ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ ସୁଶୀଳା କାର୍କୀ, ସାରା ରାତି ବୈଠକ ପରେ ହେଲା ସହମତି

Key Points
ଜେନ୍-ଜିର ଏକ ସମୂହ ସେନାକୁ ଚେତାବନୀ ଦେଇ କହିଥିଲେ, ସୁଶୀଳା କାର୍କୀଙ୍କୁ ହିଁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ନିଯୁକ୍ତ କରନ୍ତୁ ନ ହେଲେ ଆହୁରି ହିଂସା ବ୍ୟାପିବ । ଯଦିଓ ଅନ୍ତରୀଣ ପ୍ରଧାନମନ୍ତ୍ରୀ ରେସ୍ରେ ସୁଶୀଳାଙ୍କ ସହ ଅନ୍ୟ ନାଁ ଥିଲା, ବୁଧବାର ବୈଠକରେ ଯୁବବର୍ଗ ସୁଶୀଳା କାର୍କୀଙ୍କୁ ନେଇ ସହମତ ହୋଇଥିଲେ ।
କାଠମାଣ୍ଡୁ: ଆତଙ୍କ, ଅସ୍ଥିରତା ଓ ଉତ୍ତେଜନା ଭିତରେ ଦ୍ଵନ୍ଦ୍ଵ ହଟିଛି । ସାରା ରାତି ବୈଠକ ପରେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ନାଁକୁ ନେଇ ହୋଇଛି ସହମତି । ନେପାଳର ସେନା ପ୍ରମୁଖ ଓ ରାଷ୍ଟ୍ରପତି ସୁଶୀଳା କାର୍କୀ (Sushila Karki)ଙ୍କ ନାଁକୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁମୋଦନ କରିଛନ୍ତି ।
ନେପାଳ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା ନିର୍ବାଚନ ପର୍ଯ୍ୟନ୍ତ ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇବେ । ଅନ୍ତରୀଣ ସରକାର ଗଠନରେ ସମସ୍ତଙ୍କ ସହମତି ପାଇଁ ବିଳମ୍ବିତ ରାତିରେ ନେପାଳ ରାଷ୍ଟ୍ରପତି, ସେନା ମୁଖ୍ୟ ଓ ସୁଶୀଳା କାର୍କୀଙ୍କୁ ନେଇ କାଠମାଣ୍ଡୁରେ ରାତି ସାରା ଗୁରୁତ୍ଵପୂର୍ଣ୍ଣ ବୈଠକ ଚାଲିଥିଲା ।
ଆହୁରି ପଢ଼ନ୍ତୁ: ରାଜତନ୍ତ୍ରରୁ କେମିତି ନେପାଳ ହେଲା ଗଣତାନ୍ତ୍ରିକ ରାଷ୍ଟ୍ର ? କାହିଁକି ରହୁଛି ରାଜନୈତିକ ଅସ୍ଥିରତା ?
📱 Get Argus News App
✨
ଜେନ୍-ଜିର ଏକ ସମୂହ ସେନାକୁ ଚେତାବନୀ ଦେଇ କହିଥିଲେ, ସୁଶୀଳା କାର୍କୀଙ୍କୁ ହିଁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ନିଯୁକ୍ତ କରନ୍ତୁ ନ ହେଲେ ଆହୁରି ହିଂସା ବ୍ୟାପିବ । ଯଦିଓ ଅନ୍ତରୀଣ ପ୍ରଧାନମନ୍ତ୍ରୀ ରେସ୍ରେ ସୁଶୀଳାଙ୍କ ସହ ଅନ୍ୟ ନାଁ ଥିଲା, ବୁଧବାର ବୈଠକରେ ଯୁବବର୍ଗ ସୁଶୀଳା କାର୍କୀଙ୍କୁ ନେଇ ସହମତ ହୋଇଥିଲେ । କିଛି ଲୋକ ସୁଶୀଳାଙ୍କ ବିପକ୍ଷରେ ବି ଥିଲେ ।
ସୁଶୀଳା କାର୍କୀ କିଏ ?
