Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୃଥିବୀଠାରୁ ୪୨୩ କିଲୋମିଟର ଦୂରରୁ ସେଲଫି ପଠାଇଲେ ସୁନୀତା

International

ପୃଥିବୀଠାରୁ ୪୨୩ କିଲୋମିଟର ଦୂରରୁ ସେଲଫି ପଠାଇଲେ ସୁନୀତା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପୃଥିବୀଠାରୁ ୪୨୩ କିଲୋମିଟର ଦୂରରୁ ସେଲଫି ପଠାଇଲେ ସୁନୀତା

ଅର୍ଗସ ବ୍ୟୁରୋ : ସ୍ପେସୱାକ୍ ବେଳେ ସେଲଫି ପଠାଇଲେ ସୁନିତା ୱିଲିୟମ । ଯାହାକୁ ନାସା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛି । ବର୍ତ୍ତମାନ ଅନ୍ତରୀକ୍ଷ ସ୍ପେସ ଷ୍ଟେସନରେ ସ୍ପେସୱାକ କରୁଛନ୍ତି ସୁନିତା ୱିଲିୟମ । ସେ ପ୍ରଶାନ୍ତ ମହାସାଗରରୁ ୪୨୩କିମି ଉପରେ ପରିକ୍ରମା କରୁଥିବା ସମୟରେ ଏକ ସେଲଫି ନେଇ ପଠାଇଛନ୍ତି । ଯେଉଁଥିରେ ସୁନିତାଙ୍କ ପ୍ରତିବିମ୍ବ ତାଙ୍କର ସ୍ପେସ୍‌ସୁଟ୍ ହେଲମେଟରେ ପ୍ରତିଫଳିତ ହେଉଥିଲା । ଏଥିସହ ସ୍ପେସ ଷ୍ଟେସନର କିଛି ଅଂଶ ଏବଂ ଅନ୍ତରିକ୍ଷର ଅନ୍ଧାର, ବାମରେ ପ୍ରଶାନ୍ତ ମହାସାଗର ନୀଳରଙ୍ଗ ଦୃଶ୍ୟମାନ ହେଉଥିଲା ।

ଇନଷ୍ଟାଗ୍ରାମରେ ଏହି ସେଲଫି ଶେୟାର କରି ନାସା ଲେଖିଥିଲା, ସୁନିତା ଏହି ସେଲଫି ସ୍ପେସୱାକ୍ କରିବା ସମୟରେ ୩୦ ଜାନୁଆରୀରେ କ୍ଲିକ କରିଛନ୍ତି । ଯେଉଁଥିରେ ସେ ପୃଥିବୀ ଠାରୁ ୪୨୩ କିମି ଉପରେ ପରିକ୍ରମା କରୁଥିବା ଜଣାପଡିଛି । ଏହା ତାଙ୍କର ନବମ ସ୍ପେସୱାକ୍ ବୋଲି ସେ କହିଛନ୍ତି । ଏହି ସେଲଫି ଦେଖିବା ପରେ ୟୁଜର୍ସର କହିଛନ୍ତି, ଏହି ବିଶ୍ବ ଇତିହାସର ସବୁଠୁ ବେଷ୍ଟ ସେଲଫି ।
ସୁନିତା ଏବଂ ତାଙ୍କର ସାଥୀ ବୁଚ୍ ୱିଲମୋର ୫ଘଣ୍ଟା ପାଇଁ ସ୍ପେସ ଷ୍ଟେସନରୁ ବାହାରି ଷ୍ଟେସନର ବାହ୍ୟ ହାର୍ଡ୍ବୱେୟାର କୁ ବାହାର କରିଛନ୍ତି । ଏବଂ ବୈଜ୍ଞାନିକ ବିଶ୍ଳେଷଣ ପାଇଁ ଭୁପୃଷ୍ଠର ନମୁନା ସଂଗ୍ରହ କରି ଏକାଠି କରୁଛନ୍ତି । ଯାହାଦ୍ବାରା ସେମାନେ ପରୀକ୍ଷା କରୁଛନ୍ତି କି, ସତରେ ଅନ୍ତରୀକ୍ଷରେ ବଞ୍ଚିବା ସମ୍ଭବ, ପ୍ରଜନନ କରିବା ସମ୍ଭବ , ଏହା ଭିତରେ କେତେବାଟ ଯାଏଁ ଯାତ୍ରା କରିହେବ ।

ତେବେ ସୁନିତା ଏବଂ ସାଥୀ ବଚ୍ ଅନ୍ତରୀକ୍ଷରେ ଜୁନରୁ ଫସି ରହିଛନ୍ତି । କ୍ରୁ ୯ ମିଶନ ଦ୍ବାରା ମାର୍ଚ୍ଚ ୨୦୨୫ରେ ସେ ପୃଥିବୀ ଫେରିବେ ବୋଲି ନାସା ପକ୍ଷରୁ ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sunita Williams sent a selfie from a distance of 423 km from the earth | Argus News