Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନାସା ଯୋଗେ ପୃଥିବୀ ଫେରିବାକୁ ନିବେଦନ କଲେ ସୁନିତା, ୱିଲମୋର

International

ନାସା ଯୋଗେ ପୃଥିବୀ ଫେରିବାକୁ ନିବେଦନ କଲେ ସୁନିତା, ୱିଲମୋର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ନାସା ଯୋଗେ ପୃଥିବୀ ଫେରିବାକୁ ନିବେଦନ କଲେ ସୁନିତା, ୱିଲମୋର

ଅର୍ଗସ ବ୍ୟୁରୋ : କେବେ ପୃଥିବୀ ଫେରିବେ ସୁନିତା ୱିଲିୟମସ୍ ଏବଂ ବଚ୍ ୱିଲମୋର । ଏନେଇ ସମସ୍ତଙ୍କ ମନରେ ଆଶା ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି । ସେପଟେ ନାସା ଉଭୟଙ୍କ ସହ ମହାକାଶରେ ଯୋଗାଯୋଗ କରି କଥା ହେବାକୁ ଚେଷ୍ଟା କରୁଥିବା ବେଳେ ଉଭୟଙ୍କ ଭାବପ୍ରବଣ ଭରା ନିବେଦନ ସମସ୍ତଙ୍କ ହୃଦୟକୁ ବ୍ୟଥିତ କରିଛି ।


ଗତବର୍ଷ ଜନ ମାସରେ ମାତ୍ର ୧୫ ଦିନପାଇଁ ମହାକାଶ ଯାଇଥିଲେ ସୁନିତା ଏବଂ ୱିଲମୋର । କିନ୍ତୁ ଯାଇଥିବା ଯାନ ବୋଇଂ ଷ୍ଟାରଲାଇନର ଖରାପ ହୋଇଯିବାରୁ ସେଠାରେ ୯ ମାସ ହେବ ଫସି ରହିଛନ୍ତି ସୁନିତା ଏବଂ ସାଥି ୱିଲମୋର । ସେମାନଙ୍କ ପୃଥିବୀକୁ ଫେରିବା ୨୦୨୫ ଫେବୃଆରୀରେ ନିଶ୍ଚିତ ହୋଇ ସାରିଥିଲା । ହେଲେ ବର୍ତ୍ତମାନ ପୁଣି ସ୍ପେସକ୍ରାଫ୍ଟରେ ତ୍ରୁଟି ଯୋଗୁଁ ଉଭୟଙ୍କ ଆସିବା ମାର୍ଚ୍ଚଯାଏଁ ବିଳମ୍ବ ହୋଇଛି । ନାସା ଯେତେବେଳେ ଉଭୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ୱିଲମୋରଙ୍କ ମେସେଜ ଆସିଥିଲା , ସେ ଅନେକ ଦିନ ହେବ ମହାକାଶରେ ଫସି ରହିଛନ୍ତି । ହେଲେ ଏବେ ଘରକୁ ଯିବାକୁ ଚାହୁଁଛନ୍ତି, କାରଣ ଅନେକ ଦିନ ସେ ତାଙ୍କର ପରିବାର ଠାରୁ ଦୂରରେ ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିନ୍ତୁ ଏଠାରେ ମଧ୍ୟ ତାଙ୍କର ଅନେକ କାମ ବାକି ରହିଛି । ସେ ସବୁକୁ ସାରିକି ଯିବାକୁ ପଡିବ । ଅନ୍ୟ ମହାକାଶଚାରୀମାନେ ମଧ୍ୟ ତାଙ୍କର ସ୍ପେସ ଷ୍ଟେସନରେ ଥିବା କାମ ସାରିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ସେପଟେ ନାସା ୱିଲମୋର ଏବଂ ୱିଲିୟମସ୍ଙ୍କୁ ଖୁବଶୀଘ୍ର ପୃଥିବୀ ଫେରାଇ ଆଣିବାକୁ ନିଜର ଚେଷ୍ଟା ଜୋରଦାର କରିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଏବଂ ସଫଳତାର ସହ ଆଣିବାର ପ୍ରତିଶ୍ରୁତି ଦେଇଛି ନାସା ।

Sponsored
Sunita, Wilmore's emotional pleads with NASA to return to Earth | Argus News