Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପଶ୍ଚିମ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ: ତୀବ୍ରତା ୬.୧

Rashmita Mishra
Browse all articles by Rashmita Mishra
·11 months ago·2 min read
ପଶ୍ଚିମ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ: ତୀବ୍ରତା ୬.୧

Key Points

ପଶ୍ଚିମ ତୁର୍କୀରେ ବାଲିକେସିର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ
ରେକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ
ଭୂମିକମ୍ପରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା
ଭାରତୀୟ ସମୟ ୧୦ଟା ୨୩ରେ ଏହି ଭୂମିକମ୍ପ ଅନୁଭୂତ

ସୋମବାର ପଶ୍ଚିମ ତୁର୍କୀରେ ବାଲିକେସିର ପ୍ରଦେଶରେ ୬.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପରେ ଜଣଙ୍କର ମୃତ୍ୟୁ ହୋଇଛି। ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରେସିଡେନ୍ସି ଅନୁସାରେ, ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ୫୩ ଏବଂ ଭାରତୀୟ ସମୟ ଅନୁସାରେ ରାତି ୧୦ଟା ୨୩ରେ ଏହି ଭୂମିକମ୍ପ ରେକର୍ଡ କରାଯାଇଥିଲା। ଭୂକମ୍ପର ଝଟକା ଯୋଗୁଁ ଅନେକ କୋଠାବାଡି ଭାଙ୍ଗିଛି ଏବଂ ଶତାଧିକ ୨୯ ଜଣ ଲୋକ ଆହତ ହୋଇଛନ୍ତି।

ଭୂମିକମ୍ପ ପ୍ରାୟ ୧୦-୧୧ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା, ଏହାର କେନ୍ଦ୍ରସ୍ଥଳ ବାଲିକେସିରରୁ ପ୍ରାୟ ୫୧ କିଲୋମିଟର ଦକ୍ଷିଣପୂର୍ବ, ବୁର୍ସାର ୧୨୮ କିଲୋମିଟର ଦକ୍ଷିଣ-ପଶ୍ଚିମ ଏବଂ ଇସ୍ତାନବୁଲର ୨୦୬ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଥିଲା।

ତୁର୍କୀର ରାଷ୍ଟ୍ରପତି ରେସେପ ତାୟିପ ଏର୍ଦୋଗାନ ଏକ ବିବୃତି ଜାରି କରି ପ୍ରଭାବିତ ସମସ୍ତ ଲୋକଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଏବଂ କହିଛନ୍ତି ଯେ ସମସ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଉପରେ କଡ଼ା ନଜର ରଖାଯାଉଛି। ସେ ଏକ୍ସରେ ଲେଖିଛନ୍ତି, "ଈଶ୍ୱର ଆମ ଦେଶକୁ ସମସ୍ତ ବିପଦରୁ ରକ୍ଷା କରନ୍ତୁ।"

ଗୃହମନ୍ତ୍ରୀ ଅଲି ୟେରଲିକାୟା X ରେ ଏକ ବିବୃତ୍ତିରେ କହିଛନ୍ତି ଯେ ଇସ୍ତାନବୁଲ ଏବଂ ଆଖପାଖ ପ୍ରଦେଶଗୁଡ଼ିକରେ ଭୂମିକମ୍ପ ଅନୁଭୂତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ, କୌଣସି ପ୍ରତିକୂଳ ପରିସ୍ଥିତି ରିପୋର୍ଟ କରାଯାଇ ନାହିଁ। ଆମେ ପ୍ରତି ମୁହୂର୍ତ୍ତରେ ଖବର ଉପରେ ନଜର ରଖୁଛୁ।" ୟେରଲିକାୟା କହିଛନ୍ତି। ୟେର୍ଲିକାୟା ପ୍ରଭାବିତ ଅଞ୍ଚଳର ବାସିନ୍ଦାମାନଙ୍କୁ ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛନ୍ତି। "ଭଗବାନ ଆମ ଦେଶକୁ ବିପର୍ଯ୍ୟୟରୁ ରକ୍ଷା କରନ୍ତୁ," ବୋଲି ସେ ଆହୁରି କହିଛନ୍ତି।

ପ୍ରଭାବିତ ଅଞ୍ଚଳର ପରିସ୍ଥିତି ମୂଲ୍ୟାଙ୍କନ କରିବା ପାଇଁ ତୁର୍କୀର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା କର୍ତ୍ତୃପକ୍ଷ (AFAD) ର ଜରୁରୀକାଳୀନ ଦଳଗୁଡ଼ିକୁ ତୁରନ୍ତ ନିୟୋଜିତ କରାଯାଇଥିଲା। କ୍ଷୟକ୍ଷତି ସମ୍ପର୍କରେ ମୂଲ୍ୟାଙ୍କନ ଚାଲିଛି। ତୁର୍କୀର ଇସ୍ତାନବୁଲ ସମେତ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳ ଭୂକମ୍ପ ପ୍ରବଣ ଅଞ୍ଚଳ ଅଟେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
strong-earthquake-felt-in-western-turkey-intensity-61 | Argus News