Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପୁଣିଥରେ ଡାଉନ୍ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ

Ritu Das
Browse all articles by Ritu Das
·1 year ago·1 min read
ପୁଣିଥରେ ଡାଉନ୍ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ

ପୁଣିଥରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ । ୟୁଜର୍ସ ପୋଷ୍ଟ କରିବାରେ ଏବଂ ଅନ୍ୟ କାହାର ପୋଷ୍ଟ ଦେଖିବାରେ ସମସ୍ୟାର ସମୁଖୀନ ହେଉଛନ୍ତି । ସୋମଥିଙ୍ଗ ଓ୍ବେଣ୍ଟ ରନ ହିଁ ଦେଖାଯାଉଛି । କିନ୍ତୁ ପ୍ଲାଟଫର୍ମ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । ୟୁଜର୍ସ ଏକ୍ସ ଆପ୍ ଏବଂ ଓ୍ବେବସାଇଟର ଫିଡରେ ରିଫ୍ରେଶ କରିପାରୁ ନାହାନ୍ତି । ପୁରୁଣା ପୋଷ୍ଟ ମଧ୍ୟ ଅପେଡେଟ୍ ହେଉନଥିବା ଦେଖାଯାଇଛି ।


ଜଣେ ଯଦି ୟୁଜର୍ସ କିଛି ପୋଷ୍ଟ କରିବା ପାଇଁ ଚାହୁଁଛନ୍ତି ସେତେବେଳେ ମଧ୍ୟ ସମସ୍ୟା ଦେଖାଯାଉଛି । ବିଶ୍ବସ୍ତରରେ ଏଭଳି ସମସ୍ୟା ଦେଖାଯାଉଥିବା କୁହାଯାଇଛି । ଭାରତ, ଆମେରିକା ଏବଂ ବ୍ରିଟେନ ୟୁଜର୍ସ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ସୋସିଆ ମିଡିଆ ଏକ୍ସ ଡାଉନ ହେଉଥିବା ବେଳେ ଏହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରି ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
social-media-platform-x-goes-down-again | Argus News