy
Browse all articles by Sangram Tripathy
·1 year ago·2 min read
ଶେଖ୍ ହସିନାଙ୍କ ମନ୍ତବ୍ୟ,ଖଣ୍ଡନ କଲା ଆମେରିକା


ଅର୍ଗସ ବ୍ୟୁରୋ:ବାଂଲାଦେଶ ହିଂସାକୁ ନେଇ ଶେଷରେ ମୁହଁ ଖୋଲିଛି ଆମେରିକା। ଶେଖ୍ ହସିନାଙ୍କ ଚର୍ଚ୍ଚିତ ମନ୍ତବ୍ୟକୁ କରିଛି ଖଣ୍ଡନ। ବାଂଲାଦେଶରେ ଅରାଜକତା ଏବଂ ଶେଖ୍ ହସିନାଙ୍କୁ ଦେଶ ଛାଡିବା ପଛରେ ଆମେରିକାର ହାତ ଥିବା ନେଇ ଶେଖ୍ ହସିନା ଅଭିଯୋଗ କରିଥିଲେ,ଏହି ଅଭିଯୋଗକୁ ଖଣ୍ଡନ କରିଛି ଆମେରିକା। ଏହା ପୁରାପୁରି ମିଛ ଏବଂ ଏଥିରେ ନାହିଁ କୈାଣସି ବାସ୍ତବତା ନାହିଁ ,ରାଜନୈତିକ ଅସ୍ଥିରତା ପଛରେ ଆମ ଜନତା ଚାହୁଁନଥିଲେ ତେଣୁ ହସିନାଙ୍କୁ ଶାସନଗାଦିରୁ ହଟାଇଲେ । ଏଥିରେ ଆମେରିକାର କୌଣସି ଭୂମିକା ନାହିଁ ବୋଲି ହ୍ବାଇଟ ହାଉସ ମୁଖପାତ୍ର ଜିନ୍ ପିଅର୍ ପ୍ରତିକ୍ରିୟା ରଖିଛନ୍ତି,ଏହା କେବଳ ଏକ ଗୁଜବ ବୋଲି ସେ କହିଛନ୍ତି।


ବାଂଲାଦେଶର ଏକ ଛୋଟ ଦ୍ବୀପ ସେଂଟ୍ ମାର୍ଟିନ ଆଇଲାଣ୍ଡ୍‌ରେ ଆମେରିକାର କାର୍ଯ୍ୟକଳାପକୁ ଅନୁମତି ଦେଇନଥିବାରୁ ଆମେରିକା ବାଂଲାଦେଶ ବିପକ୍ଷରେ ଏପରି ଷଡଯନ୍ତ୍ର କରିଛି ବୋଲି ଶେଖ୍ ହସିନା ମନ୍ବବ୍ୟ ଦେଇଥିବାର ଜୋରଧରିଥିଲା ଚର୍ଚ୍ଚା।  ହ୍ୱାଇଟ ହାଉସ ପ୍ରେସ୍ ସଚିବ କେରିନ ଜିନ ପିୟରଙ୍କ ପକ୍ଷରୁ ଏହି ବିବୃତି ଜାରି କରାଯାଇଛି ।କିନ୍ତୁ ଆମେରିକାର ୱାଶିଂଟନ୍ ଡିସିରେ ରହୁଥିବା ଶେଖ୍ ହସିନାଙ୍କ ପୁଅ ତାଙ୍କ ମା ଏପରି କୈାଣସି ମନ୍ତବ୍ୟ ଦେଇନାହାନ୍ତି ବୋଲି କହିଛନ୍ତି ତେବେ ପ୍ରକୃତରେ ବାଂଲାଦେଶର ପରିସ୍ଥିତି ଏବଂ ହସିନାଙ୍କ ସରକାର ଭାଙ୍ଗିବା ପଛରେ ଆମେରିକାର ହାତ ଅଛି କି ନାହିଁ ତାକୁ ନେଇ କୈାଣସି ସ୍ପଷ୍ଟତା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ବାଂଲାଦେଶର ବିକ୍ଷୋଭ ଓ ପ୍ରତିବାଦ ପଛରେ ଆମେରିକାର ହାତ ନେଇ ଶେଖ୍ ହସିନା ଇସାରା କରିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା।


 ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଆକ୍ରମଣ  ଭିତରେ ଢାକାର ଢାକେଶ୍ବରୀ ମନ୍ଦିରରେ ବାଙ୍ଗଲାଦେଶ ସରକାରଙ୍କ ମୁଖ୍ୟ ପରାମର୍ଶଦାତା  ଢାକାର ଢାକେଶ୍ବରୀ ମନ୍ଦିରରେ ପହଂଚିଥିଲେ। ହିନ୍ଦୁ ମାନଙ୍କ ଉପରେ ହୋଇଛିବାଥିବା ଆକ୍ରମଣ ଏବଂ ହିନ୍ଦୁ ମନ୍ଦିର ଭାଂଙ୍ଗିବା ଘଟଣାକୁ ନେଇ ପ୍ରତିକ୍ରୀୟ ଦେବା ସହିତ ଏହା ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ପ୍ରଫେସର ମହମ୍ମଦ ୟୁନୁସ ।

 ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହୋଇଥିବା ହିଂସାକୁ ନେଇ ବିଭିନ୍ନ ରାଷ୍ଟ୍ରରେ ବିରୋଧ ଏବଂ ବିକ୍ଷୋଭ ଆରମ୍ଭ ହୋଇସାରିଛି। ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟ ଅଳ୍ପସଂଖ୍ୟ ଲୋକମାନେ ରାଜରାସ୍ତାରେ ସେମାନଙ୍କ ଉପରେ ହେଉଥିବା ହିଂସାର ତୀବ୍ର ବିରୋଧ ମଧ୍ୟ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ଅଶାନ୍ତ ବାଂଲାଦେଶ ଶାନ୍ତ ପଡୁଛି,ଆମେରିକା ନା ହସିନା ବାଂଲାଦେଶ ହିସାଂ ପ୍ରସଙ୍ଗରେ କିଏ କହୁଛି ସତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sheikh Hasina's comments, rejected by the United States | Argus News