Videos
|
International

Migrant Crisis / ସ୍ପେନ ସୀମାକୁ ଧସେଇ ପଶୁଛନ୍ତି ଶରଣାର୍ଥୀ…..ଦଳାଚକଟାରେ ୫୭ ମୃତ, ୟୁରୋପରେ ବଢ଼ିଲା ତୀବ୍ର ଉତ୍ତେଜନା

Ritu Das
Browse all articles by Ritu Das
·1 hour ago·3 min read
ସ୍ପେନ ସୀମାକୁ ଧସେଇ ପଶୁଛନ୍ତି ଶରଣାର୍ଥୀ…..ଦଳାଚକଟାରେ ୫୭ ମୃତ, ୟୁରୋପରେ ବଢ଼ିଲା ତୀବ୍ର ଉତ୍ତେଜନା
Spain

Key Points

ଦଳାଚକଟା ଯୋଗୁ ଅଣନିଃଶ୍ୱାସୀ ହୋଇ ଏବଂ ପାଣିରେ ବୁଡ଼ି ୫୭ ଜଣ ଆଫ୍ରିକୀୟ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି
ଉତ୍ତର ମରକ୍କୋରେ ସ୍ପେନର ସେଉଟା ସହରକୁ ପାଖାପାଖି ୬୦,୦୦୦ ପ୍ରବାସୀ ପଶି ଆସିଛନ୍ତି, ଯାହାକୁ ଏବେ ବଡ଼ ସଂକଟ ଭାବେ ଦେଖା ଯାଉଛି ଓ ପୁରା ୟୁରୋପୀୟ ସଂଘ ଲାଗି ଚିନ୍ତାର କାରଣ ପାଲଟିଛି। ୮୦ ହଜାର ଜନସଂଖ୍ୟାର ସେଉଟା ସହକୁ ଏତେ ସଂଖ୍ୟକ ଲୋକେ ପଶି ଆସିବା ବାସ୍ତବିକ ଚିନ୍ତାଜନକ। ସ୍ଥାନୀୟ ଅଧ୍ୟକ୍ଷ ଜୁଆନ ଜିସସ୍ ଭିୱାଜ ଏକ ଅନୁମାନରେ ଗତ ୨ରୁ ୩ ଦିନରେ ଏତେ ସଂଖ୍ୟକ ପ୍ରବାସୀ ସ୍ପେନୀୟ କ୍ଷେତ୍ରକୁ ପ୍ରବେଶ କରିସାରିଥିବା କହିଛନ୍ତି।





ଜବରଦସ୍ତି ଅନୁପ୍ରବେଶ କରିବା ଲାଗି ମରକ୍କୋ ପଟୁ ପ୍ରାୟ ହଜାର ହଜାର ଶରଣାର୍ଥୀ ସମୁଦ୍ରରେ ପହଁରି ଏବଂ ଦୀର୍ଘ ବାଟ ଚାଲି ଚାଲି ସୀମାରେ ଏକଜୁଟ ହୋଇଛନ୍ତି । ଅନୁପ୍ରବେଶ ଉଦ୍ୟମ ବେଳେ ସେଠାରେ ଦଳାଚକଟା ଯୋଗୁ ଅଣନିଃଶ୍ୱାସୀ ହୋଇ ଏବଂ ପାଣିରେ ବୁଡ଼ି ୫୭ ଜଣ ଆଫ୍ରିକୀୟ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି । ସୀମାରେ ପୁଲିସ ଘେରାବନ୍ଦୀ ଏବଂ ସୁରକ୍ଷା ବାଡ଼ ଭିତରେ ସଂକୀର୍ଣ୍ଣ ରାସ୍ତା ଥିବାରୁ ଲୋକେ ସେଠାରେ ପରସ୍ପର ଉପରେ ପଡ଼ି ଯାଇଥିଲେ । ଭିଡ଼ ଭିତରେ ଦବିଯିବା ଏବଂ ଅଣନିଃଶ୍ୱାସୀ ହୋଇ ଅନେକ ଲୋକ ପ୍ରାଣ ହରାଇଥିଲେ । ଏଥିସହ ସମୁଦ୍ରରୁ ପହଁରି ସୀମା ନିକଟରେ ପହଞ୍ଚିବା ଉଦ୍ୟମ ବେଳେ ଅନେକେ ବୁଡ଼ି ଯାଇଥିଲେ । ଅନୁପ୍ରବେଶକାରୀଙ୍କୁ ରୋକିବାକୁ ଉଦ୍ୟମ ବେଳେ ଶତାଧିକ ସୈନ୍ୟ ମଧ୍ୟ ଆହତ ହୋଇଛନ୍ତି। 

ଏହାସହ ପଢ଼ନ୍ତୁ: ହଜାର ହଜାର ମରକ୍କୋ ନାଗରିକଙ୍କୁ ଘଉଡ଼ାଇ ଦେଲା ସେନା: ଚାଲିଗଲା ୧୮ ଜଣଙ୍କ ଜୀବନ

