Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପ୍ରଥମେ କଲେ ଗଣଦୁଷ୍କର୍ମ, ପରେ ଦେଶରୁ ବାହାରିଯିବାକୁ ଦେଲେ ଧମକ

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ପ୍ରଥମେ କଲେ ଗଣଦୁଷ୍କର୍ମ, ପରେ ଦେଶରୁ ବାହାରିଯିବାକୁ ଦେଲେ ଧମକ

Key Points

୨ ଜଣ ଗୋରା ରଙ୍ଗର ଯୁବକ ମହିଳାଙ୍କ ସହ ଜୋର ଜବରଦସ୍ତ ଗଣଦୁଷ୍କର୍ମ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଗାଢ ରଙ୍ଗର ସ୍ବେଟସାର୍ଟ ପିନ୍ଧିଥିବା ବେଳେ ଅନ୍ୟଜଣେ ଧୂସର ରଙ୍ଗର ଟୋପି ପିନ୍ଧିଥିଲେ । ସେମାନେ ସମ୍ପୂର୍ଣ୍ଣ ଭାବେ ଶିଖ୍‌ ଜାତିକୁ ଟାର୍ଗେଟ କରି ଆକ୍ରମଣ କରିଥିବା କହିଥିଲେ ମହିଳାଜଣକ ।

ପ୍ରଥମେ ଗଣଦୁଷ୍କର୍ମ , ପରେ ନିଜ ଦେଶକୁ ଚାଲିଯିବାକୁ ଦେଲେ ଧମକ । ବ୍ରିଟେନ ଓଲ୍ଡବରୀରେ ଏକ ଘଟଣା ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ୨୦ ବର୍ଷର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ୨ ଜଣ ପୁରୁଷ । ସକାଳ ୮.୩୦ ସମୟରେ ଘଟିଛି ଏହି ଅଭାବନୀୟ ଘଟଣା ।

ପୋଲିସର ସୂଚନା ମୁତାବକ ୨ ଜଣ ଇଂଲଣ୍ଡର ପଶ୍ଚିମ ମିଡଲ୍ୟାଣ୍ଡସ୍ ଅଞ୍ଚଳର ସାଣ୍ଡୱେଲ୍ ଅଞ୍ଚଳର ଓଲ୍ଡୱରୀ ଟେମ ରୋଡରେ ଯୁବତୀଙ୍କ ପ୍ରତି ଯୌନ ଆକ୍ରମଣ କରାଯାଇଛି। ୨ ଜଣ ଗୋରା ରଙ୍ଗର ଯୁବକ ମହିଳାଙ୍କ ସହ ଜୋର ଜବରଦସ୍ତ ଗଣଦୁଷ୍କର୍ମ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଗାଢ ରଙ୍ଗର ସ୍ବେଟସାର୍ଟ ପିନ୍ଧିଥିବା ବେଳେ ଅନ୍ୟଜଣେ ଧୂସର ରଙ୍ଗର ଟୋପି ପିନ୍ଧିଥିଲେ । ସେମାନେ ସମ୍ପୂର୍ଣ୍ଣ ଭାବେ ଶିଖ୍‌ ଜାତିକୁ ଟାର୍ଗେଟ କରି ଆକ୍ରମଣ କରିଥିବା କହିଥିଲେ ମହିଳାଜଣକ । ତା ସହ ତାଙ୍କୁ ସେହି ଯୁବତୀଙ୍କୁ ଜାତିଭେଦପୂର୍ଣ୍ଣ ମନ୍ତବ୍ୟ ଦେଇ କହିଥିଲେ, ଯାଅ ନିଜ ଦେଶକୁ ଚାଲିଯାଅ ।

ତେବେ ଏହି ଘଟଣା ପରେ ବ୍ରିଟିଶ ସାଂସଦ ପ୍ରୀତ କୌର ଗିଲ ଏହି ଘଟଣାର ଘୋର ନିନ୍ଦା କରି କରିଛନ୍ତି । ସେ କହିଛନ୍ତି , ବର୍ତ୍ତମାନ ସମୟରେ ବଢୁଥିବା ଜାତିଭେଦ ମନ୍ତବ୍ୟ ଦେଶ ପାଇଁ ଅତ୍ୟନ୍ତ ଚିନ୍ତାଜନକ । ସେହିପରି ବର୍ମିହୋମ ଏଜବାଷ୍ଟନର ସାଂସଦ କହିଛନ୍ତି, ପ୍ରଥମେ ମହିଳାଙ୍କ ପ୍ରତି ଏମିତି ବ୍ୟବହାର ଚରମ ହିଂସାର କାର୍ଯ୍ୟ ଏହାସହ ସେମାନେ ଦେଇଥିବା ଜାତିଭେଦ ମନ୍ତବ୍ୟ ଆହୁରି ଦେଶ ପାଇଁ ଚିନ୍ତାଜନକ । ତାଙ୍କୁ କୁହାଯାଉଛି ଯେ , ତୁମେ ତୁମ ଦେଶକୁ ଚାଲିଯାଆ, ପ୍ରକୃତରେ ସେମାନେ ଏହି ଦେଶର । ଆମ ଦେଶରେ ପ୍ରତ୍ୟେକ ସମ୍ପ୍ରଦାୟଙ୍କର ସୁରକ୍ଷିତ ଏବଂ ସମ୍ମାନର ସହ ରହିବାର ଅଧିକାର ଅଛି । ତେଣୁ ଓଲ୍ଡୱରାରେ ଜାତିଭେଦ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାରର କୌଣସି ସ୍ଥାନ ନାହିଁ ।

ଇଲଫୋର୍ଡ ସାଉଥ୍‌ର ଅନ୍ୟ ଜଣେ ସାଂସଦ ଜସ୍ ଅଥୱାଲ୍ କହିଛନ୍ତି, ଏହି ଆକ୍ରମଣ ଆମ ଦେଶରେ ବଢ଼ୁଥିବା ଜାତିଗତ ଉତ୍ତେଜନାର ପରିଣାମ ।
ଗତ ୩ ମାସ ତଳେ ୱଲଭରହାମ୍ପଟନ୍ ରେଳ ଷ୍ଟେସନ୍ ବାହାରେ ତିନି ଜଣ ଯୁବକଙ୍କ ଦ୍ୱାରା ଦୁଇଜଣ ବୟସ୍କ ଶିଖ୍ ପୁରୁଷଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଭିଡିଓରେ ଜଣେ ବାରମ୍ବାର ତାଙ୍କୁ ଲାତ ମାରୁଥିବାର ଅନ୍ୟ ଜଣେ ତାଙ୍କୁ ଟାଣିଟାଣି ନେବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପୋଲିସ ଟିମ ଗଠନ କରି ଆକ୍ରମଣକାରୀଙ୍କୁ ସନ୍ଧାନ କରିବାକୁ ଚେଷ୍ଟା କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sikh Woman Raped By 2 Men In UK | Argus News