Videos
|
International

ଶୁକ୍ରବାର ଠାରୁ ଜଙ୍ଗଲ ଜଳୁଛି, ୯୦୦୦ ଦମକଳ ବାହିନୀର ପ୍ରୟାସ ସତ୍ତ୍ଵେ ଆୟତ୍ତକୁ ଆସୁନି ନିଆଁ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଶୁକ୍ରବାର ଠାରୁ ଜଙ୍ଗଲ ଜଳୁଛି, ୯୦୦୦ ଦମକଳ ବାହିନୀର ପ୍ରୟାସ ସତ୍ତ୍ଵେ ଆୟତ୍ତକୁ ଆସୁନି ନିଆଁ

ନିଆଁ ଲାଗିଛି, ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟାପୁଛି । ଶୁକ୍ରବାର ଠାରୁ ଲାଗିଥିବା ନିଆଁ ବ୍ୟାପି ଚାଲିଥିବା ବେଳେ ୨୪ ଜଣଙ୍କ ଜୀବନ ନେଲାଣି । ୨୦୦ରୁ ଅଧିକ ଭିତ୍ତିଭୂମି ନଷ୍ଟ ହୋଇ ଯାଇଥିବା ବେଳେ ଜଳି ଯାଇଛି ଏକ ପୁରାତନ ବୁଦ୍ଧ ମନ୍ଦିର । ଦକ୍ଷିଣ କୋରିଆରେ ପ୍ରାୟ ୨୩ ହଜାର ୩୩୦ ଏକର ଜଙ୍ଗଲ ଜଳୁଛି । ଏହି ବନାଗ୍ନିକୁ ଦକ୍ଷିଣ କୋରିଆର ସବୁଠୁ ବିନାଶକାରୀ ନିଆଁ କୁହା ଯାଉଛି ।


ଜଙ୍ଗଲ ନିଆଁରେ ୨୪ ଜଣଙ୍କ ଜୀବନ ଯାଇଥିବା ବେଳେ ସେଥିରେ ଜଣେ ହେଲିକପ୍ଟର ପାଇଲଟ, ୪ ଜଣ ଅଗ୍ନିଶମ ଓ ସରକାରୀ କର୍ମଚାରୀ ଅଛନ୍ତି । ନିଆଁ ଲିଭାଇବା ବେଲେ ଦକ୍ଷିଣ ପୂର୍ବ ସହର ୟୁସେଙ୍ଗରେ ହେଲିକପ୍ଟର କ୍ରାସ୍ ହୋଇଥିବା ଜଣାପଡ଼ିଛି । ତେବେ ସେଥିରେ ପାଇଲଟଙ୍କ ବ୍ୟତୀତ ଅନ୍ୟ କୌଣସି ସଦସ୍ୟ ନଥିଲେ ।


ଅଗ୍ନିକାଣ୍ଡ ଯୋଗୁଁ ଏକାଧିକ ଘର ସହ କାରଖାନା ମଧ୍ୟ ଜଳି ଯାଇଛି । ୨୭ ହଜାରରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ନିଆଁ ଆୟତ୍ତ ପାଇଁ ୯ ହଜାରରୁ ଅଧିକ ଦମକଳ ବାହିନୀ ପ୍ରୟାସ ଜାରି ରଖିଛନ୍ତି । ୧୩୦ଟି ହେଲିକପ୍ଟର ବି ଆକାଶ ମାର୍ଗରୁ ପାଣି ସିଞ୍ଚନ କରୁଥିବା ବେଳେ ଜୋର୍ ପବନ ବହିବାରୁ ଅପରେସନ୍‌କୁ ବନ୍ଦ କରିବାକୁ ପଡ଼ିଛି ।


ଗୌଉନସାରେ ଥିବା ଏକ ପ୍ରାଚୀନ ବୁଦ୍ଧ ମନ୍ଦିର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ଜଙ୍ଗଲ ନିଆଁରେ । ଏହି ମନ୍ଦିରଟି ସପ୍ତମ ଶତାବ୍ଦୀର ହୋଇଥିବା ବେଳେ ମନ୍ଦିରରେ ଥିବା ୩୦ଟି ଭିତ୍ତିଭୂମି ନଷ୍ଟ ହୋଇ ଯାଇଛି । ମୁଖ୍ୟ ବୁଦ୍ଧ ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
South Korea wildfire claims 24 lives | Argus News