Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Earth Mystery / ମହାକାଶରେ ଥାଇ ତାଜୁବ ମହାକାଶ ବିଜ୍ଞାନୀ: ପୃଥିବୀ ଆଗରେ ଶହ ଶହ ଖାଲ

Rashmita Mishra
Browse all articles by Rashmita Mishra
·3 months ago·2 min read
ମହାକାଶରେ ଥାଇ ତାଜୁବ ମହାକାଶ ବିଜ୍ଞାନୀ: ପୃଥିବୀ ଆଗରେ ଶହ ଶହ ଖାଲ
Earth Mystery

Key Points

ବିରାଟ ଖାଲ ଆଗରେ ଆମ ପୃଥିବୀ
ମହାକାଶ ବିଜ୍ଞାନୀ ତାଜୁବ୍‌
ମହାକାଶରେ ବିରାଟ ଖାଲ ଆଗରେ ଆମ ପୃଥିବୀ
ଶହ ଶହ ଖାଲ ରହିଛି ପୃଥିବୀ ଆଗରେ
ମହାକାଶରେ ଥାଇ ତାଜୁବ ହୋଇଗଲେ ମହାକାଶ ବିଜ୍ଞାନୀ

ଯୁଆଡ଼େ ଦେଖ ସିଆଡ଼େ ଖାଲି ବିରାଟ ବିରାଟ ଖାଲ ହିଁ ଖାଲ । ଆଉ ବିରାଟ ଖାଲ ଆଗରେ ଘୁରୁଛି ପୃଥିବୀ । ଖାଲି ଖାଲ ନୁହେଁ । ବିରାଟ ବିରାଟ ପାହାଡ଼ ପର୍ବତ ମଧ୍ୟ ରହିଛି । ରାତି ହେଲେ ପ୍ରବଳ ଥଣ୍ଡା । ଆଉ ଏମିତି ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ମହାକାଶ ବିଜ୍ଞାନୀ ମାନେ । ମହାକାଶ ବିଜ୍ଞାନ କ୍ଷେତ୍ରରେ ପୁଣି ଥରେ ଇତିହାସ ରଚିଛି ନାସା । ଦୀର୍ଘ ୫୦ ବର୍ଷର ଅପେକ୍ଷା ପରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି 'ଆର୍ଟେମିସ-୨' ମିଶନ । ଆଉ ଏହି ଯାତ୍ରା ସମୟରେ ଚନ୍ଦ୍ରର ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବିରାଟ ଖାଲ ଆଗରେ ଛୋଟ ହୋଇ ଦେଖା ଯାଉଛି ପୃଥିବୀ । ଏମିତି ଲାଗୁଛି ଯେମିତି ଖାଲରେ ପୃଥିବୀ ପୋତି ହୋଇଯିବ। ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚହଳ ପକାଇଛି । ଏପ୍ରିଲ ୧, ୨୦୨୬ରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ସଫଳତାର ସହ ଉତକ୍ଷେପଣ ହୋଇଥିଲା ଆର୍ଟେମିସ-୨ । ଏହି ମିଶନରେ ୪ ଜଣ ମହାକାଶଚାରୀ ଚନ୍ଦ୍ରର ଚାରିପଟେ ବୁଲି ପୁଣି ପୃଥିବୀକୁ ଫେରିବେ। ତେବେ ବର୍ତ୍ତମାନ ନାସା ପକ୍ଷରୁ ଚନ୍ଦ୍ରର କିଛି ଅତି ନିକଟରୁ ନିଆଯାଇଥିବା ଫଟୋ ସେୟାର କରାଯାଇଛି

ଏହି ଫଟୋଗୁଡ଼ିକରେ ଚନ୍ଦ୍ରର ସେହି ଖାଲ ଖମା ରୂପ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ବଡ଼ ବଡ଼ ପାହାଡ଼, ଗଭୀର ଗାତ ଏବଂ ଧୂସର ରଙ୍ଗର ପଥୁରିଆ ଅଞ୍ଚଳ ଦର୍ଶାଉଛି ଯେ, ଚନ୍ଦ୍ରର ଦକ୍ଷିଣ ମେରୁ ଏବଂ ଅନ୍ୟାନ୍ୟ ଅଞ୍ଚଳ କେତେ ଜଟିଳ ଏବଂ ବିପଦଜନକ । ସେହି ଅନ୍ଧକାର ସ୍ଥାନର ମଧ୍ୟ ଫଟୋ ନିଆଯାଇଛି ଯେଉଁଠାରେ ଇସ୍ରୋର ମଙ୍ଗଯାନ ଗାୟବ ହୋଇଯାଇଥିଲା । ମହାକାଶଚାରୀମାନେ ଓରିଅନ୍ ମହାକାଶଯାନ ମଧ୍ୟରୁ ଏହି ଦୃଶ୍ୟକୁ ଦେଖି ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଛନ୍ତି ।

କମାଣ୍ଡର ରୀଡ୍ ୱାଇଜମ୍ୟାନ୍, ଭିକ୍ଟର ଗ୍ଲୋଭର, ଖ୍ରୀଷ୍ଟିନା କୋଚ୍ ଏବଂ ଜେରେମି ହାନସେନ୍ ଏହି ମିଶନରେ ଯାଇଛନ୍ତି । ଏହା ୧୯୭୨ ମସିହା ପରେ ପ୍ରଥମ କ୍ରୁ ମିଶନ ଯାହା ମଣିଷକୁ ପୃଥିବୀର କକ୍ଷପଥ ବାହାରକୁ ନେଇଯାଇଛି ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Earth Mystery | Astronaut Shocked Seeing Hundreds of Holes on Earth | Argus News