Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଦେଶରେ ଦିଦିଙ୍କୁ ଗୋ ବ୍ୟାକ୍ ନାରା ଶୁଣାଇଲେ ଛାତ୍ରଛାତ୍ରୀ

International

ବିଦେଶରେ ଦିଦିଙ୍କୁ ଗୋ ବ୍ୟାକ୍ ନାରା ଶୁଣାଇଲେ ଛାତ୍ରଛାତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago
 ବିଦେଶରେ ଦିଦିଙ୍କୁ ଗୋ ବ୍ୟାକ୍ ନାରା ଶୁଣାଇଲେ ଛାତ୍ରଛାତ୍ରୀ

ବିଦେଶର ହଟହଟା ଦିଦି । ଲଣ୍ଡନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଭାଷଣ ଦେଉଥିବା ସମୟରେ ଗୋ ବ୍ୟାକ୍ ନାରା ଶୁଣାଇଛନ୍ତି ଛାତ୍ରଛାତ୍ରୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର କେଲଗ୍ କଲେଜରେ ଅଭିଭାଷଣ ଦେଇଥିଲେ । ଏହି ସମୟରେ ହଙ୍ଗାମା ଜୋରଦାର ହେବାରୁ ଦିଦିଙ୍କୁ ନିଜ ଭାଷଣ ଅଧାରେ ରଖିବାକୁ ପଡିଥିଲା ।


ଭାଷଣରେ ମମତା କହିଥିଲେ କି ତାଙ୍କ ଶାସନ ମଡେଲରେ ଭେଦଭାବକୁ ଅନୁମତି ନାହିଁ ଏବଂ ସମାଜର କଲ୍ୟାଣକୁ ପ୍ରାଥମିକତା ଦିଆଯାଉଛି । ଏହି ସମୟରେ ଉପସ୍ଥିତ ଛାତ୍ରଛାତ୍ରୀ ନାରା ଦେଇ ଦିଦିଙ୍କୁ ଗୋବ୍ୟାକ୍ କହିଥିଲେ । ସମସ୍ତେ ଆରଜି କର ମେଡିକାଲ କଲେଜ ପ୍ରସଙ୍ଗ ଉଠାଇ ମମତାଙ୍କୁ କରିଥିଲେ ଜୋରଦାର ବିରୋଧ । ଏହି ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏମିତି ହିଁ ହବାର ଥିଲା ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପିଡ଼ିତାଙ୍କ ବାପା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Students chant 'Go Back' during Mamata banerjee's speech at Oxford University | Argus News