Videos
|
International

ମିଳିଲା ଖବର ଫେରିବେ ସୁନୀତା!

Sangram Tripathy
Browse all articles by Sangram Tripathy
·2 years ago·1 min read
ମିଳିଲା ଖବର ଫେରିବେ ସୁନୀତା!

ଅଗର୍ସ ବ୍ୟୁରୋ:ସମୟ ଗଡୁଥିଲା ଟେନସନ ବଢୁଥିଲା,ସେଥିରେ ପଡିବ ପୂର୍ଣ୍ଣଛେଦ। ଖୁବ୍ ଶୀଘ୍ର ପୃଥିବୀକୁ ସୁରକ୍ଷିତ ଫେରିବେ ଭାରତୀୟ ବଂଶୋଭବ ସୁନୀତା ଉଇଲିୟମ। ସତ ହେବାକୁ ଯାଉଛି ପ୍ରଶଂସକଙ୍କ ପ୍ରାର୍ଥନା। କିଛି ଦିନ ପୂର୍ବରୁ ମହାକାଶରୁ ବିଶ୍ୱବାସୀଙ୍କୁ ସମ୍ବୋଧିତ କରିଥିଲେ ସୁନିତା!

ବୋଇଙ୍ଗ ଷ୍ଟାରଲିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ମହାକାଶରେ ଫସିରହିଥିଲେ ସୁନୀତା । ହିଲିୟମ୍ ଲିକ୍ ଏବଂ ଥ୍ରଷ୍ଟର ବିଫଳତା ଯୋଗୁ ତାଙ୍କର ପୃଥିବୀରେ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେଉଥିଲା,ସ୍ବାସ୍ଥ୍ୟବସ୍ଥା ମଧ୍ୟ ବିଗିଡି ଥିଲା। କ୍ୟାପସଲରେ ଯାନ୍ତ୍ରୀକତ୍ରୁଟି ସୁଧାରିବାରେ ସଫଳ ହୋଇଛି ଆମେରିକା। 


ଜୁନ୍ ୫ରେ ମହାକାଶକୁ ଯାଇଥିଲେ ସୁନିତା । ତାଙ୍କ ମହାକାଶର ମିଶନ ଥିଲା ୮ ଦିନ। ଆମେରିକା-ଋଷିଆ ଯୋଗୁ ସୁନୀତାଙ୍କ ଜୀବନ  ବିପଦରେ ଥିବା ଚର୍ଚ୍ଚା ହୋଇଥିଲା! । କିନ୍ତୁ ପ୍ରଶ୍ନ ଉଠୁଥିଲା ଯେତେବେଳେ ଅର୍ନ୍ତଜାତୀୟ ସ୍ପେସ ସେଣ୍ଟରରେ ଋଷିଆର କ୍ୟାପସୁଲ୍ ପ୍ରସ୍ତୁତ ହୋଇ ରହିଛି ସେତେବେଳେ ଉଭୟଙ୍କୁ କାହିଁକି ଅଣାଯାଉ ନାହିଁ ବୋଲି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାହିଁକି ଆମେରିକା-ଋଷିଆକୁ କରୁନଥିଲା ଅନୁରୋଧ?। ଏବେ ସମସ୍ୟାର ସମାଧନ ରାସ୍ତା ବାହାରିଛି। ଖୁବ୍ ଶୀଘ୍ର ପୃଥିବୀକୁ ସୁନୀତା ଫେରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଫେରିବେ ସୁନୀତା ସ୍ବାଗତ ଅପେକ୍ଷାରେ ସାରା ବିଶ୍ବ

Sunita will | Argus News