Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Social Media Ban / ୧୫ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆ ମନା

Rashmita Mishra
Browse all articles by Rashmita Mishra
·6 months ago·2 min read
୧୫ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆ ମନା
Social Media Ban

Key Points

ବ୍ୟାନ ହେଲେ ସୋସିଆଲ ମିଡିଆ । 
୧୫ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆ ମନା । 

ଅଷ୍ଟ୍ରେଲିଆ ପରେ ଏବେ ଫ୍ରାନ୍ସରେ ପିଲାଙ୍କ ଉପରେ ସୋସିଆଲ ମିଡିଆ କଟକଣା ଲାଗୁ । ଡିଜିଟାଲ୍ ଦୁନିଆର କ୍ଷତିକାରକ ପ୍ରଭାବରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଫ୍ରାନ୍ସ ସରକାର କଠୋର ପଦକ୍ଷେ ନେଇଛନ୍ତି । ଅର୍ଥାତ୍ ୧୫ ବର୍ଷରୁ କମ୍‌ ବୟସର ପିଲାମାନେ ଫେସବୁକ୍‌, ଟୁଇଟର,ହ୍ୱାଟସ୍‌ଆପ୍‌, ଇନଷ୍ଟାଗ୍ରାମ,ୟୁଟ୍ୟୁବ,ସ୍ନାପଚାଟ, ଟିକଟକ ଓ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ପ୍ଳାଟଫର୍ମ ଆଉ ବ୍ୟବହାର କରିପାରିବେ ନାହିଁ । ଏଥିପାଇଁ ଆଇନ ଆଣିବାକୁ ଯାଉଛନ୍ତି ସରକାର । ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

୨୦୨୬ ସେପ୍ଟେମ୍ବର ମାସ ଠାରୁ ହାଇସ୍କୁଲଗୁଡ଼ିକରେ ମୋବାଇଲ୍ ଫୋନ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରାଯାଇଛି । ଏହି ପରି ହେବା ଦ୍ଵାରା ଅନଲାଇନ୍ ହିଂସା, ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏବଂ ନାବାଳକଙ୍କ ମଧ୍ୟରେ ଅତ୍ୟଧିକ ସ୍କ୍ରିନ୍ ସମୟ ବଢ଼ାଇବା ବିଷୟକୁ ନେଇ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି ।

ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି ସୋସିଆଲ ମିଡ଼ିଆ ପିଲାମାନଙ୍କୁ ନଷ୍ଟ କରିଦେଉଛି । ସେମାନଙ୍କୁ ରକ୍ଷା କରିବା ଆମର ପ୍ରାଥମିକତା । ଦେଶର ୭୯ ପ୍ରତିଶତ ଲୋକ ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ କରାଯିବା ଉପରେ ମତ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ଆକ୍ରମଣ, ଛୁରୀରେ ମାରି ଲଗାଇ ଦେଲେ ନିଆଁ 

ସେଥିପାଇଁ ଚଳିତମାସରେ ହିଁ ସଂସଦରେ ବିଲ୍‌ ଅଣାଯିବ । ଏହା ଗୃହୀତ ହେଲେ ଆସନ୍ତା ସେପ୍ଟେମ୍ବର ମାସରୁ ତାହା କାର୍ଯ୍ୟକାରୀ କରାଯିବ । ସେହିଭଳି ବର୍ତ୍ତମାନ ପ୍ରାଥମିକ ଓ ମାଧ୍ୟମିକ ପିଲାଙ୍କ ଲାଗି ମୋବାଇଲ ଫୋନ୍‌ ବ୍ୟାନ କରାଯାଇଥିଲା ବେଳେ ଆଗକୁ ହାଇସ୍କୁଲ ପିଲାଙ୍କ ଲାଗି ମଧ୍ୟ ତାହା ନିଷିଦ୍ଧ କରାଯିବାର ଯୋଜନା ରହିଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଅଷ୍ଟ୍ରେଲିଆ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ବ୍ୟାନ ଲଗାଇଛି । ଦେଶରେ ୧୬ ବର୍ଷରୁ କମ୍‌ ସମୟର ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ।

ଫ୍ରାନ୍ସ ପୂର୍ବରୁ ୨୦୨୩ ମସିହାରେ ଏକ ଆଇନ ପ୍ରଣୟନ କରିଥିଲା ​​ଯେଉଁଥିରେ ୧୫ ବର୍ଷରୁ କମ୍ ବୟସର ପିଲାମାନେ ସୋସିଆଲ ମିଡିଆ ଆକାଉଣ୍ଟ ତିଆରି କରିବା ପାଇଁ ପିତାମାତାଙ୍କ ସମ୍ମତି ଆବଶ୍ୟକ ପଡ଼ୁଥିଲା । ତଥାପି, ଏହି ପ୍ରତିବନ୍ଧକଗୁଡ଼ିକ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇନଥିଲା, ଯାହା ଫଳରେ ସରକାରଙ୍କୁ ଏକ କଠୋର ନିଷ୍ପତି କରିବାକୁ ପଡ଼ିଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Social Media Ban | social-media-ban-for-children-below-15 | Argus News