Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସିକିମ୍‌ରେ ପ୍ରକୃତିର ତାଣ୍ଡବ, ଫସିଛନ୍ତି ପର୍ଯ୍ୟଟକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସିକିମ୍‌ରେ ପ୍ରକୃତିର ତାଣ୍ଡବ, ଫସିଛନ୍ତି ପର୍ଯ୍ୟଟକ

ଅର୍ଗସ ବ୍ୟୁରୋ: ସିକିମ୍‌ରେ ପ୍ରକୃତିର କରାଳ ତାଣ୍ଡବ । ଉତ୍ତର-ପୂର୍ବ ସିକିମ୍‌ରେ ଫସିଛନ୍ତି ଓଡ଼ିଶାର ପର୍ଯ୍ୟଟକ । ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପରିବାର ୪ ଜଣଙ୍କ ସମେତ ମୟୂରଭଞ୍ଜର ଜଣେ ପର୍ଯ୍ୟଟକ ୫ ଦିନ ହେବ ଫସି ରହିଛନ୍ତି । ସିକିମ୍‌ର ରାଜଧାନୀ ଗ୍ୟାଙ୍ଗଟକରୁ ଚାଇନା ସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଗତ ୧୨ ତାରିଖରେ ଭୂସ୍ଖଳନ ହୋଇ ରାସ୍ତା ଓ ପୋଲ ଭାଙ୍ଗିଯାଇଛି । ଉଦ୍ଧାର ପାଇଁ ପର୍ଯ୍ୟଟକମାନେ ସରକାରଙ୍କ ସହାୟତା ଲୋଡ଼ିଛନ୍ତି । ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ ଭଜବଲପୁର ଗାଁର ରାମନାରାୟଣ ମିଶ୍ର ତାଙ୍କ ପରିବାର ସହ ଚାଇନା ସୀମାକୁ ଲାଗିଥିବା ଲାଚୁମ୍‌ ବୁଲିବାକୁ ଯାଇଥିଲେ ।

ଲାଚୁମ୍‌ରୁ ୧୩ ତାରିଖରେ ଗ୍ୟାଙ୍ଗଟକକୁ ଫେରିବାର କାର୍ଯ୍ୟକ୍ରମ ଥିଲା। ହେଲେ ୧୨ ତାରିଖ ରାତିରେ ପ୍ରବଳ ବର୍ଷା ଓ ପାଗ ଖରାପ ହେବାରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିଲା । ତେଣୁ ସେମାନେ ଫେରି ନପାରି ସେଠାରେ ଫସି ରହିଛନ୍ତି । ନେଟୱର୍କ ନଥିବାରୁ ସେମାନଙ୍କୁ ଯୋଗାଯୋଗ ମଧ୍ୟ କରି ହେଉନି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sikkim flood Authorities Work To Clear Roads | Argus News