Videos
|
International

ଆମେରିକାରେ ଭୂମିକମ୍ପର ଶକ୍ତ ଝଟକା: ଭୟରେ ଘରୁ ବାହାରି ଆସିଲେ ଲୋକ

Ritu Das
Browse all articles by Ritu Das
·1 year ago
ଆମେରିକାରେ ଭୂମିକମ୍ପର ଶକ୍ତ ଝଟକା: ଭୟରେ ଘରୁ ବାହାରି ଆସିଲେ ଲୋକ

ପୁଣି ଭୂମିକମ୍ପର ଶକ୍ତ ଝଟକା। ଭୂମିକମ୍ପ ଝଟକାରେ ଥରିଲା ଆମେରିକା। ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ। ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୂଭୂତ। ହେଲେ ଏବେସୁଦ୍ଧା ଭୂମିକମ୍ପ ଜନିତ କ୍ଷୟକ୍ଷତି ସୂଚନା ମିଳିପାରିନାହିଁ। କିନ୍ତୁ ଏହି ଭୂମିକମ୍ପ ଏକ ଶକ୍ତିଶାଳୀ ଭୂମିକମ୍ପ ଥିଲା ବୋଲି। ଭୂକମ୍ପ ଝଟକାରେ ପୁରା ଥରି ଉଠିଲା ଆମେରିକା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରୋକର୍ଡ କରାଯାଇଛି।


ତେବେ ନିକଟରେ ଭୂକମ୍ପ ମିଆଁମାରରେ ତାଣ୍ଡବ ରଚିଥିଲା। ଯାହାପରେ ଏବେଯାଏଁ ସ୍ଥିତି ପୁରାପୁରି ସ୍ୱଭାବିକ ହୋଇପାରିନାହିଁ। ଆଉ ଏବେ ପୁଣି ଆମେରିକାରେ ଭୂକମ୍ପ ଝଟକା। ଆଉ ମିଆଁମାରର ମୃତ୍ୟୁର ତାଣ୍ଡବ ପରେ ଭୂକମ୍ପ କଥା ଆସିଲେ ମନରେ ଏକ ପ୍ରକାର ଭୟ ଖେଳିଯାଉଛି। ତେବେ ଆମେରିକାର କ୍ଷୟକ୍ଷତି ସୂଚନା ମିଳିପାରିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
strong-earthquake-jolts-america-people-come-out-of-their-homes-in-fear | Argus News