Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

କ୍ୟାରିୟରର ନବମ ସ୍ପେସ୍‌ଓ୍ୱାକ କଲେ ସୁନୀତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
କ୍ୟାରିୟରର ନବମ ସ୍ପେସ୍‌ଓ୍ୱାକ କଲେ ସୁନୀତା

ଅର୍ଗସ ବ୍ୟୁରୋ:  ସ୍ପେସଓ୍ୱାକ କଲେ ସୁନୀତା ୟୁଲିୟମ୍ସ । ପାଖାପାଖି ସାଢ଼େ ୬ ଘଣ୍ଟା ଧରି ସ୍ପେସ୍‌ଓ୍ବାକ୍‌ କରିଥିବା ଜଣାପଡିଛି। ଏହା ସୁନୀତାଙ୍କ କ୍ୟାରିୟରର ନବମ ସ୍ପେସ୍‌ଓ୍ବାକ୍‌ ହୋଇଥିବା କୁହାଯାଉଛି। ଏହାସହ ବୁଚ୍‌ଙ୍କ ପଞ୍ଚମ ସ୍ପେସଓ୍ୱାକ । ୨ ସପ୍ତାହ ତଳେ ସେ କ୍ରିଉ-୯ ମିଶନର ସାଥୀ ମହାକାଶଚାରୀ ନିକ୍‌ ହଗ୍‌ଙ୍କ ସହ ସ୍ପେସ୍‌ଓ୍ବାକ୍‌ କରିଥିଲେ। ପ୍ରକାଶ ଯେ, ଗତ ଜୁନ୍‌ରେ ସୁନୀତା ଓ ବୁଚ୍‌ ଏକ ୮ ଦିନିଆ ମିଶନରେ ଆଇଏସ୍‌ଏସ୍‌କୁ ଯାଇଥିଲେ।


ତେବେ ବୋଇଂର ଷ୍ଟାରଲାଇନର କ୍ୟାପ୍‌ଶୁଲରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ସେମାନେ ଦୀର୍ଘ ୮ ମାସ ହେବ ଆଇଏସ୍‌ଏସ୍‌ରେ ଫସି ରହିଛନ୍ତି। ମାର୍ଚ୍ଚ ଶେଷ ସୁଦ୍ଧା ଉଭୟଙ୍କୁ ପୃଥିବୀ ଫେରାଇ ଆଣିବା ସମ୍ଭବ ନୁହେଁ ବୋଲି ନାସା ପୂର୍ବରୁ ସ୍ପଷ୍ଟ କରିଛି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ୮ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଓ ସହଯାତ୍ରୀ ବୁଚ୍‌ ଓ୍ବିଲମୋର ଗୁରୁବାର ପ୍ରଥମଥର ପାଇଁ ଆଇଏସ୍‌ଏସ୍‌ ବାହାରେ ସ୍ପେସ୍‌ଓ୍ବାକ୍‌ କରିଥିବା ଜଣାପଡିଛି। ସେମାନେ ସେଠାରେ ଭଲରେ ଥିବା ଜଣାପଡିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sunita Williams, stuck in space, breaks spacewalking record at International Space Station | Argus News