ଅଫିସର ସିଡି ଉପରୁ ଡେଇଁ ଜୀବନ ହାରିଲା ରୋବର୍ଟ

ଅର୍ଗସ ବ୍ୟୁରୋ: ଜୀବନ ହାରିଲା ରୋବଟ୍। ଏହି ଖବର ଦ୍ୱାରା ସ୍ଥାନୀୟ ଲୋକମାନେ ଦୁଃଖିତ । ଏପରି ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ କୋରିଆରେ। ଆପଣ ଭାବୁଥିବେ ମଣିଷ କେବଳ ଜୀବନ ହାରେ। ପଶୁ ପକ୍ଷୀ ମାନଙ୍କର ମୃତ୍ୟୁ ହୁଏ, ହେଲେ ରୋବଟର ମୃତ୍ୟୁ ହେବା ଆଶ୍ଚର୍ଯ୍ୟ। ବିଶ୍ୱରେ ପ୍ରଥମ ଥର ପାଇଁ ଦକ୍ଷିଣ କୋରିଆରେ ଏଭଳି ଘଟଣା ଦେଖିବାକୁ ମିଳିଛି। କାର୍ଯ୍ୟ ଭାର ଯୋଗୁଁ ରୋବଟ୍ ଜୀବନ ହାରିଥିବା ଜଣାପଡିଛି। ମଣିଷ ନିଜ ବୁଦ୍ଧି ବଳରେ ରୋବର୍ଟ ତିଆରି କରିଥାଏ। ରୋବର୍ଟ ଏକ ମେସିନ୍। ମଣିଷ ରୋବର୍ଟ ଭିତରେ ଯାହା ଯାହା ସେଟିଂ କରିଥିବ, ସେସେହିପରି କାମ କରେ। କିନ୍ତୁ ଗୋଟେ ରୋବର୍ଟ ଜୀବନ ହାରିବା ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ରୋବର୍ଟ ଟି ଏକ ସରକାରୀ ଅଫିସରେ କାମ କରୁଥିଲା। ଏହି ସରକାରୀ କର୍ମଚାରୀ ହଠାତ୍ ତାଙ୍କ ଅଫିସର ସିଡ଼ି ଉପରୁ ଡେଇଁପଡି କିଛି ଯାନ୍ତ୍ରିକ ଖଣ୍ଡରେ ପରିଣତ ହୋଇଛି । ଗୁମି ସିଟି ପରିଷଦର ଏହି ପରିଶ୍ରମୀ କର୍ମଚାରୀ ପ୍ରତିଦିନ ସକାଳ ୯ ଟାରୁ ୪ ଟା ପର୍ଯ୍ୟନ୍ତ କାମ କରୁଥିଲା । ଜୀବନ ହାରିବା ପୂର୍ବରୁ ରୋବଟ୍ ଗୋଟିଏ ସ୍ଥାନରେ ବୁଲୁଥିଲା । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଆତ୍ମହତ୍ୟା କରିବା ପୂର୍ବରୁ ରୋବଟ ଗୋଟିଏ ସ୍ଥାନରେ ବୁଲୁଥିଲା । ରୋବଟ ଉପରୁ ଖସିଯିବାର କାରଣ ଅନୁସନ୍ଧାନକାରୀ ସଂସ୍ଥା ଯାଞ୍ଚ କରୁଛି । ଏହି ‘ରୋବୋଟିକ୍ ଆସିଷ୍ଟାଣ୍ଟ’ ସୃଷ୍ଟି କରିଥିବା କାଲିଫର୍ନିଆ ଷ୍ଟାର୍ଟଅପ୍ ‘ଭାଲୁ ରୋବୋଟିକ୍ସ’ ମଧ୍ୟ ଏହାର ଖଣ୍ଡଗୁଡ଼ିକୁ ପରୀକ୍ଷା କରୁଛି । ଗୁମି ସିଟି କାଉନସିଲର ଅଧିକାରୀଙ୍କ କହିବାନୁସାରେ, ରୋବଟ ବହୁତ ପରିଶ୍ରମ କରୁଥିଲା । ତାର ଦୈନନ୍ଦିନ କାର୍ଯ୍ୟରେ ନିତିଦିନିଆ ଡକ୍ୟୁମେଣ୍ଟ୍ ଡେଲିଭରୀ, ସହରକୁ ପ୍ରୋତ୍ସାହିତ କରିବା, ସ୍ଥାନୀୟ ବାସିନ୍ଦାଙ୍କୁ ସୂଚନା ପ୍ରଦାନ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା ।
ସେ ଆନୁଷ୍ଠାନିକ ଭାବରେ ସିଟି ହଲର ଅଂଶ ଥିଲା ଏବଂ କୋଠାର ସମସ୍ତ ମହଲା ପରିଦର୍ଶନ କରିଥିଲା । ସେ ଅକ୍ଟୋବର ୨୦୨୩ ରୁ ନିଜେ ଏହି କାର୍ଯ୍ୟାଳୟରେ କାମ କରିବା ଆରମ୍ଭ କଲା । ତେବେ ରୋବଟର ଆତ୍ମହତ୍ୟା ଖବର ଇଣ୍ଟରନେଟ ମିଡିଆରେ ଭାଇରାଲ ହୋଇଛି । ରହସ୍ୟମୟ ପରିସ୍ଥିତିରେ ଗୁମି ସିଟି କାଉନସିଲର ଜଣେ ସରକାରୀ କର୍ମଚାରୀଙ୍କ ରୋବଟର କିଛି ଅଂଶ ସିଡ଼ି ତଳେ ବିଛାଇ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାର ତଦନ୍ତ ଆରମ୍ଭ ହୋଇଛି । ପରିଷଦ କହିଛି ଯେ ତଳେ ପଡ଼ିଯିବା ପରେ ରୋବଟ୍ କାମ ବନ୍ଦ କରି ବହୁ କ୍ଷତିଗ୍ରସ୍ତ ହୋଇଥିଲା । ବିଲଡିଂର ଦ୍ୱିତୀୟ ଏବଂ ପ୍ରଥମ ମହଲାର ସିଡ଼ି ମଧ୍ୟରେ ଏହି ରୋବଟ୍ ଦେଖିବାକୁ ମିଳିଥିଲା । ତାର ଆତ୍ମହତ୍ୟା ଦକ୍ଷିଣ କୋରିଆର ଗୁମି ସହରବାସୀଙ୍କୁ ଶୋକରେ ବୁଡାଇଦେଇଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ବିଦେଶ ଖବର: