Videos
|
International

SpaceX / ଚନ୍ଦ୍ରପୃଷ୍ଠରେ ଧକ୍କା ହେଲା ସ୍ପେସ୍-ଏକ୍ସ ରକେଟ୍ ଖଣ୍ଡ…ପ୍ରଚଣ୍ଡ ଧକ୍କାରେ ସୃଷ୍ଟି ହେଲା ୧୦ ରୁ ୨୦ ମିଟର ଓସାରର ଗର୍ତ୍ତ

Ritu Das
Browse all articles by Ritu Das
·1 month ago·2 min read
ଚନ୍ଦ୍ରପୃଷ୍ଠରେ ଧକ୍କା ହେଲା ସ୍ପେସ୍-ଏକ୍ସ ରକେଟ୍ ଖଣ୍ଡ…ପ୍ରଚଣ୍ଡ ଧକ୍କାରେ ସୃଷ୍ଟି ହେଲା ୧୦ ରୁ ୨୦ ମିଟର ଓସାରର ଗର୍ତ୍ତ
India

Key Points

  • ଚନ୍ଦ୍ରପୃଷ୍ଠରେ ପିଟିହେଲା ସ୍ପେସ୍-ଏକ୍ସ ରକେଟ୍ ଖଣ୍ଡ
  • ପ୍ରଚଣ୍ଡ ଧକ୍କାରେ ସୃଷ୍ଟି ହେଲା ୧୦ ରୁ ୨୦ ମିଟର ଓସାରର ଗର୍ତ୍ତ
  • ଘଣ୍ଟାକୁ ୯ହଜାର ୩୦୦ କିମି ବେଗରେ ଚନ୍ଦ୍ର ସହ ଧକ୍କା ହେଲା
  • ନୂଆ ଗର୍ତ୍ତ (Crater)ର ଗହନ ଅନୁସନ୍ଧାନ ପାଇଁ NASAର ବୃହତ୍ତ ପ୍ରସ୍ତୁତି
ମହାକାଶରେ ବଡ ଧମାକା। ଚନ୍ଦ୍ରପୃଷ୍ଠରେ ପିଟିହେଲା ସ୍ପେସ୍-ଏକ୍ସର ଭାରୀ ରକେଟ୍ ବୁଷ୍ଟର। ଏହି କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତର ଅନୁସନ୍ଧାନ ପାଇଁ NASA ପ୍ରସ୍ତୁତି ଆରମ୍ଭ କରିଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା NASA ଏବଂ ମହାକାଶ ବିଜ୍ଞାନୀମାନଙ୍କ ଆକଳନ ଅନୁଯାୟୀ, ଆଲନ୍ ମସ୍କଙ୍କ କମ୍ପାନୀ Space-Xର ଏକ ବିଶାଳକାୟ ରକେଟ୍ Falcon 9 Rocket Booster ର ଅବଶିଷ୍ଟାଂଶ ଅନିୟନ୍ତ୍ରିତ ହେବା ପରେ ଚନ୍ଦ୍ରର ଅପରପାର୍ଶ୍ୱ ରେ ପ୍ରଚଣ୍ଡ ବେଗରେ ପିଟିହୋଇଛି।

ଏହି ବିଶାଳ ଧକ୍କା ଫଳରେ ଚନ୍ଦ୍ରପୃଷ୍ଠରେ ସୃଷ୍ଟି ହୋଇଥିବା ଗର୍ତ୍ତ ବା କ୍ରାଟର ଏବଂ ଏହାର ପ୍ରଭାବକୁ ନେଇ NASA ଏବେ ଅଧ୍ୟୟନ ଆରମ୍ଭ କରିଛି। ୪ ଟନ୍ ଓଜନର ଏହି ବିଶାଳ ରକେଟ୍ ଅଂଶଟି ପ୍ରାୟ ୯,୩୦୦ କିଲୋମିଟର ପ୍ରତି ଘଣ୍ଟାର ପ୍ରଚଣ୍ଡ ବେଗରେ ଗତି କରି ଚନ୍ଦ୍ରପୃଷ୍ଠରେ ପିଟିହୋଇଥିଲା। ଏହି ଭୟଙ୍କର ଧକ୍କା ଫଳରେ ଚନ୍ଦ୍ରପୃଷ୍ଠରେ ପ୍ରାୟ ୧୦ ରୁ ୨୦ ମିଟର ଓସାରର ଏକ ବୃହତ୍ ନୂତନ ଗର୍ତ୍ତ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ୨୦୧୫ରେ ସ୍ପେସ୍-ଏକ୍ସର ଫାଲକନ୍-୯ ରକେଟ୍ ମାଧ୍ୟମରେ Deep Space Climate Observatory ସାଟେଲାଇଟ୍ ପଠାଯାଇଥିଲା। ଏହାର ଦ୍ୱିତୀୟ ପର୍ଯ୍ୟାୟ ରକେଟ୍ ବୁଷ୍ଟରରେ ଇନ୍ଧନ ଶେଷ ହୋଇଯିବା ପରେ ଏହା ପୃଥିବୀ କିମ୍ବା ଚନ୍ଦ୍ରର ମାଧ୍ୟାକର୍ଷଣ ବଳରେ ଟାଣି ହୋଇ ବର୍ଷ ବର୍ଷ ଧରି ମହାକାଶରେ ଅନିୟନ୍ତ୍ରିତ ଭାବେ ଘୁରି ବୁଲୁଥିଲା।

