Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବିପଦପୂର୍ଣ୍ଣ ଆଇଲ୍ୟାଣ୍ଡ: ଏଇଠି ଚାଲେ କେବଳ ସାପଙ୍କ ରାଜୁତି

Rashmita Mishra
Browse all articles by Rashmita Mishra
·11 months ago·2 min read
ବିପଦପୂର୍ଣ୍ଣ ଆଇଲ୍ୟାଣ୍ଡ: ଏଇଠି ଚାଲେ କେବଳ ସାପଙ୍କ ରାଜୁତି

Key Points

ପୃଥିବୀର ସବୁଠୁ ବିପଦପୂର୍ଣ୍ଣ ଆଇଲ୍ୟାଣ୍ଡ
ଏହି ଦ୍ଵୀପରେ ରାଜ୍ କରନ୍ତି ସାପମାନେ
ଯିଏ ଯାଇଛି ସେଠାରୁ ଆଉ ଫେରିନି

ଏହି ଦୁନିଆରେ ଅନେକଗୁଡ଼ିଏ ଦ୍ଵୀପପୁଞ୍ଜ ରହିଛି । ଯାହାକି ବହୁତ ସୁନ୍ଦର । ଆଉ ଏଠାକାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ପ୍ରକୃତିର ମନୋଲୋଭା ଦୃଶ୍ୟକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ଭିଡ଼ ଜମାଇଥାନ୍ତି । କିନ୍ତୁ ବିଶ୍ୱରେ ଏଭଳି କିଛି ଦ୍ଵୀପମାନ ରହିଛି ଯେଉଁଠି ପାଦେ ପାଦେ ବିପଦ ରହିଥାଏ । ପୃଥିବୀ ଦେଖିବାକୁ ବହୁତ ବଡ ଓ ସୁନ୍ଦର। ଏହାର କ୍ଷେତ୍ରଫଳ ଗୁଗଲ୍‌ ମ୍ୟାପ୍‌ ଓ ଅନ୍ୟ କୌଣସି ଟେକ୍ନୋଲୋଜି ଜରିଆରେ ମାପି ହେବ ନାହିଁ। କୁହାଯାଏ କି ପ୍ରତ୍ୟେକ ଜାଗାକୁ ଟିକ୍‌ନିକ୍‌ କରି ପରିଭ୍ରମଣ କରିବାକୁ ହେଲେ ସାରା ଜୀବନ ବି କମ୍‌ ପଡିଯିବ। ତେବେ ଆସନ୍ତୁ ଜାଣିବା ବିଶ୍ୱର ଏଭଳି ଦ୍ଵୀପପୁଞ୍ଜ ବିଷୟରେ ଯେଉଁଠି କି କେହି ଯାଆନ୍ତି ନାହିଁ... ।

ସ୍ନେକ ଆଇଲ୍ୟାଣ୍ଡ ପୃଥିବୀର ସବୁଠୁ ବିପଦପୂର୍ଣ୍ଣ ସ୍ଥାନ । ଲୋକମାନଙ୍କୁ ଏହି ଆଇଲ୍ୟାଣ୍ଡକୁ ଯିବା ପାଇଁ ମନା କରାଯାଏ। ବ୍ରାଜିଲ୍‌ ସହରରୁ ୯୦ମାଇଲ ଦୂରରେ ଆଟଲାଣ୍ଟିକ ମହାସାଗରରେ ଏହି ଆଇଲ୍ୟାଣ୍ଡ ରହିଛି । ଏହି ଜାଗାରେ ଆଜି ଯାଏଁ କୌଣସି ଘର କିମ୍ବା ବସ୍ତି ଗଢି ଉଠି ନାହିଁ। ସେ ପରିବେଶରେ ମଣିଷ ରହିବା ସଙ୍କଟପୂର୍ଣ୍ଣ। ପୃଥିବୀର ସବୁଠୁ ବିଷାକ୍ତ ସାପ ଏହି ଦ୍ୱୀପରେ ରହିଥାନ୍ତି। ଏହି ସ୍ଥାନରେ ପ୍ରତି ବର୍ଗ ମିଟର କ୍ଷେତ୍ରଫଳରେ ୧ରୁ ୫ଟା ଗୋଲ୍ଡେନ୍‌ ଲାସ୍‌ହେଡ ସାପ ଦେଖିବାକୁ ମିଳନ୍ତି। ସେଥିପାଇଁ ଏହି ଦ୍ୱୀପକୁ ସ୍ନେକ ଆଇଲ୍ୟାଣ୍ଡ ବୋଲି କୁହାଯାଏ।

