Videos
|
International

୨୦ ବର୍ଷରୁ ଏପର୍ଯ୍ୟନ୍ତ କୋମାରେ ସ୍ଲିପିଙ୍ଗ ପ୍ରିନ୍ସ, ଭାଇରାଲ ହେଉଛି ଭିଡିଓ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
୨୦ ବର୍ଷରୁ ଏପର୍ଯ୍ୟନ୍ତ କୋମାରେ ସ୍ଲିପିଙ୍ଗ ପ୍ରିନ୍ସ, ଭାଇରାଲ ହେଉଛି ଭିଡିଓ

Key Points

ସାଉଦି ଆରବର ସ୍ଲିପିଙ୍ଗ ପ୍ରିନ୍ସଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଦରୁ ଉଠି ପରିବାର ଲୋକଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । କିନ୍ତୁ ଏହି ଭିଡିଓ ମିଛ ଏବଂ ଏହା ଏଆଇ(AI) ଦ୍ଵାରା କରାଯାଇଥିବା ସ୍ପଷ୍ଟ କରାଯାଇଛି ।

ସାଉଦି ଆରବର ସ୍ଲିପିଙ୍ଗ ପ୍ରିନ୍ସଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଦରୁ ଉଠି ପରିବାର ଲୋକଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । କିନ୍ତୁ ଏହି ଭିଡିଓ ମିଛ ଏବଂ ଏହା ଏଆଇ(AI) ଦ୍ଵାରା କରାଯାଇଥିବା ସ୍ପଷ୍ଟ କରାଯାଇଛି । ସାଉଦି ଆରବିଆର ସ୍ଲିପିଙ୍ଗ ପ୍ରିନ୍ସ ଭାବେ ପରିଚିତ ଏଆଇ ୱାଲିଦ୍ ବିନ୍ ଖଲିଦ୍ । ସେ ଦୀର୍ଘ ୨୦ ବର୍ଷ ହେବ ଭେଜିଟେଟେଭି ଷ୍ଟେଟ କୋମାରେ ଶୋଇଛନ୍ତି । ୨୦୦୫ରେ ଏକ କାର ଦୁର୍ଘଟଣାରେ ସେ କୋମା ସ୍ଥିତିକୁ ଚାଲି ଯାଇଥିଲେ । ସେ ଯୁକ୍ତରାଷ୍ଟ୍ର ଆମେରିକାରେ ମିଲିଟାରୀ କଲେଜରେ ପାଠ ପଢୁଥିଲେ । ତେବେ ଦୁର୍ଘଟଣା ପରଠାରୁ ସେ କୋମା ଅବସ୍ଥାରେ ରହିଛନ୍ତି । ୨୦୧୫ରେ ଡାକ୍ତର ତାଙ୍କ ବାପାଙ୍କୁ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ସହଯୋଗ ବନ୍ଦ କରିଦେବାକୁ ପରାମର୍ଶ ଦେଇଥିଲେ ।


ହେଲେ ତାଙ୍କ ବାପା କହିଥିଲେ, ଯଦି ତାଙ୍କର ମୃତ୍ୟୁ ହେବାର ଥିଲା, ତାହେଲେ ସେଦିନ ଦୁର୍ଘଟଣାରେ ହିଁ ସେ ମରି ଯାଇଥାନ୍ତେ । ତେବେ ୨୦୧୯ରେ ତାଙ୍କର ସାମାନ୍ୟ ଟିକେ ଚେତା ଫେରିଥିଲା । ଯେପରିକି ସେ ନିଜ ହାତକୁ ସାମାନ୍ୟ ହଲାଉଥିଲେ, ମୁଣ୍ଡ ଏପଟ ସେପଟ କରୁଥିଲେ । କିନ୍ତୁ ସେବେଠାରୁ ତାଙ୍କର କୌଣସି ଚେତା ଫେରିନଥିବା କୁହାଯାଇଛି । ସେବେଠୁ ସେ ନିଦ୍ରା ଅବସ୍ଥାରେ ହିଁ ଅଛନ୍ତି । ଯାହାକୁ ନେଇ ଲୋକେ ତାଙ୍କର ସୁସ୍ଥ ହେବାନେଇ ଠାକୁରଙ୍କୁ ପ୍ରାର୍ଥନା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sleeping Prince in coma for 20 years, Viral Wake-Up Claim Is False | Argus News