ଏହାସହ ପଢ଼ନ୍ତୁ: ମୃତ୍ୟୁ ପରେ ମଧ୍ୟ ଚର୍ଚ୍ଚାରେ ଏହି ତାରା; ବୈଜ୍ଞାନିକ ଖୋଜି ବାହାର କଲେ ସବୁଠାରୁ ବଡ ରହସ୍ୟ

ଏହି ମାଡ଼ ବା ବିସ୍ପୋରଣ ଫଳରେ ଚନ୍ଦ୍ରରେ ୩୦ ମିଟରର ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଏଥିସହ ପ୍ରଚଣ୍ଡ ଧୂଳି ଓ ଆବର୍ଜନା ଉଠିବ। ଦୁର୍ଘଟଣାବଶତଃ ଚନ୍ଦ୍ରରେ ଧକ୍କା ହେବାର ଏହା ଦ୍ବିତୀୟ ରକେଟ। ୨୦୨୨ରେ ଚୀନର ଏକ ରକେଟର ଟୁକୁଡା ଚନ୍ଦ୍ରରେ ବିସ୍ଫୋରଣ ହେବା ଫଳରେ ଦୁଇଟି ବିରାଟ ଗାତ ସୃଷ୍ଟି କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ତରୀକ୍ଷ ଟ୍ରାକିଂ ବିଶେଷଜ୍ଞ ବିଲ୍ ଗ୍ରେଙ୍କ ଅନୁମାନ ଯେ ସ୍ପେସ ଏକ୍ସ ରକେଟର ଟୁକୁଡା ଚନ୍ଦ୍ରର ପଶ୍ଚିମ ଭାଗରେ ଧକ୍କା ହେବ ବୋଲି କୁହାଯାଇଥିଲା। ଚନ୍ଦ୍ରରେ ରକେଟ ବିସ୍ଫୋରଣ ହେବାର ଦୃଶ୍ୟ ଆମେରିକା, କାନାଡା ଓ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଦେଖାଯିବ। ଧକ୍କା ଫଳରେ ୩ ଟନ ଟିଏନଟି ଭଳି ଶକ୍ତି ମଧ୍ୟ ଉତ୍ପନ୍ନ ହେବ। ତେବେ କୁହାଯାଉଛି କି ପୂର୍ବ ଓ କେନ୍ଦ୍ରୀୟ ଆମେରିକାରେ ଏହି ଦୃଶ୍ୟ ଭଲ ଭାବେ ଦେଖାଯିବ। ଅନ୍ୟ ଅଞ୍ଚଳରେ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ । ସୂଚନାଯୋଗ୍ୟ ଯେ ଫାଲକାନ-୯ ରକେଟ ଦୁଇଟି ବ୍ୟବସାୟିକ ଲୁନାର ଲ୍ୟାଣ୍ଡର (ଫାୟାରଫ୍ଲାଏ ଏରୋସ୍ପେସ୍ ବ୍ଲୁ ଘୋଷ୍ଟ-୧ ଓ ଜାପାନୀ ସ୍ପେ କମ୍ପାନିର ହାକୁଟୋ ଆର ରେଜିଲିଏନ୍ସ) ଚନ୍ଦ୍ରକୁ ନେଇଥିଲା।


Related Topics

Explore more stories

SpaceX Rocket Booster Crashes Into Moon, NASA Studies Massive Impact Crater Today | Argus News