ନେପାଳର ଋରଲ ଅଞ୍ଚଳରେ ସୁଶୀଳା କାର୍କୀଙ୍କ ଜନ୍ମ, ପିତା ଜଣେ ଚାଷୀ ।
ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରୁ ସୁଶୀଳା ରାଜନୀତି ବିଜ୍ଞାନରେ ସ୍ନାତକ କରିଛନ୍ତି ।
ଶିକ୍ଷକତା ପରେ ୧୯୮୦ରେ ଆଇନ୍ ପାଠ ପଢ଼ିଥିଲେ ସୁଶୀଳା ।
ଓକିଲାତି ଆରମ୍ଭ ପରେ ମାନବାଧିକାର ମାମଲାକୁ ଗୁରୁତ୍ଵ ଦେଇଥିଲେ ।
୨୦୦୯ରେ ସୁଶୀଳା ହୋଇଥିଲେ ନେପାଳ ସୁପ୍ରିମକୋର୍ଟର ଆଡହକ୍ ବିଚାରପତି । ୨୦୧୦ରେ ସ୍ଥାୟୀ ଜଜ୍ ଭାବେ ନିଯୁକ୍ତି ମିଳିଥିଲା ।
ନେପାଳର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବେ ୨୦୧୬ରେ ସୁଶୀଳାଙ୍କୁ ମିଳିଥିଲା ନିଯୁକ୍ତି । ୨୦୧୭ରେ ତାଙ୍କୁ ପଦରୁ ହଟାଇବା ଲାଗି ମହାଭିଯୋଗ ଅଣାଯାଇଥିଲା ।
କ'ଣ କହୁଛି ନେପାଳ ସମ୍ବିଧାନ ?
ନେପାଳ ସମ୍ବିଧାନ ଅନୁସାରେ, ପୂର୍ବତନ ମୁଖ୍ୟ ବିଚାରପତି କୌଣସି ରାଜନୈତିକ ପଦ ଅଳଙ୍କୃତ କରିପାରିବେ ନାହିଁ । ତେବେ, ସମ୍ବିଧାନର ଅନିବାର୍ଯ୍ୟ ସିଦ୍ଧାନ୍ତ ଅନୁସାରେ, ତାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ଲାଗି ରାଷ୍ଟ୍ରପତିଙ୍କୁ ସମ୍ବିଧାନର ଉକ୍ତ ବିଶେଷ ଅନୁଚ୍ଛେଦକୁ ନିଷ୍କ୍ରିୟ କରିବାକୁ ପଡ଼ିବ ଅଥବା ଦେଶର ସୁରକ୍ଷା ପାଇଁ ଏକ ସ୍ଵତନ୍ତ୍ର ପ୍ରାବଧାନ ଆଣିବାକୁ ପଡ଼ିବ ।
ନେପାଳ ସମ୍ବିଧାନରେ ଅନିବାର୍ଯ୍ୟ ସିଦ୍ଧାନ୍ତ ଏକ ଆଇନ୍ ସିଦ୍ଧାନ୍ତ ଅଟେ । ଏହାରି ପ୍ରକାରେ ଏଭଳି କିଛି କାର୍ଯ୍ୟ ଯାହା ଅସାମ୍ବିଧାନିକ ଅର୍ଥାତ୍ ବେଆଇନ୍ ଅଟେ । ଦେଶର ସୁରକ୍ଷା, ଆଇନ୍ ବ୍ୟବସ୍ଥା କାଏମ ରଖିବା ଏବଂ ଜରୁରୀ ସଂକଟ ସମୟରେ ସାମ୍ବିଧାନିକ ବ୍ୟବସ୍ଥାର ରକ୍ଷା ଲାଗି ଏହାକୁ ଉଚିତ୍ ଦର୍ଶାଇବା ଲାଗି ଅନୁମତି ଅଛି ।