Videos
|
International

ଦାୟିତ୍ଵ ଗ୍ରହଣ ପରେ କରୁଥିଲେ ସାମ୍ବାଦିକ ସମ୍ମିଳନୀ, ପ୍ରଶ୍ନ ଶୁଣୁ ଶୁଣୁ ହଠାତ୍ ୟେ କ'ଣ ହେଲା...

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଦାୟିତ୍ଵ ଗ୍ରହଣ ପରେ କରୁଥିଲେ ସାମ୍ବାଦିକ ସମ୍ମିଳନୀ, ପ୍ରଶ୍ନ ଶୁଣୁ ଶୁଣୁ ହଠାତ୍ ୟେ କ'ଣ ହେଲା...

Key Points

ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଶୁଣୁ ଶୁଣୁ ହଠାତ୍ ତଳେ ପଡ଼ିଗଲେ ସ୍ଵାସ୍ଥ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଛିଡ଼ା ହୋଇଥିବା ବେଳେ ଧୈର୍ଯ୍ୟର ସହ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣୁଥିବା ସ୍ଵାସ୍ଥ୍ୟମନ୍ତ୍ରୀ ତଳେ ପଡ଼ି ଚେତାଶୂନ୍ୟ ହୋଇ ଯାଇଛନ୍ତି ।

ଷ୍ଟକହୋମ: ନୂତନ ଭାବେ ଦାୟିତ୍ଵ ନେଲେ ସ୍ଵାସ୍ଥ୍ୟମନ୍ତ୍ରୀ । ଦାୟିତ୍ଵ ଗ୍ରହଣ ପରେ କରୁଥିଲେ ସାମ୍ବାଦିକ ସମ୍ମିଳନୀ । ହେଲେ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଶୁଣୁ ଶୁଣୁ ହଠାତ୍ ତଳେ ପଡ଼ିଗଲେ ସ୍ଵାସ୍ଥ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଛିଡ଼ା ହୋଇଥିବା ବେଳେ ଧୈର୍ଯ୍ୟର ସହ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣୁଥିବା ସ୍ଵାସ୍ଥ୍ୟମନ୍ତ୍ରୀ ତଳେ ପଡ଼ି ଚେତାଶୂନ୍ୟ ହୋଇ ଯାଇଛନ୍ତି । ଏବେ ସ୍ଵିଡେନ୍‌ର ନୂଆ ସ୍ଵାସ୍ଥ୍ୟମନ୍ତ୍ରୀ ୪୮ ବର୍ଷୀୟ ଏଲିସବେଟ୍ ଲାନଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ଅଛି ।


ଦାୟିତ୍ଵ ନେବା ପରେ ମଙ୍ଗଳବାର ପ୍ରେସମିଟ୍ କରୁଥିଲେ ଏଲିସବେଟ ଲାନ । ସାଥିରେ ଥିଲେ ପ୍ରଧାନମନ୍ତ୍ରୀ ୟୁଲ୍ଫ କ୍ରିଷ୍ଟରସନ ଏବଂ ଖ୍ରୀଷ୍ଟିଆନ ଡେମୋକ୍ରାଟ୍ସ ଦଳ ନେତା ଏବ୍ବା ବସ୍କ । ଆଉ ଉକ୍ତ ପ୍ରେସ କନଫରେନ୍ସରେ ସ୍ଵାସ୍ଥ୍ୟମନ୍ତ୍ରୀ ତଳେ ପଡ଼ିଯିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ସୋସିଆଲ୍ ମିଡିଆରେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Trending Now ON X (@TrendingNowVidz) September 9, 2025


ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ସାମ୍ବାଦିକ କିଛି ପ୍ରଶ୍ନ କରୁଥିବା ବେଳେ ଧ୍ୟାନର ସହ ଶୁଣୁଛନ୍ତି ଏଲିସବେଟ୍ ଲାନ । ଆଉ ହଠାତ୍ ସାଗ ଆଗକୁ ଝୁଙ୍କି ପଡ଼ୁଛନ୍ତି । ଆଉ ଏଲିସବେଟ୍ ତଳେ ପଡ଼ୁ ପଡ଼ୁ ସମସ୍ତେ ଉଠାଇବାକୁ ଦଉଡ଼ି ଆସୁଛନ୍ତି । ଆଉ ଏ ଘଟଣାର କିଛି ସମୟ ପରେ ସୁସ୍ଥ ଅନୁଭବ କରିବାରୁ ପୁଣି ପ୍ରେସମିଟ୍ କରିଥିଲେ ଏଲିସବେଟ୍ ଲାନ ।


ପୁଣି ଥରେ ପ୍ରେସମିଟ୍‌କୁ ଫେରିବା ପରେ ସ୍ଵିଡେନର ନୂଆ ସ୍ଵାସ୍ଥ୍ୟମନ୍ତ୍ରୀ ଏଲିସବେଟ୍ ଲାନ୍ କହିଥିଲେ 'ଏହା ସ୍ଵାଭାବିକ ମଙ୍ଗଳବାର ନ ଥିଲା । ଯେତେବେଳେ ଜଣଙ୍କର ରକ୍ତ ସର୍କରା ମାତ୍ରା କମିଯାଏ ତ ଏଭଳି ହୋଇଥାଏ ।' ତେବେ ହଠାତ୍ ଝୁଙ୍କି ପଡ଼ିବା ଯୋଗୁଁ ଏଲିସବେଟ୍‌ଙ୍କ ଶରୀରରେ କୌଣସି ଆଘାତ ଲାଗି ନଥିବା ଜଣାପଡ଼ିଛି ।