Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆମେରିକାରେ ଗୁଳିକାଣ୍ଡ ୨ ମୃତ, ୧୬ ଆହତ

Rashmita Mishra
Browse all articles by Rashmita Mishra
·2 years ago
ଆମେରିକାରେ ଗୁଳିକାଣ୍ଡ ୨ ମୃତ, ୧୬ ଆହତ


ଅର୍ଗସ ବ୍ୟୁରୋ: ଆମେରିକାରେ ଗତକାଲି ଟେକ୍ସାସ୍ ପାର୍କରେ ଏକ ଗୁଳି ବିନିମୟରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ‌ବେଳେ ତିନି ଶିଶୁଙ୍କ ସହ ୧୬ ଆହତ ହୋଇଛନ୍ତି। ଗତ କାଲି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ଏବଂ ଠିକ୍ ସେହି ସମୟରେ କେହି ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏଥିରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ‌ବେଳେ ୬ ଜଣ ଆହତ ହୋଇଥିଲେ ବୋଲି ରାଉଣ୍ଡ ରକ୍ ପୋଲିସ୍ ମୁଖ୍ୟ ଆଲେନ୍ ବ୍ୟାଙ୍କ ଘଟଣାସ୍ଥଳରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଆହତମାନଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବା ଆରମ୍ଭ କରିଥିଲେ ଯାହା ପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା ବୋଲି ଆଲେନ୍ କହିଛନ୍ତି। ତେବେ ଗୁଳିଚଳାଇଥିବା ଅଭିଯୁକ୍ତଜଣକ ପୁଲିସ୍‌କୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର୍‌ ହୋଇଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
shooting-in-america-2-dead-16-injured | Argus News