Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଦୁନିଆର ଏହି ଶକ୍ତିଶାଳୀ ଦେଶ ହେବ ହିନ୍ଦୁ ରାଷ୍ଟ୍ର, କ'ଣ କହୁଛି ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଦୁନିଆର ଏହି ଶକ୍ତିଶାଳୀ ଦେଶ ହେବ ହିନ୍ଦୁ ରାଷ୍ଟ୍ର, କ'ଣ କହୁଛି ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ?

ନାସ୍ତ୍ରେଦମସ ତାଙ୍କ ବହି 'ଲେସ ପ୍ରୋଫେଟିଜ୍‌'ରେ ଅନେକ ଭବିଷ୍ୟବାଣୀ କରିଥିଲେ । ସେ କରିଥିବା ଭବିଷ୍ୟବାଣୀ ମଧ୍ୟରୁ ଅଧିକାଂଶ ସତ ହୋଇଛି ମଧ୍ୟ । ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ମାଇକଲ ଦି ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀକୁ ନେଇ ପୁଣି ଚର୍ଚ୍ଚା ହେଉଛି । ସେ ହିନ୍ଦୁ ଧର୍ମକୁ ନେଇ ନେଇ କରି ଯାଇଛନ୍ତି ବଡ଼ ଭବିଷ୍ୟବାଣୀ । ତାଙ୍କ ଭବିଷ୍ୟବାଣୀ ଅନୁସାରେ, ଆଗାମୀ ସମୟରେ ଏକ ଦେଶ ହିନ୍ଦୁ ଧର୍ମକୁ ଆପଣାଇ ନେବ ।


ମାଇକଲ ଦି ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ଅନୁସାରେ, ଆଗାମୀ ଦିନରେ ଦକ୍ଷିଣ ଭାରତକୁ ଜଣେ ନେତା ଆସିବେ । ଯିଏ କି ସମଗ୍ର ଦୁନିଆକୁ ଏକତା ସୂତ୍ରରେ ବାନ୍ଧି ରଖିବେ । ଏହା ପରେ ଋଷ ସାମ୍ୟବାଦକୁ ଛାଡ଼ି ହିନ୍ଦୁ ଧର୍ମକୁ ଆପଣାଇ ନେବ । ଏହି ସମୟରେ ଋଷ ମଧ୍ୟ ଅନ୍ୟ ଦେଶରେ କରିବ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ।


ସେହିଭଳି ନାସ୍ତ୍ରେଦମସ କରି ଯାଇଥିବା ଭବିଷ୍ୟବାଣୀରେ ରହିଛି, ଏକବିଂଶ ଶତାବ୍ଦୀରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେବ । ଭାରତର ଆଧ୍ୟାତ୍ମିକ ଦର୍ଶନ (ହିନ୍ଦୁ ଧର୍ମ ସହିତ) ସମଗ୍ର ଦୁନିଆକୁ ପରିବ୍ୟାପ୍ତ ହେବ । ଭାରତରେ ଜଣେ ଶକ୍ତିଶାଳୀ ନେତାଙ୍କ ଅଦ୍ଭ୍ୟୁଦୟ ହେବ । ଯିଏ କି ବିଶ୍ଵ ରାଜନୀତି ଓ ଆଧ୍ୟତ୍ମିକତାକୁ ପ୍ରଭାବିତ କରିବେ । ତେବେ ଲୋକ ଏହାକୁ ଆଧୁନିକ ଭାରତୀୟ ନେତାଙ୍କ ସହ ଯୋଡ଼ନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନାସ୍ତ୍ରେଦମସ ଦେଇଥିବା ସଂକେତ ଅନୁସାରେ, ଏବେ ଭାରତୀୟ ସଂସ୍କୃତି, ଯୋଗ ଓ ବେଦର ପ୍ରଚାର ପ୍ରସାର ବୈଶ୍ଵିକ ସ୍ତରରେ ହେଉଛି । ସମଗ୍ର ବିଶ୍ଵ ଆଜି ଯୋଗ ଓ ଧ୍ୟାନ ଶିଖୁଛି । ଯାହାକୁ କିଛି ଲୋକ ମଧ୍ୟ ଭବିଷ୍ୟବାଣୀ ସହ ଯୋଡ଼ୁଛନ୍ତି ।


ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ନାସ୍ତ୍ରେଦମସଙ୍କ ଅନୁସାରେ, ପ୍ରଦୂଷଣ ଓ ଅନ୍ୟ କାରଣରୁ ଜଳବାୟୁ ପରିବର୍ତ୍ତନ ଭୟଙ୍କର ରୂପ ନେବ । ୨୦୨୫ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ । ଏତେ ଗରମ ଆଗରୁ କେବେ ହୋଇ ନଥିବ । ଆଉ ଏହାର ସର୍ବାଧିକ ପ୍ରଭାବ ୟୁରୋପରେ ଦେଖିବାକୁ ମିଳିବ ।

Sponsored
Shocking Predictions Of Nostradamus Russia Will Become Hindu Nation | Argus News