Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୧୮ ଦିନ ପରେ ମହାକାଶରୁ ଫେରିଲେ ଶୁଭାଂଶୁ

Ritu Das
Browse all articles by Ritu Das
·1 year ago·1 min read
୧୮ ଦିନ ପରେ ମହାକାଶରୁ ଫେରିଲେ ଶୁଭାଂଶୁ

Key Points

୧୮ ଦିନ ପରେ ମହାକାଶରୁ ଫେରିଲେ ଶୁଭାଂଶୁ

ତାଙ୍କ ମହାକାଶଯାନ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଭାବରେ ଅବତରଣ କରିଛି

ଦୀର୍ଘ ୧୮ ଦିନ ପରେ ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟ ଆଇଏସ୍‌ଏସ୍‌ରୁ ଅଲଗା ହୋଇଥିଲା

୧୮ ଦିନ ଧରି ମହାକାଶରେ ରହିବା ପରେ ମହାକାଶଚାରୀ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆକ୍ସିଓମ୍‌-୪ ମିଶନର ଅନ୍ୟ ୩ କ୍ରିଉ ସଦସ୍ୟଙ୍କ ସହ ପୃଥିବୀରେ ଅବତରଣ କରିଛନ୍ତି। ତାଙ୍କ ମହାକାଶଯାନ ଡ୍ରାଗନ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଭାବରେ ଅବତରଣ କରିଛି। ବାୟୁସେନା ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳା ଏବଂ ଆକ୍ସିଓମ୍‌-୪ ମିଶନର ୩ ଅନ୍ୟ କ୍ରିଉ ସଦସ୍ୟ ପେଗୀ ହ୍ବିଟ୍‌ସନ୍‌, ସ୍ଲାଓଜ୍‌ ଉଜ୍‌ନାନ୍‌ସ୍କି ଏବଂ ଟିବୋର କାପ ସୋମବାର ଭାରତୀୟ ସମୟ ଅପରାହ୍ନ ସାଢ଼େ ୪ଟାରେ ସ୍ପେସ୍‌ ଏକ୍ସ’ର ଡ୍ରାଗନ ମହାକାଶଯାନ ଯୋଗେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ଛାଡ଼ିଥିଲେ। ଦୀର୍ଘ ୧୮ ଦିନ ପରେ ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟ ଆଇଏସ୍‌ଏସ୍‌ରୁ ଅଲଗା ହୋଇଥିଲା।


୨୨ ଘଣ୍ଚାର ଯାତ୍ରା ପରେ ୪ ମହାକାଶଚାରୀ ମଙ୍ଗଳବାର ଭାରତୀୟ ସମୟ ଅପରାହ୍ନ ୩ଟାରେ କାଲିଫର୍ନିଆ ଉପକୂଳରେ ଅବତରଣ କରିବେ ବୋଲି ସୂଚନା ରହିଥିଲା। ତେବେ ଆଇଏସ୍‌ଏସ୍‌ ଛାଡ଼ିବାର କିଛିଘଣ୍ଟା ପୂର୍ବରୁ ଶୁଭାଂଶୁ ସେଠାରେ ଏକ ଶୂନ୍ୟ ଗୁରୁତ୍ୱାକର୍ଷଣ ପରୀକ୍ଷଣକୁ ପ୍ରଦର୍ଶିତ କରିଥିଲେ। ଜଳ ମାଧ୍ୟମରେ କିପରି ସୂକ୍ଷ୍ମ ଗୁରୁତ୍ୱାକର୍ଷଣ ଦୈନନ୍ଦିନ ପଦାର୍ଥ ବିଜ୍ଞାନକୁ ରୂପାନ୍ତରିତ କରୁଛି, ତାହା ସେ ଦର୍ଶାଇଥିଲେ। ଆକ୍ସିଓମ୍‌-୪ ମିଶନ ଅନ୍ତର୍ଗତ ଏହି ପରୀକ୍ଷଣରେ ଶୁଭାଂଶୁ ମହାକାଶରେ ଜଳର ଅନନ୍ୟ ଆଚରଣକୁ ବୁଝାଇଥିଲେ। ଉଲ୍ଲେଖଯୋଗ୍ୟ, ଆମେରିକୀୟ ମହାକାଶ ସଂସ୍ଥା (ଇସ୍ରୋ) ଏବଂ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ମିଳିତ ଆକ୍ସିଓମ୍‌-୪ ମିଶନ ଯୋଗେ ଶୁଭାଂଶୁ ପ୍ରଥମ ଭାରତୀୟ ଭାବେ ଆଇଏସ୍‌ଏସ୍‌ରେ ପହଞ୍ଚିଥିଲେ। ସେହିପରି ସେ ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
shubhanshu-returns-from-space-after-18-days | Argus News