Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସମୁଦ୍ରରୁ ମିଳିଲା ଏମିତି ଅଦ୍ଭୁତ ଜୀବ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସମୁଦ୍ରରୁ ମିଳିଲା ଏମିତି ଅଦ୍ଭୁତ ଜୀବ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ସମୁଦ୍ରରୁ ମିଳିଲା ଏପରି ଅଦ୍ଭୁତ ଜୀବ । ଜଣେ ମାଛଧରାଳୀ ଏପରି ଏକ ଜୀବର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ କିଛି ୟୁଜର୍ସ ଏଲଅନର ଏକ ଅଂଶ ବୋଲି ମତ ଦେଇଛନ୍ତି । ଏମିତି ଅଦ୍ଭୁତ ପ୍ରକାରର ଜୀବ ଋଷିଆର ଜଣେ ମାଛଧରାଳୀ ଧରିଛନ୍ତି । ଏଭଳି ଜୀବ ପ୍ରଥମଥର ଧରିଥିବା ସେ କହିଛନ୍ତି ।

ଏହି ଜୀବଟି ଧୂସର ରଙ୍ଗର ହୋଇଥିବା ବେଳେ ଏହାର ମୁଣ୍ଡଟି ଖୁବ ବଡ ଆକୃତିର ଥିବା ଦେଖିବାକୁ ମିଳିଛି । ଜୀବଟି ଅତ୍ୟନ୍ତ ଭୟଙ୍କର ଏବଂ ଅଦ୍ଭୁତ ଭଳି ଦେଖାଯାଉଛି ।
ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ଏହାକୁ ଏଲିଅନ ବୋଲି କହିଛନ୍ତି । ଆଉ କିଛିଜଣ ଏହାକୁ ମାରିଦେବାକୁ ନହେଲେ ଜାଳଇଦେବାକୁ କହିଛନ୍ତି ।

ଆହୁରି ମଧ୍ୟ ହ୍ୟାରି ପୋର୍ଟରର "ଦ ଡାର୍କ ଲର୍ଡ" ସହ ତୁଳନା କରିଛନ୍ତି । ତେବେ ମାଛଧରାଳୀ ଜଣକ ଏହାକୁ ଲମ୍ପସକର୍ ସହ ତୁଳନା କରିଛନ୍ତି । ଆମେରିକାର ଜଣେ ମାଛଧରାଳୀ ମଧ୍ୟ ସମାନ ଜୀବକୁ ସମୁଦ୍ରରୁ ଧରିଥିଲେ । ପୂର୍ବବର୍ଷ ଜୁନ ମାସରେ ସେ ମାଛ ଧରୁଥିବା ସମୟରେ ଏମିତି ହିଁ ଜୀବକୁ ଧରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Such a strange creature found in the sea, the video went viral on social media | Argus News