Videos
|
International

Protest In Pakistan / ଶେହବାଜଙ୍କ ବିରୋଧରେ ଗର୍ଜିଲେ ପାକିସ୍ତାନ ଲୋକେ, ରାଜରାସ୍ତାରେ କଲେ ଜୋରଦାର ବିକ୍ଷୋଭ

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ଶେହବାଜଙ୍କ ବିରୋଧରେ ଗର୍ଜିଲେ ପାକିସ୍ତାନ ଲୋକେ, ରାଜରାସ୍ତାରେ କଲେ ଜୋରଦାର ବିକ୍ଷୋଭ

Key Points

କଥାରେ ନୁହେଁ, ଜୋତାରେ ମାନିବ ପାକିସ୍ତାନ
ଶେହବାଜଙ୍କ ବିରୋଧରେ ଗର୍ଜିଲେ ପାକିସ୍ତାନ ଲୋକେ
ରାଜରାସ୍ତାରେ କଲେ ଜୋରଦାର ବିକ୍ଷୋଭ


ଗୋଟେ ପଟେ ପାକିସ୍ତାନ ଏସିଆ କପରେ ଦୟନୀୟ ପରାସ୍ତ ହେବାପରେ ନିଜର ବେଜ୍ଜତିକୁ ସାମ୍ନା କରୁଥିବା ବେଳେ ଅନ୍ୟପଟେ ପିଓକେର ଜୋରଦାର ବିକ୍ଷୋଭକୁ ସାମ୍ନା କରୁଛି ପାକିସ୍ତାନ । ଶେହବାଜ ସରିଫ୍‌ଙ୍କ ଶାସନରେ ଅଣନିଶ୍ଵାସୀ ହୋଇପଡିଛନ୍ତି ପାକିସ୍ତାନର ଲୋକେ । ଯାହାକୁ ନେଇ ପାକିସ୍ତାନର କବ୍‌ଜ୍ଜାରେ ଥିବା ପିଓକେରେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇ ଆସି ବିକ୍ଷୋଭ କରିଛନ୍ତି । ଶେହବାଜଙ୍କ ବିରୋଧରେ ଜୋରଦାର କରୁଛନ୍ତି ବିକ୍ଷୋଭ ।

ଆୱାମୀ ଆକ୍ସନ କମିଟି ବା ଏଏସି(AAC)ଏହି ଆନ୍ଦୋଳନର ମୁଖ୍ୟ ଭୂମିକା ନେଇଛି । ଯାହାର ଆହ୍ଵାନରେ ମୀରପୁର, ରାୱଲକୋଟ, ନୀଲମ ଘାଟୀ , କେରନ ଏବଂ ଅନ୍ୟ ଜିଲ୍ଲାରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଛି ।


ତେବେ ଏହାକୁ ନେଇ ପାକିସ୍ତାନ ସରକାରୀଙ୍କ ଅଧିକାରୀ ମାନେ ବିରୋଧକୁ ଚାପିବା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି । କିନ୍ତୁ ତଥାପି ମାନିବାକୁ ନାରାଜ ପାକିସ୍ତାନ ଲୋକେ । ଏକ ଭାଷଣରେ AACର ଜଣେ ନେତା ପାକିସ୍ତାନ ସରକାରଙ୍କୁ ନିଶାନା କରି କହିଛନ୍ତି , "ଏମାନେ କଥାରେ ନୁହେଁ , ଜୋତାରେ ମାନିବେ । "

ଅଧିକ ପଢନ୍ତୁ : ଚେକ୍ ଫୋପାଡ଼ିଦେଲେ ପାକ୍ କ୍ୟାପଟେନ୍‍


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

AACର ପ୍ରମୁଖ ନେତା ଶୌକତ ନୱାଜ କହିଛନ୍ତି, "ଆମର ପ୍ରଦର୍ଶନ କୌଣସି ସଂସ୍ଥା ବିରୋଧରେ ନୁହେଁ, ବରଂ ମୌଳିକ ଅଧିକାର ପାଇଁ ଅଟେ । ଆମ ଲୋକଙ୍କୁ ୭୦ ବର୍ଷରୁ ନ୍ୟାୟ ମିଳିପାରିନାହିଁ । କିନ୍ତୁ ଏବେ ବହୁତ ହେଇଗଲା, ଯଦି ସକ୍ଷମ ଅଛି ତାହେଲେ ଆମକୁ ଆମର ଅଧିକାର ଦିଅ, ନହେଲେ ଆମ ରାଗର ଶିକାର ହୁଅ ।"

ପିଓକେରେ ସାମଗ୍ରୀ ଅଧିକ ମହଙ୍ଗା ହେବାକୁ ନେଇ ଲୋକେ ଅନେକ ସମସ୍ୟା ଭୋଗୁଥିଲେ । ଅଟାରୁ ନେଇ ବିଜୁଳି ଯାଏଁ ପ୍ରତିଦିନର ସାମଗ୍ରୀ ଗୁଡିକ ଅତ୍ୟଧିକ ମହଙ୍ଗା ହେବାରେ ଲାଗିଥିଲା ।ଯାହାକୁ ନେଇ ୨ ଦିନ ହେବ ଜୋରଦାର ବିକ୍ଷୋଭ ଲାଗି ରହିଛି । ଏହି ବିକ୍ଷୋଭକୁ ଦବାଇବା ପାଇଁ ପାକିସ୍ତାନ ସରକାର ଚାରିଆଡେ ପୋଲିସ ସୁରକ୍ଷା ମୁତୟନ କରିଛନ୍ତି । ବିରୋଧୀମାନଙ୍କୁ ରାଜରାସ୍ତାରୁ ହଟାଇବାକୁ ଚେଷ୍ଟା କରାଯାଇଛି ।

ଅଧିକ ପଢନ୍ତୁ : ମ୍ୟାନ ଅଫ୍ ଦ ମ୍ୟାଚ୍ ହେବା ପରେ ତିଲକ କ’ଣ ନେଲେ ?


କିନ୍ତୁ ତଥାପି ଅନେକ ସ୍ଥାନରେ ପାକିସ୍ତାନର ଜବରଦଖଲରୁ ମୁକ୍ତି ପାଇଁ ଆନ୍ଦୋଳନ ଚାଲିଛି । ଯାହାକୁ ନେଇ ଏଏସି ନେତା କହିଛନ୍ତି, ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରହିବ । ସେମାନେ ଇସଲାମାବାଦକୁ ଚେତାବନୀ ଦେଇଥିଲେ ଯେ ସେମାନେ ସେମାନଙ୍କର ମୌଳିକ ଦାବି ସହିତ କୌଣସି ପ୍ରକାରର ସାଲିସ କରିବେ ନାହିଁ। ଏହି ପ୍ରଦର୍ଶନ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଉପରେ ପାକିସ୍ତାନର କଠୋର ନିୟନ୍ତ୍ରଣକୁ ଆହୁରି ଖୁଲାସା କରିଦେଇଛି । ଦଶନ୍ଧି ଧରି ଭ୍ରଷ୍ଟାଚାର , ସ୍ଵାସ୍ଥ୍ୟସେବାରେ ଅବହେଳା , ଶିକ୍ଷା , ସ୍ଵଚ୍ଛ ଜଳରୁ ବଞ୍ଚିତ ରଖିବା ନେଇ AACର ନେତା ଇସଲାମ ବିରୋଦ୍ଧରେ ବିକ୍ଷୋଭ କରିଥିଲେ।

Related Topics

Explore more stories

Strong Protest in POK against Pakistan Goverment | Argus News