ସ୍ପେନ୍‌ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଗତ ୨୪ ଘଣ୍ଟାରେ ସିୟୁଟା ସହରରେ ପ୍ରାୟ ୬୦ ହଜାର ଲୋକ ଅନୁପ୍ରବେଶ କରିଛନ୍ତି । ସେଠାରେ ଅସମ୍ଭାଳ ଭିଡ଼ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ଏଥିସହ ଶରଣାର୍ଥୀ ଶିବିରଗୁଡ଼ିକରେ ମଧ୍ୟ ଅସ୍ୱାଭାବିକ ଭାବେ ଭିଡ଼ ହୋଇଛି । ଏଥିଯୋଗୁ ସ୍ପେନ୍‌ ଏବଂ ଇଟାଲୀ ସମେତ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକରେ ରାଜନୈତିକ ଉତ୍ତେଜନା ସୃଷ୍ଟି ହୋଇଛି । ୟୁରୋପର ବାହ୍ୟ ସୀମାକୁ ନେଇ ଇଟାଲୀ ଚିନ୍ତା ପ୍ରକଟ କରିବା ସହ ଏ ଦିଗରେ ତ୍ୱରିତ ଭିତ୍ତିରେ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା କହିଛି । ଏଥିସହ ଇଟାଲୀ ପ୍ରଧାନମନ୍ତ୍ରୀ ଜିର୍ଜିଆ ମେଲୋନି ସ୍ପେନ୍ ସହ ଶେଙ୍ଗେନ୍ ବୁଝାମଣା ରଦ୍ଦ କରିବାକୁ ଧମକ ଦେଇଛନ୍ତି। ସିୟୁଟାରେ ଏତେ ସଂଖ୍ୟାରେ ଅନୁପ୍ରବେଶକାରୀ ଧସେଇ ପଶିବା ୟୁରୋପର ସୁରକ୍ଷା ପ୍ରତି ଗମ୍ଭୀର ଚିନ୍ତାର କାରଣ । ସିୟୁଟା ଦୃଶ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ ଅନୁପ୍ରବେଶକାରୀ ଅନିୟନ୍ତ୍ରିତ ଭାବେ ୟୁରୋପ ସୀମାରେ ପ୍ରବେଶ କରୁଛନ୍ତି । ଏଥିଯୋଗୁ ସ୍ପେନ୍‌ ସହ ଥିବା ଶେଙ୍ଗେନ୍‌ ବୁଝାମଣା ରୋକାଯାଇପାରେ । ଏହି ବୁଝାମଣା ରଦ୍ଦ ହେଲେ ସ୍ପେନ୍‌ ସହ ଇଟାଲୀର ଥିବା ଖୋଲା ସୀମାକୁ ବନ୍ଦ କରିଦିଆଯିବ ।

ପ୍ରକାଶଥାଉ କି, ଶେଙ୍ଗେନ୍‌ ଚୁକ୍ତି ହେଉଛି ୟୁରୋପର ଏକ ଐତହାସିକ ଚୁକ୍ତି । ଏହା ଇଟାଲୀ, ସ୍ପେନ୍‌କୁ ମିଶାଇ ୨୧ଟି ୟୁରେପୀୟ ଦେଶଗୁଡ଼ିକ ମଧ୍ୟରେ ବିନା ପାସପୋର୍ଟ ଏବଂ ଭିସାରେ ମୁକ୍ତ ଯାତାୟାତର ସୁବିଧା ପ୍ରଦାନ କରିଥାଏ । ଆଫ୍ରିକା ଏବଂ ଏସୀୟ ଦେଶଗୁଡ଼ିକରୁ ପ୍ରବାସୀମାନେ ଉନ୍ନତ ଜୀବନ ଆଶାରେ ୟୁରୋପୀୟ ଦେଶଗୁଡ଼ିକରେ ଅନୁପ୍ରବେଶ କରିବାକୁ ଚାହୁଁଛନ୍ତି।

  • ସ୍ପେନ ଜରୁରୀକାଳୀନ ପରିସ୍ଥିତି ପାଇଁ ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିଛି

ତଥାପି, ସ୍ପେନର ଗୃହ ମନ୍ତ୍ରଣାଳୟ ଜାତୀୟ ଜରୁରୀକାଳୀନ ଘୋଷଣା ପାଇଁ ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିଛି। ମନ୍ତ୍ରଣାଳୟ କହିଛି ଯେ ଏହା ନାଗରିକଙ୍କ ସୁରକ୍ଷା ଏବଂ ଦେଶର ସୀମାର ଅଖଣ୍ଡତାକୁ ଗ୍ୟାରେଣ୍ଟି ଦେବ, କିନ୍ତୁ ପ୍ରବାସ ଚିନ୍ତା ଯୋଗୁଁ ସରକାର ଜାତୀୟ ଜରୁରୀକାଳୀନ ଘୋଷଣା କରିପାରିବେ ନାହିଁ। ଏହା ସମଗ୍ର ସ୍ପେନରେ ସରକାରଙ୍କ ବିରୁଦ୍ଧରେ ବ୍ୟାପକ କ୍ରୋଧ ସୃଷ୍ଟି କରିଛି। ସ୍ପେନର ଲୋକମାନେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କୁ ବ୍ୟାପକ ଭାବରେ ସମାଲୋଚନା କରୁଛନ୍ତି, ବିରୋଧୀ ନେତାମାନେ ଏହାକୁ ଦେଶ ପ୍ରତି ବିଶ୍ୱାସଘାତକତା ବୋଲି କହୁଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories