Videos
|
International

ମହାକାଶରେ ବନ୍ଦୀ ସୁନିତା,ଫେରିବେ କେବେ?

Sangram Tripathy
Browse all articles by Sangram Tripathy
·2 years ago·2 min read
ମହାକାଶରେ ବନ୍ଦୀ ସୁନିତା,ଫେରିବେ କେବେ?


ଅର୍ଗସ ବ୍ୟୁରୋ:ବଢୁଛି ନାସା ଟେନସନ,ମହାକାଶରେ ମହାଶୂନ୍ୟ,ଜୀବନ ଯେମିତି ବନ୍ଧାପଡିଛି,ଗମ୍ଭୀର ହେଲାଣି ସ୍ଥିତି,ସରିସାରିଛି ଡେଡ୍ ଲାଇନ୍, ମହାକାଶରୁ ଫେରିବାର ତାରିଖ ପରେ ତାରିଖ ଗଡୁଛି,ମାତ୍ର ନାସାକୁ ମିଳିପାରୁ ନି ସୁନୀତାଙ୍କ ଫେରିବାର ଉପାୟ,ମହାକାଶରେ ବନ୍ଦୀ ସୁନିତା ଫେରିବେ କେବେ? ଏମିତି ଅନେକ ପ୍ରଶ୍ନ ଉଙ୍କିମାରିଲାଣି ମନରେ। ଚର୍ଚ୍ଚା ହେଉଛି ପୃଥିବୀକୁ ଫେରିବା ଲାଗି କୁଆଡେ ସବୁ ରାସ୍ତା ଯେମିତି ବନ୍ଦ ହୋଇଯାଇଛି।  ସମୟ ଗଡିବା ସହ ଆଶା ମଧ୍ୟ ମଉଳୁଛି। ନିଉମେକ୍ସିକୋରେ ନାସା ଏବଂ ଷ୍ଟାରଲାଇନରର ଇଞ୍ଜିନିୟରଙ୍କ ଦ୍ବାରା ଚାଲିଥିବା ପରୀକ୍ଷଣ ସରିଥିବା କୁହାଯାଉଛି କିନ୍ତୁ ବୋଇଙ୍ଗି ଷ୍ଟାର ଲାଇନ୍ କ୍ୟାପସୁଲ ଜରିଆରେ ସେମାନେ ସ୍ପେସ୍ କୁ ଯାଇଥିଲେ ଏବଂ ନାସା କହିଛି ଅନ୍ତରୀକ୍ଷୟରେ ସ୍ପେସ୍ କ୍ରାପ୍ଟରେ ସୃଷ୍ଟି ହୋଇଥିବା ସମସ୍ୟା ଏବ ତାର ସମାଧାନର ରାସ୍ତାକୁ ବୈଜ୍ଞାନିକ ଖୋଜି ବାହାର କରିଛନ୍ତି ,ମାତ୍ର ସ୍ଥିତି ଯେମିତି ହେଲାଣି ମହାକାଶରୁ ଦୁଇ ମହାକାଶଚାରୀ ଫେରିବା ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ଗୋଟିଏ ସପ୍ତାହର ମିଶନ୍ ଏଯାଏ ସରିପାରି ନାହିଁ। ଏହା ଭିତରେ ମାସେରୁ ଅଧିକ ସମୟ ଅତିବାହିତ ହୋଇସାରିଲାଣି ନାସା ଓ ଷ୍ଟାରଲିନର ପକ୍ଷରୁ ସୁନୀତା ଓ ତାଙ୍କ ସାଥିଙ୍କୁ ପୃଥିବୀପୃଷ୍ଠକୁ ଫେରାଇ ଆଣିବାକୁ ସମସ୍ତ ପ୍ରୟାସ ଜାରି ରହିଥିବା କହିଛି ନାସ।   ଜୁନ୍ ୫ରେ ମହାକାଶକୁ ଯାଇଥିଲେ ସୁନିତା,ଗତ ମାସରେ ପୃଥିବୀ ପୃଷ୍ଠରେ ପହଞ୍ଜିବାର ଥିଲା,ତାଙ୍କ ମହାକାଶର ମିଶନ ୮ ଦିନ ଧରି ଥିଲା,କିନ୍ତୁ ଏ ପର୍ଯ୍ୟନ୍ତ ସେ ପୃଥିବୀ ପୃଷ୍ଠକୁ ଫେରି ନାହାନ୍ତି। ବୋଇଙ୍ଗ ଷ୍ଟାରଲିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ମହାକାଶରେ ଫସିଛନ୍ତି ସୁନୀତା ।

ବୋଇଙ୍ଗ ଷ୍ଟାରଲିନରର ପ୍ରଥମ ଉଡ଼ାଣ ଥିଲା,ହିଲିୟମ୍ ଲିକ୍ ଏବଂ ଥ୍ରଷ୍ଟର ବିଫଳତା ଯୋଗୁ ତାଙ୍କର ପୃଥିବୀରେ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେଉଛି। ନାସା ଏବଂ ଷ୍ଟାରଲିନର୍ ପକ୍ଷରୁ ହିଲିୟମ ଲିକ୍ ମରାମତି କରିବା ଏବଂ ଥ୍ରଷ୍ଟର ସମସ୍ୟା ସୁଧାରିବାକୁ ସମସ୍ତ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତ୍ରୁଟି ସୁଧୁରିପାରୁନି । କିନ୍ତୁ ପ୍ରଶ୍ନ ଉଠୁଛି ଯେତେବେଳେ ଅର୍ନ୍ତଜାତୀୟ ସ୍ପେସ ସେଣ୍ଟରରେ ଋୁଷିଆର କ୍ୟାପସୁଲ୍ ପ୍ରସ୍ତୁତ ହୋଇ ରହିଛି ସେତେବେଳେ ଉଭୟଙ୍କୁ କାହିଁକି ଅଣାଯାଉ ନାହିଁ,କାହଁକି ଆମେରିକା ଋୁଷିଆକୁ କରୁନି ଅନୁରୋଧ। ସୁନୀତା ସୁରକ୍ଷିତ ଭାବେ ପୃଥିବୀରୁ ଫେରିଆସନ୍ତୁ ବୋଲି ଆଶା ରଖିଛନ୍ତି  ବିଶ୍ବବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sunita imprisoned in space, when will she return? | Argus News