Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପରୀକ୍ଷାରେ କମ ସ୍କୋର୍‍ , ଘରୁ ବାହାର କରିଦେଲେ ବାପାମାଆ, ବନ୍ଦ କରିଦେଲେ ଆର୍ଥିକ ସହାୟତା

Swoyang prajna Mishra
Browse all articles by Swoyang prajna Mishra
·12 months ago·2 min read
ପରୀକ୍ଷାରେ କମ ସ୍କୋର୍‍ , ଘରୁ ବାହାର କରିଦେଲେ ବାପାମାଆ, ବନ୍ଦ କରିଦେଲେ ଆର୍ଥିକ ସହାୟତା

Key Points

ଜିଆଓକାଇ ତାଙ୍କ ମାଆଙ୍କୁ ଫୋନ କରିଥିଲେ, ଏବଂ ଘରର ଦ୍ଵାର କାହିଁକି ସେ ଖୋଲୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ତାଙ୍କ ମାଆ କହିଥିଲେ , ସେ ବିଜନେସ ଟ୍ରିପରେ ଘରୁ ବାହାରକୁ ଯାଇଛନ୍ତି । ଏବଂ ନୂଆ ପାସୱାର୍ଡ ତାଙ୍କର ମନେନାହିଁ ।

ରେଜଲ୍ଟ ଖରାପ ହେବାରୁ ଘରୁ ବାହାର କରିଦେଲେ ବାପା ମାଆ । ଏମିତି ଘଟଣା ଦେଖିବାକୁ ମିଳିଛି ଚୀନର ହୁଆଇହୁଆରେ । ସେଠାରେ ଜଣେ ସ୍କୁଲ ଛାତ୍ରକୁ ପରୀକ୍ଷାରେ ରେଜଲ୍ଟ ଖରାପ କରିବାରୁ ଘରୁ ବାହାରକୁ ବାହାର କରିଦେଲେ ବାପା ମାଆ । ଏହି ଛାତ୍ର ଜଣକ ହେଉଛନ୍ତି ଜିଆଓକାଇ । ସେ ହାଇସ୍କୁଲର ଛାତ୍ର ଅଟନ୍ତି । ଗୋଆକାଓ ଚାଇନାର ଏକ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସେ ୭୫୦ ନମ୍ବରରୁ ୫୭୫ ନମ୍ବର ରଖିଥିଲେ । ଏହି ମାର୍କ ଜେନେରାଲ ଷ୍ଟାଣ୍ଡାର୍ଡରେ ଭଲ ମାର୍କ ବୋଲି ଧରାଯାଏ । କିନ୍ତୁ ତାଙ୍କ ବାପା ମାଆଙ୍କ ମତରେ ଶ୍ରେଷ୍ଠ ୯୮୫ ବିଶ୍ଵବିଦ୍ୟାଳୟରୁ ଏକ ସିଟ୍‌ ପାଇବା ପାଇଁ ଏହି ମାର୍କ ଯଥେଷ୍ଟ ନଥିଲା । ଜିଆଓକାଇ ଜଣେ ମେଧାବୀ ଛାତ୍ର ଥିଲେ । ତାଙ୍କ ବାପମାଆଙ୍କ ମତରେ ସେ ଆଗରୁ ଖୁବ ଭଲ ପାଠ ପଢୁଥିଲେ । କିନ୍ତୁ ଯେବେଠୁ ତାଙ୍କୁ ମୋବାଇଲ ଦିଆଯାଇଥିଲା , ସେବେଠୁ ସେ ଫୋନର ଅତ୍ୟଧିକ ବ୍ୟବହାର କରୁଥିଲେ । ଆଉ ସେଥିପାଇଁ ହିଁ ତାଙ୍କ ରେଜଲ୍ଟ ଖରାପ ହୋଇଥିବା ତାଙ୍କ ବାପାମାଆ ଗଣମାଧ୍ୟମକୁ ଜଣାଇଛନ୍ତି ।

ଏହାକୁ ନେଇ ଜିଆଓକାଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ଅଭିଭାବକ ତାଙ୍କୁ କହିଥିଲେ, ଯଦି ମୁଁ ୯୮୫ ବିଶ୍ଵବିଦ୍ୟାଳୟ ଭିତରେ ସିଟ୍ ନପାଏ ତେବେ ସେମାନେ ମତେ ଆର୍ଥିକ ସହାୟତା ଦେବା ବନ୍ଦ କରିଦେବେ । ଏବଂ ସ୍କୋର କମ୍ ହେବାପରେ ସେମାନେ ମତେ ଘରୁ ବାହାର କରିଦେଇଛନ୍ତି ବୋଲି ହୁନାନ୍ ଟିଭିଙ୍କୁ କହିଥିଲେ ଜିଆଓକାଇ ।

ତେବେ ଜିଆଓକାଇ ତାଙ୍କ ମାଆଙ୍କୁ ଫୋନ କରିଥିଲେ, ଏବଂ ଘରର ଦ୍ଵାର କାହିଁକି ସେ ଖୋଲୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ତାଙ୍କ ମାଆ କହିଥିଲେ , ସେ ବିଜନେସ ଟ୍ରିପରେ ଘରୁ ବାହାରକୁ ଯାଇଛନ୍ତି । ଏବଂ ନୂଆ ପାସୱାର୍ଡ ତାଙ୍କର ମନେନାହିଁ । ଏବଂ ଏହାମଧ୍ୟ କହିଛନ୍ତି, "ଆମକୁ କୌଣସି ସହାୟତା ମାଗନାହିଁ । ଯେତେବେଳେ ତମେ ସ୍କୁଲରେ ପଢୁଥିଲ, ସେତେବେଳେ ତୁମକୁ ଯାହା କରିବାର ଥିଲା ତାହା କରୁନଥିଲେ । ଆମର କୌଣସି ନିୟମ ମାନୁନଥିଲ । ବିଶ୍ଵର କୌଣସି ସ୍ଥାନ ବିନା ନିୟମରେ ଚାଲେ ନାହିଁ । ତେଣୁ ଖୁବ ପରିଶ୍ରମ କରି ପାଠ ପଢ । ତୁମ ଭିତରେ ଅନୁତାପର କୌଣସି ଗୁଣ ମତେ ପରିଲକ୍ଷିତ ହେଉନାହିଁ । ତେମୁଁ ବର୍ତ୍ତମାନ ଆମେ ଅଲଗା ରହିବା । ଆମକୁ ଆମ ଚାକିରି କରିବାକୁ ଦିଅ, ତୁମେ ତୁମ ନିଜ କାମ କର। "

ସେହିପରି ଜିଆଓକାଇଙ୍କ ବାପା କହିଛନ୍ତି, ତୁମ ପାଖରେ ଦୁଇଟି ବିକଳ୍ପ ଅଛି, ଘରକୁ ଆସ, ଏବଂ ନିଜ ବାପାମାଆଙ୍କ କଥା ମାନ, ନଚେତ ବାହାର ରୁହ ଏବଂ ନିଜ ପାଇଁ ଏକ ଚାକିରି ଖୋଜ ।

ତେବେ ବର୍ତ୍ତମାନ ତାଙ୍କ ବାପା ମାଆ ତାଙ୍କୁ ସମସ୍ତ ଆର୍ଥିକ ସହାୟତାରୁ ବଞ୍ଚିତ ରଖିଛନ୍ତି, ଏବଂ ଏବେ ମଧ୍ୟ ସେ ବାହାରେ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
student low score in exam, parents locked out of the house, stopped financial support | Argus News