Videos
|
International

ବଢିଲା ଶୁଭାଂଶୁ ଶୁକ୍ଳାଙ୍କ ଘର ବାହୁଡା ଅବଧି

Smruti Parija
Browse all articles by Smruti Parija
·1 year ago·2 min read
ବଢିଲା ଶୁଭାଂଶୁ ଶୁକ୍ଳାଙ୍କ ଘର ବାହୁଡା ଅବଧି

Key Points

ଶୁଭାଂଶୁ ଶୁକ୍ଲାଙ୍କ ଘର ବାହୁଡ଼ା ଅବଧି ବୃଦ୍ଧି

ଜୁଲାଇ୧୪ରେ ପୃଥିବୀକୁ ଫେରିବ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା Axiom-4 ମିସନ

ମହାକାଶରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ତିନୋଟି ପରୀକ୍ଷଣ

ଶୁଭାଂଶୁ ଶୁକ୍ଲାଙ୍କ ଘର ବାହୁଡ଼ା ଅବଧି ବୃଦ୍ଧି । ଜୁଲାଇ୧୪ରେ ପୃଥିବୀକୁ ଫେରିବ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା Axiom-4 ମିସନ । ଆଉ ୨ ଦିନ ପରେ ଶୁଭାଂଶୁ ଓ ତାଙ୍କ ସହକର୍ମୀ ଫେରିବା ସୂଚନା ମିଳିଛି । ଟେକ୍ସାସସ୍ଥିତ ମହାକାଶ କମ୍ପାନି ହ୍ୟୁଷ୍ଟନ୍ ସ୍ପେସ୍ ଦ୍ୱାରା ପରିଚାଳିତ ଏହି ଐତିହାସିକ ଅଭିଯାନରେ ଶୁକ୍ଳାଙ୍କ ସହ ଆମେରିକାର ବରିଷ୍ଠ ମହାକାଶଚାରୀ ପେଗି ହ୍ୱିଟ୍ସନ୍, ପୋଲାଣ୍ଡର ମିସନ ବିଶେଷଜ୍ଞ ସାଓସ୍‌ ଉଜନାସ୍କି ଓ ହଙ୍ଗେରୀର ଚତୁର୍ଥ ମିସନ ବିଶେଷଜ୍ଞ ଟିବୋର୍ କାପୁ ରହିଛନ୍ତି।


ସ୍ୱାସ୍ଥ୍ୟ, ପଦାର୍ଥ ବିଜ୍ଞାନ ଓ ମହାକାଶ ପ୍ରଯୁକ୍ତି ବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ପରୀକ୍ଷଣ କରିବା ପାଇଁ ଏହି ୪ ମହାକାଶଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଜୁଲାଇ ୧୪ରେ Axiom-4 ଅନ୍ ଡକିଂ ପାଇଁ ଯୋଜନା ଥିବା ସ୍ପଷ୍ଟ କଲା ନାସା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଶୁଭାଂଶୁଙ୍କ ପିତା -ମାତା ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ତାଙ୍କର ଆସିବା ତାରିଖ ଜାଣିବା ପରେ ତାଙ୍କ ମନରେ ଖୁସିର ଲହରି ଖେଳିଯାଇଛି । ବାଜା ବଜେଇ ବାଣ ଫୁଟାଇ ଆମେ ପୁଅକୁ ସ୍ୱାଗତ କରିବୁ ବୋଲି ସେମାନେ କହିଛନ୍ତି ।


ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ତିନୋଟି ପରୀକ୍ଷଣ କରିଥିଲେ । ପ୍ରଥମ ଥର ପାଇଁ, ସେ ସ୍ପ୍ରାଉଟ୍ସ ପ୍ରୋଜେକ୍ଟରେ କାର୍ଯ୍ୟ କରିଥିଲେ ଯାହା ଦ୍ୱାରା ଗଜା ଏବଂ ପ୍ରାରମ୍ଭିକ ଉଦ୍ଭିଦ ବିକାଶକୁ କିପରି ମାଇକ୍ରୋଗ୍ରାଭିଟି ପ୍ରଭାବିତ କରେ ତାହା ଅଧ୍ୟୟନ କରାଯାଇଥିଲା । ପୃଥିବୀକୁ ଫେରିବା ପରେ ସେହି ବିହନ ଗୁଡିକୁ ଅନେକ ପିଢି ପର୍ଯ୍ୟନ୍ତ ଚାଷ କରାଯିବ । ଏଥିରେ କଣ ଫରକ୍ ଦେଖିବାକୁ ମିଳୁଛି ତାହାକୁ ପରୀକ୍ଷଣ କରାଯିବ ।


ଅନ୍ୟ ଏକ ପରୀକ୍ଷଣରେ, ସେ ମାଇକ୍ରୋ ଶୈବାଳକୁ ବିନିଯୋଗ ଏବଂ ସଂରକ୍ଷଣ କରିଥିଲେ, ଯାହା ଖାଦ୍ୟ, ଅମ୍ଳଜାନ ଏବଂ ଜୈବ ଇନ୍ଧନ ଉତ୍ପାଦନ କରିବାର ସମ୍ଭାବନା ପାଇଁ ଅନୁସନ୍ଧାନ କରାଯାଉଛି ।