ସୁନୀତାଙ୍କ ବିନା ପୃଥିବୀକୁ ଫେରିବ ଷ୍ଟାରଲାଇନର

ଅର୍ଗସ ବ୍ୟୁରୋ:ସତ ହେବାକୁ ଯାଉଛି ପ୍ରଶଂସକଙ୍କ ପ୍ରାର୍ଥନା । ପୃଥିବୀକୁ ସୁରକ୍ଷିତ ଫେରିବେ ସୁନିତା,ଏକଥା ସତ କିନ୍ତୁ ଡେରିରେ ଫେରିବେ ଭାରତୀୟ ବଂଶୋଭବ ସୁନୀତା ଉଇଲିୟମ। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ,ଡେରି ପଛର କାରଣ କଣ। ପ୍ରଥମେ ପୃଥିବୀକୁ ଫେରିବ ବୋଇଙ୍ଗି ଷ୍ଟାର ଲାଇନର କ୍ୟାପସୁଲ । ପଛରେ ଫେରିବେ ସୁନୀତା।
ଜୁନ୍ ୫ରେ ମହାକାଶକୁ ଯାଇଥିଲେ ସୁନିତା ଏବଂ ତାଙ୍କ ସାଥି । ତାଙ୍କ ମହାକାଶର ମିଶନ ରହିଥିଲା ୮ ଦିନ। ବୋଇଙ୍ଗ ଷ୍ଟାରଲିନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏମାନଙ୍କୁ ଫେରାଇ ଆଣିବାରେ ଅସଫଳ ହୋଇଥିଲା ଫଳରେ ମହାକାଶରେ ଫସିରହିଥିଲେ ସୁନୀତା ଏବଂ ତାଙ୍କ ସାଥି। ବର୍ତ୍ତମାନ ସୁନୀତା ଏବଂ ୱିଲମୋରଙ୍କୁ ନଆଣି ପ୍ରଥମେ ଷ୍ଟାରଲାଇନର ପୃଥିବୀକୁ ଫେରିବ ବୋଲି ସ୍ପଷ୍ଟ କରିଛି ନାସା।
ଯାନ୍ତ୍ରିକ ତ୍ରୁଟି ସହ ଅନ୍ୟାନ୍ୟ କାରଣ ଲାଗି ବୋଇଂ କମ୍ପାନୀକୁ ୧୦୦ ଡଲାର କ୍ଷତି ସହିବାକୁ ପଡିଛି। ଷ୍ଟାରଲାଇନର ଯାନର ପ୍ରପଲସନ୍ ସିଷ୍ଟମରେ ବାରମ୍ବାର ତ୍ରୁଟି ଦେଖାଦେଉଥିବାରୁ ସୁନୀତା ଏଥରେ ଯାତ୍ରା କରନ୍ତୁ ବୋଲି ଉଚିତମଣୁ ନାହାନ୍ତି ନାସା କର୍ତ୍ତୃପକ୍ଷ। ସେମାନଙ୍କ ଯାତ୍ରା ମାତ୍ର ୮ ଦିନ ପାଇଁ ରହିଥିବାବେଳେ ମହାକାଶ ଯାନରେ ହିଲିୟମ ଲିକ ହେବା ଫଳରେ ଉଭୟ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ଥଗିତ କରାଯାଇଥିଲା । ସୁନୀତା ଏବଂ ୱିଲମୋର ୨୦୨୫ରେ ଏଲନ୍ ମସ୍କଙ୍କ ସ୍ପେସଏକ୍ସ କ୍ରିଉ-୯ ଯାନ ଯୋଗେ ପୃଥିବାକୁ ଫେରାଇ ଆଣାଯିବ ବୋଲି କହିଛନ୍ତି ନାସା ମୁଖ୍ୟ।
ମହାକାଶ କେନ୍ଦ୍ରର ନିଜସ୍ୱ ଅମ୍ଲଜାନ ଉତ୍ପାଦନ ପ୍ରଣାଳୀ ରହିଛି । ଯେଉଁଥିରେ ୫୦ ପ୍ରତିଶତ ଅମ୍ଲଜାନର ପୁନରୁଦ୍ଧାର କରିହୁଏ । ଫଳରେ ଏହି ଦୁଇ ମହାକାଶଚାରୀଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ । ଏହାବାଦ ଝାଳର ଆଦ୍ରତାକୁ ମଧ୍ୟ ସେମାନେ ପୁନଃ ବ୍ୟବହାରଯୋଗ୍ୟ କରିପାରିବେ । ଏହା ବ୍ୟତୀତ ସ୍ପେସ ଷ୍ଟେସନରେ ନାସାର ସ୍ପେସ ଫୁଟ ସେଣ୍ଟର ଲାବୋରେଟୋରିରେ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରି ପାରିବେ ମହାକାଶଚାରୀ,ସେଠାରେ କୌଣସି ଅସୁବିଧାର ସମ୍ନୁଖୀନ ହେବେ ନାହିଁ। । ସୁନୀତା ସୁରକ୍ଷିତ ଭାବେ ପୃଥିବୀରୁ ଫେରିଆସନ୍ତୁ ବୋଲି ଆଶା ରଖିଛନ୍ତି ବିଶ୍ବବାସୀ। ଡେରିରେ ହେଲେ ବି ଫେରିବେ ସୁନୀତା,ବିଶ୍ବବାସୀଙ୍କ ଅପେକ୍ଷାର ଘଟିବ ଅନ୍ତ