ବିଶେଷଜ୍ଞ କହିବାନୁସାରେ, ଏହି ସାପ ଯେଉଁ ବ୍ୟକ୍ତିଙ୍କୁ ଦଂଶନ କରେ ସେ ହସ୍ପିଟାଲରେ ବି ପହଞ୍ଚି ପାରେ ନାହିଁ। ସାପ କାମୁଡିବାର କିଛି ସମୟ ମଧ୍ୟରେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ। ଏହି ସାପ ଗଛ ଉପରେ ଚଢି ଡାଳରେ ଥିବା ପକ୍ଷୀ ବସାରୁ ଛୋଟ ଛୋଟ ଚଢେଇକୁ ମାରି ଖାଇଥାଏ।

ବ୍ରାଜିଲ୍‌ରେ ୯୦% ମୃତ୍ୟୁ ଗୋଲ୍ଡେନ୍‌ ଲାସ୍‌ହେଡ ଦଂଶନ ଯୋଗୁଁ ହୋଇଥାଏ। ଏଠାରେ ସାପଙ୍କ ଜଙ୍ଗଲ କିଭଳି ସୃଷ୍ଟି ହେଲା ଏହାର ଉତ୍ତର ଆଜି ଯାଏଁ ଜଣାପଡ଼ିନାହିଁ। ଏହି ବିଷାକ୍ତ ସାପର ଦଂଶନରେ ଶରୀରରେ ବିଷ ବହୁତ ଶୀଘ୍ର ଖେଳି ଯାଏ ଓ କାମୁଡା ସ୍ଥାନର ମାଂସ ତରଳି ଯାଏ । ଏହି ସାପ ଅଧ ମିଟରରୁ ଅଧିକ ଲମ୍ବା ଓ ଶକ୍ତିଶାଳୀ। ବ୍ରାଜିଲ୍‌ ସରକାର ଏହି ଦ୍ୱୀପକୁ ନଯିବା ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି। ଗୋଲ୍ଡେନ୍‌ ଲାସ୍‌ହେଡ ପୃଥିବୀର ଦୁର୍ଲଭ ସାପ। କଳା ବଜାରରେ ଏହି ସାପର ବିଷର ମୂଲ୍ୟ ଅଧିକ। କୁହାଯାଏ ଯେ ଗୋଟେ ସାପରୁ ୧୮ଲକ୍ଷ ଟଙ୍କାର ବିଷ ବାହାର କରାଯାଇପାରିବ।

ରିପୋର୍ଟ ମୁତାବକ, ୧୯୨୦ର ଶେଷ ଯାଏଁ ଏଠାରେ ଅଳ୍ପ କିଛି ଲୋକ ରହୁଥିଲେ। କିନ୍ତୁ ଏବେ ଏହି ସ୍ଥାନର ଲୋକ ସଂଖ୍ୟା ଶୂନ। ସେଠାକାର ଲୋକଙ୍କ କହିବାନୁସାରେ ସ୍ନେକ ଆଇଲ୍ୟାଣ୍ଡର ଲାଇଟହାଉସ ଦାୟିତ୍ୱରେ ଥିବା ବ୍ୟକ୍ତି ଓ ତାଙ୍କ ପରିବାରର ସାପ କାମୁଡାରେ ମୃତ୍ୟୁ ହୋଇଛି। ଆହୁରି ମଧ୍ୟ କୁହାଯାଏ ଯେ ଏହି ଦ୍ୱୀପକୁ ପିକ୍‌ନିକ୍‌ ପାଇଁ ଗୋଟେ ପରିବାର ଆସି ସାପ ଦଂଶନର ଶିକାର ହୋଇଥିଲେ । ପରିବାର ସଦସ୍ୟ ପଳେଇ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଗଛ ଉପରେ ଓହଳି ଥିବା ସାପ ସେମାନଙ୍କୁ ଆକ୍ରମଣ କରିଥିଲେ। ଯାହା ଫଳରେ ସେମାନଙ୍କର ମୃତ୍ୟ ହୋଇଥିଲା ତେବେ ସେବେଠାରୁ ସେ ଦ୍ଵୀପକୁ ଯିବା ପାଇଁ କେହି ବି ସାହାସ କରନ୍ତି ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Snake Island: The Deadly Place Ruled Entirely by Snakes | ArgusNews | Argus News