Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆରମ୍ଭ ହେଲା ‘ତାଲିବାନୀ ଶାସନ’, ପୁଅଙ୍କୁ ଜିନ୍ସ-ଚିନୋଜ୍‌ ପିନ୍ଧିବା ମନା !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·1 min read
ଆରମ୍ଭ ହେଲା ‘ତାଲିବାନୀ ଶାସନ’, ପୁଅଙ୍କୁ ଜିନ୍ସ-ଚିନୋଜ୍‌ ପିନ୍ଧିବା ମନା !

Key Points

ମହମ୍ମଦ ୟୁନୁସ୍‌ ସରକାରକୁ ସୋସିଆଲ ମିଡିଆରେ ଏଥିପାଇଁ କଡ଼ା ସମାଲୋଚନା କରାଯାଇଛି।

ବାଂଲାଦେଶ ସରକାରଙ୍କ ଏହି କାର୍ଯ୍ୟକୁ ଆଫଗାନିସ୍ତାନରେ ତାଲିବାନ ଶାସନ ସହ ତୁଳନା କରାଯାଉଛି।

ମହିଳାଙ୍କ ପୋଷାକ ଉପରେ ଲାଗିଛି କଟକଣା । ସରକାରଙ୍କ ବିରୋଧରେ କର୍ମଚାରୀ ମାନେ କରିପାରିବେନି ଆନ୍ଦୋଳନ । ଏନେଇ ରାତି ଅଧିଆ ଆସିଛି ଅଧ୍ୟାଦେଶ । ଗୋପନୀୟ ଭାବେ ଏଭଳି ଏକ ଅଧ୍ୟାଦେଶ ଅଣାଯାଇଥିବାରୁ ବିଭିନ୍ନ ବର୍ଗରେ ଏହାକୁ ନିନ୍ଦା କରାଯାଇଛି । ଏଥିପାଇଁ ପ୍ରତିବାଦର ସ୍ୱର ମଧ୍ୟ ଉଠିଛି । ମହମ୍ମଦ ୟୁନୁସ୍‌ ସରକାରକୁ ସୋସିଆଲ ମିଡିଆରେ ଏଥିପାଇଁ କଡ଼ା ସମାଲୋଚନା କରାଯାଇଛି। ବାଂଲାଦେଶ ସରକାରଙ୍କ ଏହି କାର୍ଯ୍ୟକୁ ଆଫଗାନିସ୍ତାନରେ ତାଲିବାନ ଶାସନ ସହ ତୁଳନା କରାଯାଉଛି।

ଅନ୍ୟପଟେ ଚଳିତ ସପ୍ତାହରେ ବାଂଲାଦେଶ ବ୍ୟାଙ୍କରେ ‌ଛୋଟ ପୋଷାକ ପିନ୍ଧି ଆସିଥିବା ମହିଳା କର୍ମଚାରୀଙ୍କ ଉପରେ କଟକଣା ଲଗାଯାଇଥିଲା। କର୍ମଚାରୀମାନଙ୍କୁ ଶାଢ଼ି ଏବଂ ସାଲୱାର କମିଜ୍‌ ପିନ୍ଧି ଆସିବାପାଇଁ କୁହାଯାଇଥିଲା। ଏଥିପାଇଁ ମଧ୍ୟ ପ୍ରତିବାଦ କରିଥିଲେ ସାଧାରଣ ଜନତା ।

ବାଂଲାଦେଶରେ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶାବଳି ଅନୁଯାୟୀ ମହିଳାମାନେ ହେଡ୍‌ସ୍କାର୍ଫ ଏବଂ ହିଜାବ୍‌ ପିନ୍ଧିବେ। ଏଥିସହ ସେମାନେ ଫର୍ମାଲ୍‌ ଜୋତା ଏବଂ ସାଣ୍ଡାଲ୍‌ ପିନ୍ଧିବେ। ସେହିପରି ପୁରୁଷ କର୍ମଚାରୀଙ୍କ ପାଇଁ ଜିନ୍ସ ଏବଂ ଚିନୋ ଟ୍ରାଉଜର ମନା କରାଯାଇଛି।

ମହିଳାଙ୍କ ପୋଷାକ ଉପରେ କଟକଣା ଲଗାଇବା ଘଟଣାକୁ ‌ନେଇ ଦେଶବ୍ୟାପୀ ତୀବ୍ର ଉତ୍ତେଜନା ଦେଖାଦେଇଛି। ସାଧାରଣ ନାଗରିକ ଏବଂ ସାମ୍ବାଦିକମାନେ ସୋସିଆଲ ମିଡିଆ ପୋଷ୍ଟ୍‌ କରି ବାଂଲାଦେଶ ସରକାରଙ୍କୁ ‘ଏକଛତ୍ରବାଦୀ’ ସରକାର ବୋଲି ଅଭିଯୋଗ କରିଛନ୍ତି। ବାଂଲାଦେଶ ମହିଳା ପରିଷଦ ସଭାପତି ଫୌଜିଆ ମୋସଲେମ କହିଛନ୍ତି, ବାଂଲାଦେଶରେ ଏଭଳି ନିର୍ଦ୍ଦେଶନାମା ଅପ୍ରତ୍ୟାଶିତ ଏବଂ ମାନବାଧିକାର ବିରୋଧୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'Talibani era' in Bangladesh? Dress code for women, protest gag order spark row | Argus News