Global Emergency / କାହିଁକି ହେଉଛି ତୁଷାରପାତ ? ୩୦ ମୃତ ୧୦୦ରୁ ଅଧିକ ଆହତ
·7 months ago·2 min read

Key Points
ଜାପାନରେ ଭୟଙ୍କର ତୁଷାରପାତ
ଗଲାଣି ୩୦ ଜୀବନ
ଗଲାଣି ୩୦ ଜୀବନ
ତୁଷାରପାତ ନେଲା ୩୦ ଜୀବନ। ରେକର୍ଡ ଭଙ୍ଗା ତୁଷାର ପାତ ଯୋଗୁଁ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। କେବଳ ଯେ ଲୋକଙ୍କ ଜୀବନ ଯାଉଛି ତାହା ନୁହେଁ, ୧୦୦ରୁ ଅଧିକ ଗୁରୁତର ଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ଜାପାନରେ। ଜାପାନରେ ଶୀତ ଋତୁ ପ୍ରବଳ କଷ୍ଟକର, କିନ୍ତୁ ଏହି ବର୍ଷ ପାଗର ଅବସ୍ଥା ଅସ୍ୱାଭାବିକ ରହିଛି। ସମୁଦ୍ରରୁ ଆସୁଥିବା ଥଣ୍ଡା ପବନ ଏବଂ ତୁଷାର ଝଡ଼ ଯୋଗୁଁ ତୁଷାରପାତ ରେକର୍ଡ ହୋଇଛି । ଏହି ପରିସ୍ଥିତି ଜନସାଧାରଣଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ। ସରକାର ଲୋକମାନଙ୍କୁ ଛାତ ସଫା କରିବା ସମୟରେ ସତର୍କ ରହିବାକୁ ଏବଂ ଆବଶ୍ୟକ ହେଲେ ସାହାଯ୍ୟ ନେବାକୁ ଅନୁରୋଧ କରୁଛନ୍ତି।
ଆଓମୋରି ଏବଂ ସାପୋରୋ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅଧିକାଂଶ ମୃତ୍ୟୁ ଛାତ ସଫା କରୁଥିବା ସମୟରେ ହୋଇଛି। ଜାପାନରେ ଭୟଙ୍କର ପରିସ୍ଥିତି। ଲୋକେ କେମିତି ବଞ୍ଚିବେ ତାକୁ ନେଇ ସବୁଠି ଚର୍ଚ୍ଚା।ଜାପାନରେ ୩୬ ବର୍ଷ ପରେ ଶୀତ ଋତୁର ମଧ୍ୟଭାଗରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । ପ୍ରବଳ ତୁଷାରପାତ ମତଦାନକୁ ପ୍ରଭାବିତ କରିପାରେ। ଲୋକମାନେ ଘରୁ ବାହାରି ପାରୁନାହାଁନ୍ତି। ପରିବହନ ବାଧାପ୍ରାପ୍ତ ହୋଇଛି, ତେଣୁ ଭୋଟରଙ୍କ ସଂଖ୍ୟା କମ୍ ରହିବ ବୋଲି ଆଶା କରାଯାଉଛି।
ଜାପାନ ବିଶ୍ୱର ସବୁଠାରୁ ତୁଷାରପାତ ହେଉଥିବା ଦେଶମାନଙ୍କ ମଧ୍ୟରୁ ଗୋଟିଏ। ବିଶେଷକରି ହୋକାଇଡୋ ଏବଂ ଓନୋଶୁ ଦ୍ୱୀପର ଉତ୍ତର ଅଞ୍ଚଳ ଗୁଡ଼ିକରେ। କିନ୍ତୁ ଏହି ବର୍ଷ, ଜାନୁଆରୀ ଶେଷ ଭାଗରୁ ଆରମ୍ଭ ହୋଇଥିବା ତୁଷାରପାତ ଏତେ ପ୍ରବଳ ହୋଇଛି ଯେ ଏହା ଅନେକ ରେକର୍ଡ ଭାଙ୍ଗିଛି। ଅଗ୍ନିଶମ ଏବଂ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଅନୁଯାୟୀ, ଜାନୁଆରୀ ୨୦ ତାରିଖରୁ ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ୧୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଅଧିକାଂଶ ମୃତ୍ୟୁ ଛାତରୁ ବରଫ ସଫା କରିବା ସମୟରେ ପଡ଼ିଥିବା ଯୋଗୁଁ ହୋଇଛି।
ଏଥିସହ ପଢ଼ନ୍ତୁ: ସତର୍କ କଲା IMD: କମ ବର୍ଷା ଯୋଗୁଁ ଫେବୃଆରୀରେ ସବୁ ଜଳିବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଠାରେ ୪୦ ବର୍ଷର ରେକର୍ଡ ଭାଙ୍ଗିଛି। କିଛି ସ୍ଥାନରେ ୧୮୩ ସେମି (ପ୍ରାୟ ୬ ଫୁଟ) ତୁଷାରପାତ ହୋଇଛି, ଯାହା ହାରାହାରି ତୁଷାରପାତର ଦୁଇଗୁଣରୁ ଅଧିକ। ଗୋଟିଏ ସ୍ଥାନରେ ସର୍ବାଧିକ ୪.୫୪ ମିଟର (୧୪ ଫୁଟରୁ ଅଧିକ) ତୁଷାରପାତ ରେକର୍ଡ କରାଯାଇଛି। ୧,୦୦୦ ରୁ ଅଧିକ ସ୍ନୋ ପ୍ଲୋ ୩,୮୦୦ କିଲୋମିଟର ରାସ୍ତାରୁ ବରଫ ସଫା କରିବା ଆରମ୍ଭ କରିଛନ୍ତି। ଗତ ସପ୍ତାହରେ ଅସ୍ଥାୟୀ ଭାବରେ ବନ୍ଦ ହୋଇଯାଇଥିଲା, ଯାହା ଫଳରେ ଶହ ଶହ ଯାତ୍ରୀ ଫସି ରହିଥିଲେ। ଟ୍ରେନ୍ ଚଳାଚଳ ବିଳମ୍ବିତ ଥିଲା ଏବଂ ରାଜପଥ ବନ୍ଦ ହୋଇଯାଇଥିଲା।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories