Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବ୍ରାଡ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ, ଚାଲିଛି ତଦନ୍ତ

International

ବ୍ରାଡ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ, ଚାଲିଛି ତଦନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବ୍ରାଡ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ, ଚାଲିଛି ତଦନ୍ତ

ଅର୍ଗସ ବ୍ୟୁରୋ:   ବ୍ରାଡ୍‌ ପିଟ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ମୂଲ୍ୟର ଠକାମିର ଶିକାର । ଏଖବର ବର୍ତ୍ତମାନ ଚହଲ ସୃଷ୍ଟି କରିଛି। ହଲିଉଡ୍‌ ଅଭିନେତା ବ୍ରାଡ୍‌ ପିଟଙ୍କ ବିଭିନ୍ନ ଡିପ୍‌ଫେକ ଫଟୋ ଏବଂ ଭିଡିଓର ବ୍ୟବହାର କରି ଠକ ଆନିଙ୍କ ବିଶ୍ୱାସ ଜିଣିବା ସହ ବନ୍ଧୁତା ସ୍ଥାପନ କରିଥିଲେ। ବିଭିନ୍ନ ପ୍ରସଙ୍ଗରେ ଆନି ଉକ୍ତ ଠକଙ୍କୁ ୮ ଲକ୍ଷ ୩୦ ହଜାର ୟୁରୋ(ପ୍ରାୟ ୭.୩୬ କୋଟି ଟଙ୍କା) ଦେଇଥିଲେ। ତେବେ କିଛି ଦିନତଳେ ନ୍ୟୁଜ୍‌ ଦେଖିବା ସମୟରେ ଆନି ବ୍ରାଡ୍‌ଙ୍କୁ ତାଙ୍କ ନୂତନ ଗର୍ଲଫ୍ରେଣ୍ଡଙ୍କ ସହ ଦେଖି ସେ ଠକାମିର ସମ୍ମୁଖୀନ ହୋଇଥିବା ଜାଣିପାରିଥିଲେ। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ୨୦୨୩ ଫେବୃଆରୀରେ ଅଭିନେତା ବ୍ରାଡ୍‌ ପିଟ୍‌ଙ୍କ ପରି ଦେଖାଯାଉଥିବା ଏକ ଆକାଉଣ୍ଟରୁ ଆନିଙ୍କୁ ଏକ ମେସେଜ୍‌ ଆସିଥିଲା।


ବ୍ରାଡ୍‌ଙ୍କ ସହ କଥା ହେଉଥିବା ଭାବି ଆନି ତାଙ୍କ ସହ ଚାର୍ଟିଂ କରିଥିଲେ। ଧୀରେ ଧୀରେ ଏହି ଚାର୍ଟିଂ ବନ୍ଧୁତାରେ ପରିଣତ ହୋଇଥିଲା। କିଛି ଦିନର ବନ୍ଧୁତା ପରେ ଆନି ବ୍ରାଡଙ୍କୁ ଭଲ ପାଇ ବସିଥିଲେ। ତେବେ ନିଜକୁ ବ୍ରାଡ୍‌ ଦର୍ଶାଉଥିବା ଠକ ଜଣକ ମଧ୍ୟ ଆନିଙ୍କୁ କବିତା ଶୁଣାଇ ଖୁସି କରାଉଥିବା ସହ ତାଙ୍କୁ ଖୁବ୍‌ ଭଲ ପାଉଥିବା କହିଥିଲେ। ଉକ୍ତ ଠକଜଣକ ବ୍ରାଡ୍‌ଙ୍କ ଫଟୋ ଏବଂ ତାଙ୍କର ଗସ୍ତ ସମ୍ପର୍କିତ ତଥ୍ୟ ଆନିଙ୍କୁ ପ୍ରଦାନ କରି ତାଙ୍କର ବିଶ୍ୱାସଭାଜନ ହୋଇପାରିଥିଲେ। ତେବେ ଆନି ମଙ୍ଗଳବାର ଏକ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ତାଙ୍କ କଲ୍‌କୁ କେବେ ବି ବ୍ରାଡ୍‌ ଭାବେ ନିଜକୁ ଦର୍ଶାଉଥିବା ଠକ ଜଣକ ଗ୍ରହଣ କରୁ ନ ଥିଲେ। ବରଂ ସେ ନିଜର କିଛି ଫଟୋ ଏବଂ ଭିଡିଓକୁ ଆନିଙ୍କୁ ପଠାଉଥିଲେ। ଉକ୍ତ ଭିଡିଓ ଦେଖି ଆନି ବ୍ରାଡ୍‌ଙ୍କ ସହ ନିଜର ବନ୍ଧୁତା ସ୍ଥାପନ ନେଇ ଆଶ୍ୱସ୍ତି ପ୍ରକାଶ କରୁଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧୀରେ ଧୀରେ ଆନି ବ୍ରାଡ୍‌ଙ୍କୁ ଭଲ ପାଇ ବସିଲେ ଏବଂ ତାଙ୍କ ସହ ରହିବାକୁ ସ୍ଥିର କରିଥିଲେ। ତେଣୁ ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଛାଡ଼ପତ୍ରର କ୍ଷତିପୂରଣ ବାବଦକୁ ଆନିଙ୍କୁ ୭.୭୫ ଲକ୍ଷ ୟୁରୋ ମିଳିଥିଲା। ଏନେଇ ଆନି ନକଲି ବ୍ରାଡ୍‌ଙ୍କୁ ଜଣାଇଥିଲେ। ଏହା ପରଠାରୁ ଠକ ଜଣକ ବିଭିନ୍ନ ବାହାନା କରି ତାଙ୍କୁ ଅର୍ଥ ମାଗିଥିଲେ ବୋଲି ଆନି କହିଛନ୍ତି। ତେବେ ଏହି ଠକାମିର ସମ୍ମୁଖୀନ ହୋଇ ତାଙ୍କ ବ୍ୟକ୍ତିଗତ ଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ଆନି କହିଛନ୍ତି। ତେବେ ଗତବର୍ଷ ଏକଦା ସେ କିଡ୍‌ନୀ କର୍କଟ ରୋଗରେ ପୀଡ଼ିତ ଅଛନ୍ତି ବୋଲି ତାଙ୍କୁ ନକଲି ବ୍ରାଡ୍‌ କହିଥିଲେ। ସ୍ତ୍ରୀ ଆଞ୍ଜୋଲିନା ଜୋଲିଙ୍କ ସହ ଛାଡ଼ପତ୍ର ପରେ ତାଙ୍କ ବ୍ୟାଙ୍କ୍‌ ଖାତା ବନ୍ଦ ହୋଇଯାଇଛି। ତେଣୁ ସେ କ୍ୟାନ୍‌ସର ଚିକିତ୍ସା ସମ୍ପର୍କିତ ଅର୍ଥ ପୈଠ କରିବାକୁ ଅସମର୍ଥ। ଏହି ବାହାନା କରି ନକଲି ବ୍ରାଡ୍‌ ଆନିଙ୍କୁ ଅର୍ଥ ମାଗିଥିଲେ।


ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus Whatsapp Channel Mobile Top
Sponsored
Shocking! Fraudster using Brad Pitt’s identity steals ₹7 crore from a woman; THIS is what happened next | Argus News