ସରଳ ଶବ୍ଦରେ ପାକିସ୍ତାନକୁ କଡ଼ା ବାର୍ତ୍ତା,ଆତଙ୍କବାଦର ବିନାଶ ବିନା ବିକାଶ ଅସମ୍ଭବ:ଏସ୍ ଜୟଶଙ୍କର

ଅର୍ଗସ ବ୍ୟୁରୋ: ପାକିସ୍ତାନ ମାଟିରେ ଆୟୋଜିତ ସାଙ୍ଘାଇ କର୍ମୋପେସନ ଅର୍ଗାନାଇଜେନ ବୈଠକରେ ପାକିସ୍ତାନ ଓ ତାର ସହଯୋଗୀ ରାଷ୍ଟ୍ର ଚୀନକୁ ଭାରତ ଶୁଣାଇଛି ଚରମବାଣୀ। ସରଳ ଶବ୍ଦରେ ବିଦେଶ ମନ୍ତ୍ରୀ ଜୟଶଙ୍କର କଡ଼ା ବାର୍ତ୍ତା ଦେଇଛନ୍ତି। ଆଲୋଚନା ପାଇଁ ଆତଙ୍କବାଦ ବନ୍ଦ କରିବା ଜରୁରୀ, ସିପିଇସି ପ୍ରୋଜେକ୍ଟ ଦ୍ବାରା ହେଉଛି ଭାରତର ସାର୍ବଭୌମତ୍ବର ଉଲ୍ଲଂଘନ ହେଉଛି,ପାରସ୍ପରିକ ସହଯୋଗ ପାଇଁ ଦରକାର ଅନ୍ୟର ସାର୍ବଭୌମତ୍ବର ସମ୍ମାନ ବୋଲି କହିଛନ୍ତି।
ପାକିସ୍ତାନକୁ ଆକ୍ଷେପ କରି ଆତଙ୍କବାଦ କେବେ ହେଲେ ବାଣିଜ୍ୟ ଏବଂ ଯୋଗାଯୋଗ ବୃଦ୍ଧି କରିବ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,ଯଦି ଦୁଇ ଦେଶର ସୀମାରେ ଆତଙ୍କବାଦ ଏବଂ ବିଚ୍ଛନ୍ନତାବାଦ ମନୋଭାବ ରହେ, ତେବେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ସମ୍ପର୍କକୁ ସହଯୋଗ କରିବା ସମ୍ଭବ ନୁହେଁ। ବିକାଶ ଏବଂ ଅଭିବୃଦ୍ଧି ସର୍ବଦା ଶାନ୍ତି ଏବଂ ସ୍ଥିରତା ଉପରେ ନିର୍ଭର କରେ। ଆତଙ୍କବାଦର ବିନାଶ ନ ହେଲେ, ବିକାଶ ହୋଇପାରିବ ନାହିଁ। ବର୍ତ୍ତମାନ ସମୟରେ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ବିରୋଧରେ ଲଢେଇ କରିବା ଏସଓସିର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଜୟଶଙ୍କର
