Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୭.୬

International

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୭.୬

Ritu Das
Browse all articles by Ritu Das
·2 years ago·1 min read
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୭.୬

ଅର୍ଗସ ବ୍ୟୁରୋ: ଆଜି ଜାପାନର ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ୭.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ସମ୍ବାଦ ପ୍ରସାରଣକାରୀ ‘ଏନ୍‌ଏଚ୍‌କେ’ ରିପୋର୍ଟ କରିଛି। ଜାପାନ ପାଣିପାଗ ଏଜେନ୍ସି ମଧ୍ୟ ତୁରନ୍ତ ପଶ୍ଚିମ ଉପକୂଳ ଅନ୍ତର୍ଗତ ଇଶିୱାକା, ନାଇଗାଟା ଓ ତୋମାୟାରେ ସୁନାମି ସତର୍କତା ଜାରି କରିଛି।
ଇଶିୱାକା ଅନ୍ତର୍ଗତ ‘ନୋଟୋ’ରେ ୫ ମିଟର ଉଚ୍ଚ ପର୍ଯ୍ୟନ୍ତ ସୁନାମି ଢେଉ ଉଠିପାରେ ବୋଲି ପାଣିପାଗ ଏଜେନ୍‌ସି ସୂତ୍ରରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ଇଶିୱାକା ଅନ୍ତର୍ଗତ ୱାଜିମା ସହର ଉପକୂଳରେ ୧ ମିଟରରୁ ଅଧିକ ଉଚ୍ଚର ଜୁଆର ଆସିବ ବୋଲି ‘ଏନ୍‌ଏଚ୍‌କେ’ ରିପୋର୍ଟ କରିଛି।
ହୋକୁରିକୁ ଇ‌ଲେକ୍ଟ୍ରିକ୍‌ ପାୱାର୍‌ କହିଛି ଯେ, ତା’ର ଆଣବିକ ପ୍ଲାଣ୍ଟ୍‌ରେ କିଛି ବିଭ୍ରାଟ ଘଟିଛି କି, ନାହିଁ ଯାଞ୍ଚ ଚାଲିଛି। କାନ୍‌ସାଇ ଇଲେକ୍ଟ୍ରିକ୍‌ କହିଛି ଯେ, ଭୂମିକମ୍ପ ଘଟିଥିବା ଅଞ୍ଚଳରେ କୌଣସି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ। ସୂଚନା ଅନୁସାରେ, ପାଣିପାଗ ଏଜେନ୍ସି ସୂତ୍ରରୁ ତଥ୍ୟ ସଂଗ୍ରହ କରି ନିଉଜ୍‌ ଏଜେନ୍‌ସି ‘ଏଫ୍‌ପି’ ‌ରିପୋର୍ଟ କରିଛି ଯେ, ପ୍ରଥମ ସୁନାମି ଢେଉ ଆସିଯାଇଛି।

ହାୱାଇସ୍ଥିତ ‘ପେସିଫିକ୍‌ ସୁନାମି ୱାର୍ଣ୍ଣିଙ୍ଗ୍‌ ସେଣ୍ଟର୍‌’ କହିଛି, ଭୂମିକମ୍ପର ଉତ୍ପତ୍ତିସ୍ଥଳଠାରୁ ଜାପାନ ଉପକୂଳର ୩୦୦ କିଲୋମିଟର୍‌ ଅଞ୍ଚଳ ମଧ୍ୟରେ ବିପଜ୍ଜନକ ସୁନାମି ‌ଢେଉ ଆସିବାର ସମ୍ଭାବନା ଅଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Argus Whatsapp Channel Mobile Top
Sponsored
Strong earthquake | Argus News